ଚଳନ୍ତି ଟ୍ରେନ୍ ରୁ ମୋବାଇଲ କିମ୍ବା କୌଣସି ମୂଲ୍ୟବାନ ଜିନିଷ ପଡିଗଲେ, କେମିତି ଫେରି ପାଇବା ?

Spread the love

ଚଳନ୍ତି ଟ୍ରେନ୍ ର ଚେଇନ ଝିକିବା ଏକ ଅପରାଧ ଅଟେ । ଏହିପରି ଅର୍ଥାତ ଚଳନ୍ତି ଟ୍ରେନର ଚେଇନ ଝିକିବା ଦ୍ୱାରା।ଆପଣଙ୍କୁ ଜୁରୀମାନା ଦେବାକୁ ମଧ୍ୟ ପଡିପାରେ ତା’ସଙ୍ଗେ ସଙ୍ଗେ ଜେଲ୍ ମଧ୍ୟ ଯାଇପରନ୍ତି । ବେଳେବେଳେ ଯାତ୍ରୀମାନେ ମୋବାଇଲ କିମ୍ଵା କୌଣସି ମୂଲ୍ୟବାନ ପଦାର୍ଥ ପଡିଗଲେ, ଟ୍ରେନର ଚେଇନ ଝିକି ଟ୍ରେନକୁ ଅଟକାଇ ଦିଅନ୍ତି । କିନ୍ତୁ ରେଲୱେର କାନୁନ ଅନୁସାରେ ଏହା ଏକ ଅପରାଧ ଅଟେ । ଏମିତି କରିଥିବା ଲୋକଙ୍କ ବିପକ୍ଷରେ ରେଲୱେ ପ୍ରୋଟେକ୍ସନ ଫୋର୍ସ (RPF) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ଆପଣ ଏହି ନିୟମ ଅର୍ଥାତ ଚଳନ୍ତି ଟ୍ରେନ ଗାଡିର ଚେଇନ ଝିକିବା ଏକ ଅପରାଧ, ଏହା ଆପଣ ଜାଣନ୍ତି । ତାହେଲେ ଆପଣଙ୍କ ମୋବାଇଲ ବା କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ବସ୍ତୁ ଯଦି ଚଳନ୍ତି ଟ୍ରେନରୁ ତଳେ ପଡ଼ିଯାଏ, ତାହେଲେ କେମିତି ପାଇବେ ସେହି ବସ୍ତୁ ବା ମୋବାଇଲକୁ ?

କେଉଁ ପରିସ୍ଥିତିରେ ଚଳନ୍ତି ଟ୍ରେନର ଚେଇନ ଝିକି ଟ୍ରେନକୁ ଅଟକାଇବା ?

1) ଯଦି କୌଣସି ସହଯାତ୍ରୀ କିମ୍ବା କୌଣସି ଶିଶୁ ଅଟକିଗଲେ ଏବଂ ଟ୍ରେନଟି ଛାଡି ଦେଲା ସେହି ପରିସ୍ଥିତିରେ ଆପଣ ଟ୍ରେନର ଚେଇନ ଝିକି ପରିବେ ।

2) କୌଣସି ବୟୋଜ୍ୟେଷ୍ଠ ବା ଦିବ୍ୟାଙ୍ଗମାନେ ଟ୍ରେନରେ ଛାଡିବା ପାଇଁ ଅଧିକ ସମୟ ଲାଗେ, ସେହି ପରିସ୍ଥିତି ଟ୍ରେନର ଚେଇନ ଝିକି ପାରିବେ ।

3) ଅଚାନକ ଟ୍ରେନର କୌଣସି ଡବାରେ ବା ବଗିରେ ନିଆଁ ଲାଗି ଗଲେ, ଟ୍ରେନର ଚେଇନ ଝିକି ଟ୍ରେନକୁ ଅଟକାଇ ପାରିବେ ।

4) ଯଦି ଟ୍ରେନ ମଧ୍ୟରେ ଚୋରି, ପାକେଟମାର, ଏହିପରି ଯଦି କିଛି ଘଟଣା ଘଟେ ତେବେ ଟ୍ରେନର ଚେଇନ ଝିକି ଟ୍ରେନକୁ ଅଟକାଇ ପାରିବେ ।

ହଜି ଯାଇଥିବା ମୋବାଇଲ ବା ମୂଲ୍ୟବାନ ବସ୍ତୁ କିପରି ପାଇବେ :-

ଯଦି ଚଳନ୍ତି ଟ୍ରେନରୁ ମୋବାଇଲ ତଳେ ପଡ଼ିଗଲା, ତେବେ 90 ପ୍ରତିଶତ ସମ୍ଭାବନା ଥାଏ ମିଳିବାର । ଆପଣଙ୍କୁ କେବଳ ଏତିକି କରିବାର ଅଛି ମୋବାଇଲ ପଡିଗଲା ବୋଲି ତଳକୁ ନ ଅନାଇ ଆଗରେ ପଢ଼ୁଥିବା ଇଲେକ୍ଟ୍ରୋନିକ ଖୁଣ୍ଟକୁ ଦେଖନ୍ତୁ ଏବଂ ସେହି ଖୁଣ୍ଟର ନମ୍ବରକୁ ଟିପି ରଖନ୍ତୁ । ତାପରେ RPF ହେଲ୍ପଲାଇନକୁ ଫୋନ କରି ଜଣାନ୍ତୁ ଆପଣଙ୍କ ମୋବାଇଲ ବା କୌଣସି ମୂଲ୍ୟବାନ ବସ୍ତୁ କେଉଁ ଷ୍ଟେସନ ପରେ ପଡିଗଲା ଏବଂ କେତେ ନମ୍ବର ଇଲେକ୍ଟ୍ରୋନିକ ପୋଲ ନିକଟରେ ପଡିଲା କୁହନ୍ତୁ । RPF କର୍ମଚାରୀମାନେ ଆପଣଙ୍କ ଫୋନ ଖୋଜି ଦେବେ । ପୁନଶ୍ଚ ଆପଣ ସେହି ଜାଗାରୁ ଅର୍ଥାତ ସେହି ରେଲୱେ ଷ୍ଟେସନରୁ ନିଜ ଫୋନର ପରିଚୟ ଦେଇ ଆଣିପାରିବେ ।