ଚଳଚିତ୍ର ଦାମିନୀରେ ଅଭିନୟ କରି ଲୋକଙ୍କ ଆଖିରୁ ଲୁହ ବାହାର କରି ଦେଇଥିବା ମିନାକ୍ଷୀ ସୀସାଦ୍ରି ଆଜିକାଲି ଏହିପରି ଦେଖାଯାଉଛନ୍ତି ।

Spread the love

ମିନାକ୍ଷୀ ସୀସାଦ୍ରି ଅତୀତରେ ରୁପେଲି ପରଦାରେ ନିଜ ଅଭିନୟ ଫଳରେ ଶ୍ରୀଦେବୀଙ୍କୁ ମଧ୍ୟ ଟକ୍କର ଦେଇପାରୁ ଥିଲେ, କିନ୍ତୁ ସେ ଆଜି ରୁପେଲି ପରଦାରୁ ଦୂରେଇ ଯାଇଛନ୍ତି ।

ଦାମିନୀ ଚଳଚିତ୍ରର ମୁଖ୍ୟ ଭୂମିକରେ ଅଭିନୟ କରିଥିବା କଳାକାର ଗୁଡିକ ହେଲେ :- ସାନି ଦେୱାଲ, ରୁଷି କପୁର, ଅମରେଶ ପୁରୀ ଓ ମିନାକ୍ଷୀ ସୀସାଦ୍ରି । ଚଳଚିତ୍ରରେ ପୁରୁଷ କଳାକାରଙ୍କ ଭୂମିକା ଅପେକ୍ଷା ନାରୀ ଚରିତ୍ରରେ ନଜର ଆସିଥିବା ମିନାକ୍ଷୀ ସୀସାଦ୍ରି “ଦାମିନ ଚଳଚିତ୍ରରେ” ନିଜ ଅଭିନୟ, ସମସ୍ତଙ୍କ ଉପରେ ଭାରି ପଡିଥିଲେ । ସେହି ଚଳଚିତ୍ରର ସଫଳତା, ସଂଳାପ ସମସ୍ତଙ୍କୁ ପାଗଳ ପ୍ରାୟ କରି ଦେଇଥିଲା । ଅତୀତରେ ମିନାକ୍ଷୀ ସୀସାଦ୍ରି ଏକ ଲୋକପ୍ରିୟ କଳାକାର ଥିଲେ କିନ୍ତୁ ଆଜି ସେହି କଳାକାର ଲୋକଙ୍କ ନଜରରୁ ଦୂରେଇ ଯାଇଛନ୍ତି ।

ଚଳଚିତ୍ରରେ ଆସିବାକୁ ଚାହୁଁ ନଥିଲେ ମିନାକ୍ଷୀ :

ମିନାକ୍ଷୀ ୧୭ ବର୍ଷ ବୟସରେ ହିଁ ମିସ୍ ଇଣ୍ଡିଆର ମୁକୁଟ ପିନ୍ଧି ସାରିଥିଲେ କିନ୍ତୁ ସେହି ସମୟରେ ମିନାକ୍ଷୀଙ୍କୁ ଶଶିକଳା ସୀସାଦ୍ରି ନାମରେ ଲୋକେ ଜାଣୁ ଥିଲେ । ମିସ୍ ଇଣ୍ଡିଆ ହୋଇସାରିବା ପରେ ଖବର କାଗଜର ପ୍ରଥମ ପୃଷ୍ଠାରେ ମିନାକ୍ଷୀଙ୍କ ଚିତ୍ର ଆସିଥିଲା । ସେହି ସମୟରେ ମୋନଜ କୁମାରଙ୍କ ନଜର ମିନାକ୍ଷୀଙ୍କ ଉପରେ ପଡିଥିଲା ଓ ମୋନଜ କୁମାର ଚିନ୍ତା କରିସାରି ଥିଲେ; ନିଜର ଆଗାମୀ ଚଳଚିତ୍ରରେ “ପେଣ୍ଟର୍ ବାବୁ”ର ଅଭିନେତ୍ରୀ ମିନାକ୍ଷୀ ହେବେ । ବିନା କୌଣସି ସ୍କ୍ରୀନ୍ ଟେଷ୍ଟରେ ମିନାକ୍ଷୀଙ୍କୁ ଚଳଚିତ୍ର ପାଇଁ ସାଇନ୍ କରାଇଥିଲା । “ପେଣ୍ଟର ବାବୁ” ଚଳଚିତ୍ର ସଫଳତାର ସ୍ଵାଦ ଚାଖି ପାରିନଥିଲା । ସେହି କାରଣରୁ ମିନାକ୍ଷୀଙ୍କୁ ହିନ୍ଦୀ ଚଳଚିତ୍ରରୁ ମନ ଭାଙ୍ଗି ଯାଇଥିଲା ଓ ସେହି ଦିନ ହିଁ ଚିନ୍ତା କରିସାରି ଥିଲେ ଚଳଚିତ୍ରରେ କାମ କରିବେ ନାହିଁ ।

ଦାମିନୀ ଚଳଚିତ୍ର ପାଇଁ ସଫଳତା ମିଳି ପାରିଥିଲା :

