ଚାକିରି ଦେବା ଆଳରେ ଜଣେ ଯୁବକ ମହିଳାଙ୍କ ସହ କରିଲେ ଧର୍ଷଣ….

Spread the love

ସରକାର କହୁଛନ୍ତି ଆମ ଦେଶରେ ମହିଳାଙ୍କୁ ସୁରକ୍ଷା ଦିଆଯାଉଛି କିନ୍ତୁ ଅସଲ ଘଟଣା ବର୍ତମାନ ହାଟ ପଡି ଘାଟରେ ବୁଲୁଛି । ଦେଶରେ ଛୋଟ ଝିଅଙ୍କ ଠାରୁ ଆରମ୍ଭ କରି ବୟସ୍କ ମହିଳାଙ୍କ ସହ ଧର୍ଷଣ ହେବା ଘଟଣା ଦିନକୁ ଦିନ ବଢି ଚାଲିଛି । ସବୁଦିନ ଖବର କାଗଜ ଗୁଡିକରେ ପଢିବାକୁ ମିଳୁଛି ଆଜି କେଉଁଠି ଛୋଟ ଝିଅ ସହ ତ କେଉଁଠି ବୟସ୍କ ମହିଳାଙ୍କ ସହ ଧର୍ଷଣ ହେଉଛି । ଏହି ସବୁ ଘଟଣା ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ହିଁ ହୋଇ ଚାଲିଛି ।

Google

ଏହିପରି ଗୋଟିଏ ଘଟଣା ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଘଟିଛି; ଯେଉଁଠି ଜଣେ ମହିଳାଙ୍କ ସହ ଧର୍ଷଣ ହୋଇଛି । ମିଳିଥିବା ସୂଚନା ଅନୁସାରେ ପୁଲିସ କହିଛି; ଆରୋପୀ ୬ ମଇ ଦିନ କୌଣସି ବାହାନାରେ ଗୋଟିଏ ମହିଳାଙ୍କୁ କୌଣସି ଗୋଟିଏ ସରକାରୀ ସଂସ୍ଥାରେ ଚାକିରି କରେଇ ଦେବା ପାଇଁ ପ୍ରତିଶ୍ରୁତି ଦେଇ, ସରକାରୀ ଅଧିକାରୀଙ୍କ ସହ ସାକ୍ଷାତ କରାଇଥିଲା । ପରେ ମହିଳାଙ୍କୁ କହିଥିଲା ସନ୍ଧ୍ୟା ସମୟ ଯାଏଁ ଆପଣଙ୍କର ଚାକିରି ହୋଇଯିବ ।

ଏହା ପରେ ଆରୋପି ମହିଳା ଜଣଙ୍କୁ ଅଟେର୍ ଦୁର୍ଗ ବୁଲାଇବା ବାହାନାରେ ବୁଲାଇ ନେଇଥିଲା ପରେ ମହିଳାଙ୍କୁ ଧମକ ଚମକ ଦେଇ ସେଠାରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା । ପରେ ମହିଳାଙ୍କୁ ସେଠାରେ ଛାଡି ଚାଲିଯାଇଥିଲା । କିନ୍ତୁ ମହିଳା ନିଜ ସମ୍ମାନ ରକ୍ଷା କରିବାକୁ ଯାଇ ଏହି ଘଟଣା କାହାରୀକୁ ଜଣାଇ ନ ଥିଲେ । କିନ୍ତୁ ଏହି ଘଟଣା ରେ ଚିନ୍ତିତ ହୋଇ ପରେ ମହିଳା ଜଣକ ୨୦ ମଇ ଦିନ ନିଜ ସମ୍ପର୍କୀୟଙ୍କୁ ଜଣାଇଥିଲେ । ପରେ ମହିଳାଙ୍କ ସମ୍ପର୍କୀୟମାନେ ପୁଲିସରେ ମାମଲା ବିଷୟରେ ଜଣାଇଥିଲେ । ପୁଲିସ କହିଛି ଘଟଣାର ଅନୁସନ୍ଧାନ କରି ଆରୋପିକୁ ଶୀଘ୍ର ଦଣ୍ଡ ବିଧାନ କରିବ ।