ଆଚାର୍ଯ୍ୟ ଚାଣକ୍ୟଙ୍କ ଉକ୍ତି : ଶତ୍ରୁ ପ୍ରତି ସାବଧାନ, ଜାଣି ନିଅନ୍ତୁ ନହେଲେ ପସ୍ତେଇବେ

Spread the love

ଶତ୍ରୁ କେହି ଜାଣିଶୁଣି ହୁଅନ୍ତି ନାହିଁ । ଚାଣକ୍ୟଙ୍କ କହିବା କହିବା କଥା ଯେ, ଶତ୍ରୁଙ୍କ ଠାରୁ ନିଜକୁ ସର୍ବଦା ସାବଧାନତା ଅବଲମ୍ବନ କରି ଚାଲିବ ହେବ । ଶତ୍ରୁର ଆକ୍ରମଣରେ ଭୟଭୀତ ନ ହୋଇ ବରଂ ଧୌର୍ଯ୍ୟର ସୁଯୋଗର ଅପେକ୍ଷା କରିବା ଉଚିତ । ଏବଂ ପରେ ଆବଶକ୍ୟ ପଦକ୍ଷେପ ନେବା ବୁଦ୍ଧିମତାର ପରିଚୟ ହୋଇଥାଏ ।

ଏହି ଅନୁଛେଦରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ଅନୁସାରେ ଶତ୍ରୁଙ୍କ ସହ କିପରି ମୁକାବିଲା କରିବେ ସେହି ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା :

1. ଶକ୍ତିଶାଳୀ, ଭୟଙ୍କର ଶତ୍ରୁକୁ ଦମନ କରିବା ସକାଶେ ଶକ୍ତି ଓ କୌଶଳ ଦରକାର । ଶକ୍ତିଶାଳୀ ଶତ୍ରୁଠାରୁ ଦୁର୍ବଳ ମିତ୍ର ଅଧିକ କ୍ଷତିକାରକ ।

2. ଶତ୍ରୁ, ନିନ୍ଦା, ସମାଲୋଚନା ନ ଥିଲେ ମଣିଷର ଜୀବନ ଋଦ୍ଧିମନ୍ତ ହୁଏନାହିଁ । ଜୀବନର ସବୁ ଗୋପନୀୟତା ସବୁରି ପାଖରେ ଖୋଲି କୁହାଯିବା ଠିକ୍ ନୁହେଁ । କିଛି ଗୋପନ କଥା ଏମିତି ଥାଏ ଯାହାକୁ କି ନିଜର ଅତି ଆପଣାର ଅର୍ଦ୍ଧାଙ୍ଗିନୀକୁ ମଧ୍ୟ କୁହାଯାଏ ନାହିଁ ।

3. ଶତ୍ରୁ ପାଖରେ ଶରଣପଶି ଜୀବନରେ ଧନଧାନ୍ୟ ଅର୍ଜ୍ଜନ କରିବା ଅପେକ୍ଷା ମୃତ୍ୟୁ ବରଣ ଶ୍ରେୟସ୍କର । ଶତ୍ରୁକୁ କେବେ କ୍ଷମା ଦେବା ଉଚିତ୍ ନୁହେଁ । ଶତ୍ରୁକୁ ସର୍ବଦା ସମସ୍ୟା ମଧ୍ୟରେ ଘଣ୍ଟି ହେବାକୁ ଛାଡି ଦେବା ଉଚିତ୍ ।

4. ନିଜର ଶତ୍ରୁକୁ ସାଧାରଣ ଭାବି ଅବହେଳା କରିବା ଆଦୌ ଉଚିତ୍ ନୁହେଁ । ହଠାତ୍ କାହାକୁ ବିଶ୍ୱାସ କରିବା ନିଜ ପକ୍ଷେ କ୍ଷତିକାର ହୋଇଥାଏ ।

5. ଯେଉଁମାନେ ଦୁଷ୍ଟ, ଅଜ୍ଞାନୀ ସେମାନଙ୍କୁ ନିଜ ଠାରୁ ଦୁରେଇ ରଖିବା ବୁଦ୍ଧିମତାର ପରିଚୟ । ଯଉଁମାନେ ଗୁପ୍ତଭେଦ ପଦାରେ ପକାନ୍ତି ସେମାନଙ୍କ ଠାରୁ ଦୂରେଇ ଚାଲିବା ଆବଶ୍ୟକ । ଭଲମନ୍ଦ ବିଚାର କରି ଯେକୌଣସି କଥା କହିବା ଉଚିତ୍ । ନଚେତ୍ ଦୁଃଖରେ ସଢି ଜୀବନ ଯାଇପାରେ । ତେଣୁ କରି ବଦମାସଙ୍କ ସହିତ ବଦମାସ ହେବା ସଙ୍ଗେ ସଙ୍ଗେ ସାଧୁ ସହ ସାଧୁ, ଶତ୍ରୁଙ୍କ ସହ ଶତ୍ରୁ ଭଳି ବ୍ୟବହାର କରିବା ଦରକାର ।

6. ଯେଉଁଠାରେ ଧନୀ ଲୋକ, ସହପାଠୀ, ଦୟାଳୁ ରାଜା, ବିଦ୍ୱାନ ମନ୍ତ୍ରୀ, ଉପଯୁକ୍ତ ଚିକିତ୍ସକ, ସହାନୁଭୂତି ସମ୍ପନ୍ନ ବନ୍ଧୁ ନ ଥାନ୍ତି ସେ ସ୍ଥାନରେ ଦୁଃଖ ମିଳିଥାଏ ।

7. ପ୍ରକୃତ ବନ୍ଧୁ ସଂସ୍ପର୍ଶରେ ଜଣେ ସାଧୁ, ସଚ୍ଚୋଟ୍, କର୍ମତତ୍ପର ହୋଇପାରେ । ନ ହେଲେ ସ୍ଵର୍ଥୀ ବନ୍ଧୁ ଦୁଃଖ ସିନ୍ଧୁରେ ଡୁବାଇ ଦେଇଥାଏ ଓ ସେ ଶତ୍ରୁ ଠାରୁ କମ୍ ନ ଥାଏ ।

8. ଶତ୍ରୁ ମାନେ ମୁହଁ ସାମନାରେ ମିଠା କଥା କହି ପଛରୁ ଛୁରୀ ଭୂଷି ଦେଇଥାନ୍ତି । ତେଣୁକରି ସେମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ । ଶତ୍ରୁକୁ ଶତ୍ରୁ ପରି ରହିବାକୁ ଦେବା ଆବଶ୍ୟକ ।