ମିନାକ୍ଷୀ ବଲିଉଡ ଛାଡି ଯିବା ସମୟରେ ହିଁ ତାଙ୍କୁ “ହୀରୋ” ଚଳଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଶୋ ମ୍ୟାନ୍ ସୁଭାଷ ଘାଇ ନିଜ ଚଳଚିତ୍ର ପାଇଁ ଏକ ନୂଆ ସୁନ୍ଦର ଚେହେରାର ସନ୍ଧାନ କରୁଥିଲେ । ସେହି ସମୟରେ ମିନାକ୍ଷୀଙ୍କ ଠାରେ ସୁଭାଷଙ୍କ ସନ୍ଧାନ ଶେଷ ହୋଇଥିଲା, କିନ୍ତୁ ଏହି ଚଳଚିତ୍ରର ଚରିତ୍ର ପାଇଁ ମିନାକ୍ଷୀ ପ୍ରସ୍ତୁତ ନଥିଲେ । ଏହି ସମୟରେ ସୁଭାଷ, ମିନାକ୍ଷୀଙ୍କୁ ଅନୁରୋଧ କରିଥିଲେ, ଯାହାଫଳରେ ମିନାକ୍ଷୀ ସୁଭାଷଙ୍କ ଅନୁରୋଧ କ୍ରମେ ଏହି ଚଳଚିତ୍ରରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ । ନିଜ ଉପରେ ମିନାକ୍ଷୀଙ୍କ ଭରସା ହୋଇନଥିଲା ଯେ, ଏହି ଚଳଚିତ୍ର ଦାମିନୀ ସଫଳତାର ସୋପାନ ଚଢାଇ ଦେବ ।

୧୯୮୩ ମସିହାରେ ମୁକ୍ତିଲାଭ କରିଥିବା “ହୀରୋ” ଖୁବ ସଫଳତା ପାଇ ପାରିଥିଲା ଓ ମିନାକ୍ଷୀ ସାରା ବଲିଉଡ ଜଗତରେ ଏକ ଜଣାଶୁଣା ଅଭିନେତ୍ରୀ ରୂପରେ ପରିଗଣିତ ହେବାରେ ଲାଗିଲେ । ସେହି ସମୟରେ ଏହି ଚଳଚିତ୍ରଟି ୧୩ କୋଟିର ରାଶି ଉପାର୍ଜନ କରିଥିଲା, ଯାହା ସେହି ସମୟ ଅନୁସାରେ ଏହା ବଡ ଅର୍ଥ ରାଶି ଅଟେ । ସେହି ସମୟରେ କେବଳ ଅମିତାଭଙ୍କ ଚଳଚିତ୍ର ହିଁ କୋଟିଏ ଟଙ୍କାର ବ୍ୟବସାୟ କରିପାରୁଥିଲା । “ହିରୋ”ର ସଫଳତା ପରେ ମିନାକ୍ଷୀ ଅମିତାଭଙ୍କ ସହ ଅଭିନୟ କରିବା ଆରମ୍ଭ କରିଥିଲେ ।

ରୁପେଲି ପରଦାରୁ ଦୂରେଇ ରହିଛନ୍ତି ମିନାକ୍ଷୀ :

ମିନାକ୍ଷୀଙ୍କ ଯୋଡି ଅମିତାଭଙ୍କ ସହ ଲୋକେ ଖୁବ୍ ପସନ୍ଦ କରିଥିଲେ । ଦୁଇଜଣ ମିଳିତ ଭାବରେ “ସେହେଂଶାହ”, “ଗଙ୍ଗା ଯମୁନା ସରସ୍ଵତୀ”, “ତୁଫାନ” ଓ “ଅକେଲା” ଚଳଚିତ୍ର ମିଳିତ କରିଛନ୍ତି । ମିନାକ୍ଷୀ ୮୦ ଦଶକରେ ଏପରି ଚମକି ଥିଲେ ଯେ, ସେହି ସମୟର ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଟକ୍କର ଦେଇଥିଲେ । ଏହି ସମୟରେ ଆସିଥିଲା ମିନାକ୍ଷୀଙ୍କ ଜୀବନର ସଫଳତମ ଚଳଚିତ୍ର “ଦାମିନୀ”, ଯାହାର କାହାଣୀ ରୁପେଲି ପରଦାରେ ଖୁବ୍ ସଫଳତା ହାସଲ କରି ପାରିଥିଲା । ଏହି ଚଳଚିତ୍ର ପାଇଁ ମିନାକ୍ଷୀଙ୍କୁ ଫିଲ୍ମ ଫେର୍ ଆବର୍ଡ ପାଇଁ ମୋନାନୀତ କରାଯାଇ ଥିଲା ।

୧୯୯୬ରେ ମିନାକ୍ଷୀ, ସନି ଦେୱାଲଙ୍କ ସହ ଘାତକ ଚଳଚିତ୍ରରେ କାମ କରିଥିଲେ ଓ ଏହା ମିନାକ୍ଷୀଙ୍କ ବଲିଉଡରେ ଶେଷ ଚଳଚିତ୍ର ଥିଲା । ମିନାକ୍ଷୀ ବହୁତ ସଫଳ ଓ ଅସଫଳ ଚଳଚିତ୍ରର ଭେଟି ଦର୍ଶକଙ୍କୁ ଦେଇଛନ୍ତି କିନ୍ତୁ ଦର୍ଶକ ମିନାକ୍ଷୀଙ୍କୁ ଦାମିନୀ ଓ ହୀରୋ ପାଇଁ ଖୁବ୍ ମନେ ରଖିଛନ୍ତି । ଏହା ପରେ ଧୀରେ ଧୀରେ ମିନାକ୍ଷୀ ରୁପେଲି ପରଦାରୁ ଦୂରେଇ ଯାଇଥିଲେ । ୧୯୯୫ ମସିହାରେ ମିନାକ୍ଷୀ ଇନଭେସ୍ଟମେଣ୍ଟ ବ୍ୟାଙ୍କର ହରିଶ ମେସୁରଙ୍କୁ ବିବାହ କରିଥିଲେ ଓ ସେହି ଦିନ ଠାରୁ ମିନାକ୍ଷୀ ଆମେରିକାର ଟେକ୍ସନ ସହରରେ ରହି ଆସୁଛନ୍ତି ।