ଏହା ହେଉଛି ସବୁଠାରୁ ଦିବ୍ୟ ଚମତକାରୀ ଗଛ, ଯାହାକି କେବଳ ଭାଗ୍ୟବାନ ଲୋକଙ୍କୁ ହିଁ ମିଳି ଥାଏ

Spread the love

ନମସ୍କାର ପ୍ରିୟ ବନ୍ଧୁଗଣ, ଯଦି ଆପଣ ପ୍ରଥମ ଥର ଆମ ପେଜକୁ ଆସିଛନ୍ତି, ତାହେଲେ ଫୋଲୋ କରନ୍ତୁ ସବୁବେଳେ ନୂଆ ନୂଆ ଖବର ପାଇବା ପାଇଁ ଆମ ସହିତ ରୁହନ୍ତୁ।

ଗଛ ଲତାର ବ୍ୟବହାର ଔଷଧ ବ୍ୟତିତ ତାନ୍ତ୍ରିକ କ୍ରିୟାରେ ବି ମଧ୍ୟ ବ୍ୟବହାର କରାଯାଏ । ବୟସ୍କ ବ୍ୟକ୍ତି ତଥା ଜଣାଶୁଣା ଲୋକଙ୍କ ମତାନୁସାରେ ଏହି ସଂସାରରେ କିଛି ଏମିତି ଗଛ-ଲତା ଅଛି ଯେ ଯାହାକୁ ଖାଇଲେ ସେହି ଗଛ-ଲତାର ପ୍ରଭାବ ରହିବା ପର୍ଯ୍ୟନ୍ତ ବ୍ୟକ୍ତି ଗାଏବ ରହିଥାଏ । କିଛି ଜଣା ଶୁଣା ବ୍ୟକ୍ତିମାନେ କହନ୍ତି ଯେ, ଏମିତି କିଛି ସ୍ୱତନ୍ତ୍ର ଗଛ-ଲତା ରହିଛି ସେଗୁଡିକ ଖାଇବା ପରେ ବ୍ୟକ୍ତିକୁ ଭୁତ ତଥା ଭବିଷ୍ୟର ଜ୍ଞାନଧୀକାର ହୋଇ ଯାଇଥାଏ । ଏହି ସବୁ କଥାରେ କେତେ ସତ୍ୟ ଅଛି ଏହା ଆମେ ଜାଣି ନାହୁଁ ।

ଜାଣିବା ଅନୁସାରେ ପ୍ରକୃତିରେ 64 ଗଛ-ଲତା ବହୁତ ଚମତ୍କାରୀ ବୋଲି ମୁନିଋଷି ମାନେ ସ୍ୱୀକାର କରିଛନ୍ତି । ଏହି ଭିତରୁ ଆପଣ କେବେବି “ତେଲିୟା କନ୍ଦ”ର ନାମ ନିଶ୍ଚିତ ଶୁଣିଥିବେ । ଏହି ସବୁ ଚମତ୍କାରି ଗଛ ମଧ୍ୟରୁ ତେଲିୟା କନ୍ଦ କୁ ସବୁଠୁ ଅଧିକ ଚମତ୍କାରୀ ବୃକ୍ଷ ବୋଲି ଗ୍ରହଣ କରାଯାଇଛି ପୁରାତନ କାଳରୁ । କୁହାଯାଏ ଯେ, ଯାହାକୁ ଏହି କନ୍ଦ ମିଳିବ ତାକୁ ଧନୀ ହେବାରୁ କେହି ଅଟକି ପାରିବେ ନାହିଁ ।

ତେଲିୟା କନ୍ଦ ସବୁଠୁ ଦୁର୍ଲଭ ଏବଂ ଚମତ୍କାରୀ ବୃକ୍ଷ ଅଟେ । ଏହାର ଅନେକ ପ୍ରଜାତିୟ ଅଛି, ସେଥି ମଧ୍ୟରୁ “ସୋରାମେଟମ ବେନୋଝମ”କୁ ଅସଲି ତେଲିୟା କନ୍ଦ ଅଟେ । ଏହା ବହୁତ ହିଁ ବିଷାକ୍ତ ହୋଇଥାଏ ।

ଭାରତ ବର୍ଷରେ ଏହି ତେଲିୟା କନ୍ଦ ମଧ୍ୟପ୍ରଦେଶ, ଛତିଶଗଡ଼, ଅବୁ, ଗିରନାର୍, ଅମରକଣ୍ଟକ୍, ବିନ୍ଧ୍ୟାଚଲ, ତଥା ହିମାଳୟର ଦୁର୍ଗମ ଅଂଚଳରେ ମିଳିଥାଏ । ପୌରାଣିକ ଗ୍ରନ୍ଥ, ଜଣାଶୁଣା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତିଙ୍କ ଅନୁସାରେ ଏହି କନ୍ଦକୁ ଲୌହ ନିର୍ମିତ ଖୁଣ୍ଟାରେ କିଛିରେ ସମୟ ପର୍ଯ୍ୟନ୍ତ ଲଗାଇ ରଖିବାର କିଛି ସମୟ ପରେ ଲୌହ ନିର୍ମତ ଖୁଣ୍ଟାଟି ଆପେ ଆପେ ଖସି ପଡ଼େ ଅର୍ଥାତ ଭାଙ୍ଗି ଯାଏ ।

କୁହାଯାଏ ଯେ ତେଲିୟା କନ୍ଦ 12 ବର୍ଷ ପୁରୁଣା ହେବା ପରେ ଚମତ୍କାର ଗୁଣଯୁକ୍ତ ହୋଇଥାଏ । 12 ବର୍ଷ ପରେ ଏହାର କନ୍ଦରେ ତେଲ ଦେଖିବାକୁ ମିଳିଥାଏ । ଏହାର କନ୍ଦର ପ୍ରଭାବରେ ଆଖ ପାଖର ମାଟି ବି ତେଲିୟା ହୋଇଯାଏ ।

ତେଲିୟା କନ୍ଦ ବିଷୟରେ ଏମିତି ବି ମଧ୍ୟ କୁହାଯାଏ ଯେ, ସୁଧ୍ୟ ତମ୍ବାକୁ ମଧ୍ୟ ସୁନାରେ ପରିଣତ କରିଦିଏ । ଯାହାକୁ ତେଲିୟା କନ୍ଦ ମିଳିଯାଏ ତାର ଜୀବନ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇ ଯାଇଥାଏ ।

“ତେଲିୟା କନ୍ଦ” ଯେତିକି ଚମତ୍କାରୀ ହୋଇଥାଏ ସେତିକି ତାକୁ ପାଇବାରେ କଠିନ ହୋଇଥାଏ । ଏହି କନ୍ଦକୁ ହାସଲ କରିବା ମୃତ୍ୟୁକୁ ଡାକିବା ସହିତ ସମାନ । ଏଥିପାଇଁ ତେଲିୟା କନ୍ଦକୁ ଭୂମିରୁ ତାଡ଼ିବା ସମୟରେ ବହୁତ ସାବଧାନି ଅବଲମ୍ବନ କରିବାକୁ ପଡ଼ିଥାଏ ।