ଚଳଚିତ୍ର ଜଗତର ପ୍ରଥମ ଏହି ଅଭିନେତ୍ରୀ ନିଜର ସନ୍ତାନ ପ୍ରସବର ସୁଟିଙ୍ଗି କରିଥିଲେ । ୩ଟି କେମେରାର ବ୍ୟବହାର ହୋଇଥିଲା ସୁଟିଙ୍ଗି ପାଇଁ । ଜାଣନ୍ତୁ ପୁରା ଘଟଣା କଣ ?

Spread the love

ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ଶ୍ଵେତା ମେନନ ନିଜ ପ୍ରସିଦ୍ଧ ଚଳଚିତ୍ର ଜୀବନରେ ବହୁତ ଗୁଡିଏ ନମିଦାମି ଚଳଚିତ୍ରର ଭେଟି ଦର୍ଶକଙ୍କୁ ଦେଇଛନ୍ତି । କିନ୍ତୁ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଅଭିନୀତ ଗୋଟିଏ ଚଳଚିତ୍ର (କାଳୀମନ୍ନୁ) ପାଇଁ ସେ ବିବାଦରେ ଘେରି ଯାଇଥିଲେ । ଏହି ଚଳଚିତ୍ରରେ ଶ୍ଵେତା ନିଜର ସନ୍ତାନ ପ୍ରସବର ସିଧା ପ୍ରସାରଣର ଶୁଟିଙ୍ଗି କରିଥିଲେ । ଏହା ପରେ ଶ୍ଵେତା ମେନନଙ୍କ ଉପରେ ଆରୋପ ଲାଗିଥିଲା ଯେ, ସେ ଧନ ଲୋଭରେ ନିଜର ସନ୍ତାନ ପ୍ରସବର ସିଧା ପ୍ରସାରଣର ଶୁଟିଙ୍ଗି କରାଇଥିଲେ ।

ଏହି ଚଳଚିତ୍ର ୨୦୧୩ ବର୍ଷରେ ମୁକ୍ତିଲାଭ କରିଥିଲା । ଚଳଚିତ୍ର କାଳୀମନ୍ନୁ ଗୋଟିଏ ଅଂଶରେ ନିର୍ଦ୍ଦେଶକ ବ୍ଲେସୀ ସନ୍ତାନ ପ୍ରସବର ସିଧା ପ୍ରସାରଣର ଶୁଟିଙ୍ଗି କରିବାର ନିର୍ଣ୍ଣୟ ନେଇଥିଲେ । ଏହି ଚଳଚିତ୍ରରେ ମହିଳାଙ୍କ ଉପରେ ଆସୁଥିବା ଚାଲେଞ୍ଜେ ବିଷୟରେ ଦର୍ଶାଯାଇଛି ।
ଆରୋପ ଲାଗିବା ପରେ ଶ୍ଵେତା ମେନନ ସିଧା ସିଧା ମନା କରି ଦେଇଥିଲେ ଯେ ସନ୍ତାନ ପ୍ରସବର ଶୁଟିଙ୍ଗି ସେ ଧନ ଲୋଭରେ କରିନାହାନ୍ତି । ସେ କହିଛନ୍ତି ଚଳଚିତ୍ରରେ ଏହି ଅଂଶରେ ବହୁତ ଜରୁରୀ ଥିଲା । ଏଥିରେ ମହିଳାଙ୍କ ପ୍ରସବ ବିଷୟରେ ଦେଖା ଯାଇଥିଲା । ଚଳଚିତ୍ରର ଶୁଟିଙ୍ଗ ସମୟରେ ଶ୍ଵେତା ଗର୍ଭବତୀ ଥିଲେ । ଏଥିପାଇଁ ସନ୍ତାନ ପ୍ରସବର ସିଧା ପ୍ରସାରଣର ଶୁଟିଙ୍ଗି ପାଇଁ ନିର୍ଣ୍ଣୟ ନିଆଯାଇଥିଲା ।

