ଦୀପାବଳୀ ଉପଲକ୍ଷେ ମୋଦୀ ସରକାରୀ ଦେଲେ ଜନତାଙ୍କୁ ଉପହାର ! ଜାଣନ୍ତୁ କ୍ୟାବିନେଟର ୪ଟି ବଡ ନିଷ୍ପତ୍ତି ।

Spread the love

କେନ୍ଦ୍ର ସରକାର କୃଷକ ଓ ସରକାରୀ କର୍ମଚାରୀମାନଙ୍କୁ ଦୀପାବଳୀ ଉପହାର ଦେଇଛନ୍ତି । ଆସନ୍ତୁ ଜାଣିବା କ୍ୟାବିନେଟ ବୈଠକର ୪ଟି ମୁଖ୍ୟ ନିଷ୍ପତ୍ତି ବିଷୟରେ…

କେନ୍ଦ୍ର ସରକାର କୃଷକ ଓ ସରକାରୀ କର୍ମଚାରୀମାନଙ୍କୁ ଦୀପାବଳୀ ଉପହାର ଦେଇଛନ୍ତି । ଆଉ ଗୋଟିଏ ଯୋଜନା ଯେଉଁଠାରେ କି ସରକାର ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅନୁଯାୟୀ ବାର୍ଷିକ ୬ ହଜାର ଟଙ୍କା ଦେବା ପାଇଁ ଖାତାକୁ ଆଧାର ସହ ସଂଯୋଗ କରିବା ପାଇଁ ସମୟ ସୀମା ବୃଦ୍ଧି କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୫ ପ୍ରତିଶତ ବଢ଼ାଇ ଦେଇଛନ୍ତି । ଆସନ୍ତୁ ଜାଣିବା କ୍ୟାବିନେଟ ବୈଠକର ୪ଟି ମୁଖ୍ୟ ନିଷ୍ପତ୍ତି ବିଷୟରେ…..

୧. କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୫ ପ୍ରତିଶତ ବୃଦ୍ଧିର ବିଜ୍ଞାପନ :

ବୁଧୁବାର ଦିନ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୫ ପ୍ରତିଶତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ଏହି ପ୍ରସ୍ତାବର ନିର୍ଣ୍ଣୟ କରାଯାଇଛି । ବୈଠକ ପରେ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଡ଼କର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ। ହୋଇଥିବା କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବଢାଇବା ପାଇଁ ନିଷ୍ପତ୍ତି କରାଯାଇଛି । ଏଥିରେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୫ ଲକ୍ଷ ପେନସନଧାରୀ ଉପକୃତ ହେବେ । ଏହିଭଳି ୫ ପ୍ରତିଶତ ବୃଦ୍ଧି କରିବା ଫଳରେ ଏହା ବର୍ଦ୍ଧିତ ହୋଇ ୧୭ ପ୍ରତିଶତରେ ପହଞ୍ଚି ଯାଇଛି ।

ସେ କହିଛନ୍ତି ଯେ, ଏହା ସବୁଠାରୁ ଅଧିକ ବର୍ଦ୍ଧିତ ହୋଇଛି ଯାହାକି ଦୀପାବଳୀ ଅବସରରେ ଦିଆଯାଇଛି । ଏହା ଜୁଲାଇ ୨୦୧୯ରୁ ଲାଗୁ ହେଲାଣି । ଏହା ଦ୍ଵାରା କର୍ମଚାରୀ ବର୍ଗଙ୍କୁ ବହୁତ ଲାଭ ହେବ ଓ ୧୬ ହଜାର କୋଟି ଟଙ୍କା ଭରଣ କରିବାକୁ ପଡ଼ିବ ।

୨. ବିସ୍ଥାପିତ କାଶ୍ମୀର ପରିବାରଙ୍କୁ ମିଳିବ ୫.୫ ଲକ୍ଷ ଟଙ୍କା :

କାଶ୍ମୀରରୁ ବିସ୍ଥାପିତ ହୋଇ ଭାରତର ଅନ୍ୟ ରାଜ୍ୟରେ ବସବାସ କରିଥିବା ୫୩୦୦ କାଶ୍ମୀରି ପରିବାରଙ୍କୁ ବଡ଼ ରିହାତି ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ବର୍ତ୍ତମାନ ଏହି ପରିବାରମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ୫.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଫଳରେ ଏମାନେ କାଶ୍ମୀରରେ ବାସ କରିପାରିବେ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବେଡ଼କାର ପିଓକେର ବିସ୍ଥାପିତ ଲୋକମାନଙ୍କ ପାଇଁ ସହାୟତା ଘୋଷଣା କରି କହିଛନ୍ତି ଯେ, ଏହା ଦ୍ଵାରା ଐତିହାସିକ ଭୁଲରେ ସୁଧାର ଆଣିବାର ସୁଯୋଗ ମିଳିବ । ସେ କହିଛନ୍ତି ଯେ, ଜମୁ-କାଶ୍ମୀର ପାଇଁ କ୍ୟାବିନେଟ ଐତିହାସିକ ପଦକ୍ଷେପ ନେଇଛନ୍ତି । ପ୍ରକାଶ ଜାବେଡ଼କର ପଓକେରୁ ବିସ୍ଥାପିତ ୫୩୦୦ ପରିବାର ଯେଉଁମାନେ କି ଦେଶର ଅନ୍ୟ ଭାଗରେ ବସତି ସ୍ଥାପନ କରୁଛନ୍ତି ଓ ଜାମୁ-କାଶ୍ମୀରକୁ ହିଁ ଫେରିଗଲେ ତାଙ୍କୁ ଆର୍ଥିକ ସହାୟତା ମିଳିବ । ଏହି ପଦକ୍ଷେପ ବିସ୍ଥାପିତ ପରିବାରଙ୍କ ସହିତ ହୋଇଥିବା ଐତିହାସିକ ଭୁଲକୁ ସୁଧାରିବା ପାଇଁ ନିଆଯାଇଛି ।

୩. ଖାତାକୁ ଆଧାର ସହ ଯୋଡିବାର ସମୟ ସୀମା ବଢ଼ାଇ ଦିଆଯାଇଛି :

ସରକାର ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅନୁସାରେ ବାର୍ଷିକ ୬୦୦୦ ଟଙ୍କାର ଲାଭ ଉଠାଇବା ପାଇଁ ଖାତାକୁ ଆଧାର ସହ ସଂଯୋଗ କରିବାର ସମୟସୀମା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କରି ଦେଇଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଡ଼କର କହିଛନ୍ତି ଯେ, ଅଗଷ୍ଟ ୧ ତାରିଖ ୨୦୧୯ ପର ଠାରୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଅନୁଯାୟୀ ଅର୍ଥ ଉପସ୍ଥାପନ କରିବା ଠାରୁ ଆରମ୍ଭ କରି ଖାତାକୁ ଆଧାର ସହ ସଂଯୋଗ କରିବାର ଶେଷ ସମୟସୀମା ୨୦୧୯ ନଭେମ୍ବର ୩୦ ତାରିଖ ବୋଲି ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ ରବି ଫସଲ ବୁଣିବା ପୂର୍ବରୁ କୃଷକମାନଙ୍କୁ ରିହାତି ଦେବାପାଇଁ ଏହି ପଦକ୍ଷେପ ନିଆଯାଇଛି । ମନ୍ତ୍ରୀଙ୍କ କହିବା ଅନୁଯାୟୀ ପୂର୍ବରୁ ହିଁ ୭ କୋଟି କୃଷକ ପ୍ରଧାନମନ୍ତ୍ରୀ କୃଷକ ଯୋଜନାରେ ଲାଭନୀତ୍ୱ ହୋଇ ସାରିଛନ୍ତି । ଏହି ଅନୁସାରେ କୃଷକମାନଙ୍କୁ ୩ଟି ସମାନ କିସ୍ତିରେ ୬୦୦୦ ଟଙ୍କା ବାର୍ଷିକ ପ୍ରଦାନ କରାଯିବ ।

୪. ରେଡ଼ିଓ ଓ ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶ ପ୍ରସାରକଙ୍କ ଚୁକ୍ତି ମଞ୍ଜୁରୀ :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ରେଡ଼ିଓ ଓ ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶ ପ୍ରସାରକଙ୍କ ଚୁକ୍ତିକୁ ପୂର୍ବ ପ୍ରଭାରୀ ମଞ୍ଜୁରୀ ଦେଇଛନ୍ତି । ବିଦେଶ ପ୍ରସାରକଙ୍କ ସହିତ ଚୁକ୍ତିନାମା ଦ୍ୱାରା ସାର୍ଵଜନିକ ପ୍ରସାରକଙ୍କୁ ନୂଆ ଦୃଷ୍ଟିକୋଣ ଅନୁସନ୍ଧାନ କରିବାରେ ଏବଂ ନୂତନ ପ୍ରୋ-ଉଦ୍ୟୋଗ ଏବଂ କଠିନ ପ୍ରତିଯୋଗିତା ସମ୍ବନ୍ଧିତ ନୂତନ ରଣନୀତି ହେବାର ସମ୍ବାବନା ରହିଛି । ସମାଚାର ମାଧ୍ୟମରେ ଉଦାରିକରଣ ଓ ବିଶ୍ୱକରଣ ତରଫରୁ ସହାୟତା ମିଳିବ ।

ପରସ୍ପର ଆଦାନ ପ୍ରଦାନ ଓ ସହ ଉତ୍ପାଦକ ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟକ୍ରମର ପ୍ରସାରଣରୁ ଦୂରଦର୍ଶନ ଓ ଆକାଶବାଣୀର ଦର୍ଶକ ଓ ଶ୍ରୋତାଙ୍କୁ ମଧ୍ୟରେ ସମତା ଓ ସମାବେଶର ବାତାବରଣ ସୃଷ୍ଟି କରିବ । ସୂଚନା ଅନୁଯାୟୀ ବିଶେଷଜ୍ଞମାନଙ୍କ ଆଦାନ ପ୍ରଦାନ ଓ କର୍ମଚାରୀଙ୍କ ପ୍ରଶିକ୍ଷଣରେ ସାର୍ବଜନୀନ ପ୍ରସାରକଙ୍କୁ ପ୍ରସାରଣ କ୍ଷେତ୍ରରେ ନୂତନ ପ୍ରତିଯୋଗିତାର ମୁକାବିଲାର ସାମ୍ନା କରିବାରେ ସହାୟତା ହେବ ।