ଚଳଚିତ୍ରର ନିର୍ଦେଶକ ବ୍ଲେସୀ ଗୋଟେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସିଧା ପ୍ରସାରଣର ଶୁଟିଙ୍ଗି ସେତେବେଳେ ହୋଇଥିଲା ଯେତେବେଳେ ଶ୍ଵେତା ୫ ମାସର ଗର୍ଭବତୀ ଥିଲେ । ୩ ଘଣ୍ଟାର ଚଳଚିତ୍ରରେ ସନ୍ତାନ ପ୍ରସବର ଶୁଟିଙ୍ଗି ୪୫ ମିନିଟ୍ ର ଥିଲା । ଶ୍ଵେତା ଗୋଟେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।

ଶ୍ଵେତା ନିଜେ ହିଁ ନିର୍ଦ୍ଦେଶକଙ୍କୁ କହିଥିଲେ ସନ୍ତାନ ପ୍ରସବର ସିଧା ପ୍ରସାରଣର ଶୁଟିଙ୍ଗି କରିବା ପାଇଁ । ଏହି ସମୟରେ ଶ୍ଵେତାଙ୍କ ସ୍ଵାମୀ ଶ୍ରୀ ବ୍ଲାଂସନ ମେନନ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ଶୁଟିଙ୍ଗି ପୂର୍ବରୁ ପୁରା ଚଳଚିତ୍ର ଦଳ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ । ସନ୍ତାନ ପ୍ରସବ କକ୍ଷରେ ୩ଟି କ୍ୟାମେରା ଲଗାଯାଇଥିଲା । ସନ୍ତାନ ପ୍ରସବ କକ୍ଷରେ ଡାକ୍ତର ନର୍ସ ଆଉ ୩ ଜଣ ଚଳଚିତ୍ର ପ୍ରଯୋଜନା ସଂସ୍ଥାର ଲୋକ ଥିଲେ ।

ଏହି ଚଳଚିତ୍ରର ସନ୍ତାନ ପ୍ରସବର ଶୁଟିଙ୍ଗ ପାଇଁ ନିର୍ଦ୍ଦେଶକ ବ୍ଲେସୀ ଚଳଚିତ୍ରର ପ୍ରସାରଣ ପାଇଁ ୬ ମାସ ଅପେକ୍ଷା କରିଥିଲେ । ଲୋକମାନେ କିଛି ମାତ୍ରରେ ଏହି ଚଳଚିତ୍ରକୁ ପସନ୍ଦ କରିଥିଲେ । କିନ୍ତୁ ସମାଲୋଚକ ଦଳ କହିଥିଲେ ଯେ, ଚଳଚିତ୍ରରେ ସମାଜକୁ ଗୋଟିଏ ଭଲ ବାର୍ତ୍ତା ପ୍ରଦାନ କରୁଛି ।

ଏଠାରେ ମୁଁ କହିବାକୁ ଚାହୁଞ୍ଚି ଯେ, ଶ୍ଵେତା ୧୯୯୦ ଦଶକରେ ମାଲୟାଲମ ଚଳଚିତ୍ର (ଆନାଶ୍ଵରମ)ରୁ ନିଜର ଚଳଚିତ୍ର ଯାତ୍ରା ଆରମ୍ଭ କରିଥିଲେ । କିଛି ଚଳଚିତ୍ରରେ କାମ କରିସାରିବା ପରେ ଶ୍ଵେତା ମୋଡେଲିଙ୍ଗ ଦୁନିଆରେ ପାଦ ଥାପିଥିଲେ । ୧୯୯୪ ମସିହାରେ ଶ୍ଵେତା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ । ବହୁତ ଗୁଡିଏ ସୁନ୍ଦର ପ୍ରତିଯୋଗିତାରେ ଭାଗ ନେଇ ସାରିବା ପରେ ଭାରତୀୟ ଚଳଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ।