୫୦୦ରୁ ୪୯୯ନମ୍ବର ରଖି ପାସ କରିଥିବା ସିବିଏସଇ ଟପର ନିଜ ସଫଳତାର ରହସ୍ୟ କହିଛନ୍ତି ।

Spread the love

ଦ୍ୱାଦଶ ସିବିଏସସି ପରୀକ୍ଷାରେ ଟପ୍ ହୋଇଥିବା ହଂସୀକା ଶୁକ୍ଳା ନିଜ ସଫଳତା ପଛର ରହସ୍ୟ ଖୋଲି କହିଛନ୍ତି ! କିପରି ତାଙ୍କର ପଢା ଶୈଳୀ ଥିଲା ।

ଯେବେ ମଧ୍ୟ ପରୀକ୍ଷା ପରେ ରେଜଲ୍ଟ ବାହାରିବା ସମୟ ଆସେ, ତେବେ ସମସ୍ତ ଛାତ୍ରଛାତ୍ରୀ କିଛି ପରିମାଣର ଚିନ୍ତାରେ ରୁହନ୍ତି । ସେହି ଛାତ୍ର କିମ୍ବା ଛାତ୍ରୀ ପଢାରେ ଭଲ କରୁଥାନ୍ତୁ କିମ୍ବା ଖରାପ । ସବୁ ଛାତ୍ରଛାତ୍ରୀଙ୍କ ମନରେ ଏହି ଇଚ୍ଛା ଥାଏ, କିପରି ସେ ଜୀବନରେ ଅତି କମରେ ଗୋଟିଏ ଥର ପରୀକ୍ଷାରେ ଟପ୍ କରିବ । କିନ୍ତୁ ଏହି ସ୍ଵପ୍ନ ପୁରା ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ । ସମସ୍ତେ ପରିଶ୍ରମ କରିଥାନ୍ତି କିନ୍ତୁ ପ୍ରଥମ ବା ଟପ୍ କେବଳ ଜଣେ ମାତ୍ର ହୋଇଥାଏ । ଏମିତିରେ କିଛି ଲୋକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁ ଥାଏ ଯେ, ସେ କେଉଁ ରଣନୀତି ଆପଣାଇଲେ ଟପ୍ କରିପାରିବେ । ଆଜି ଆମେ ଆପଣଙ୍କୁ ୨୦୧୯ରେ ଟପ୍ କରିଥିବା ଝିଅଟିର ପଢ଼ାର ରହସ୍ୟ ବିଷୟରେ କହିବୁ, ଯାହା ନିଜେ ଟପ୍ କରିଥିବା ସେହି ଝିଅଟି କହିଛି ।

ଦୁଇ ଜଣ ଝିଅ ଏକତ୍ର ଟପ୍ ହୋଇଛନ୍ତି :

ଗୁରୁବାର ଦିନ ସିବିଏସଇ ଦ୍ଵାରା ଦ୍ଵାଦଶ ଶ୍ରେଣୀର ରେଜଲ୍ଟ ଘୋଷଣା କରାଯାଇଛି । ଏଥର ଟପ୍ ଲିଷ୍ଟରେ ଝିଅମାନେ ବାଜି ମାରିଛନ୍ତି । ଏଥି ମଧ୍ୟରୁ ଦୁଇ ଜଣ ଝିଅ ୫୦୦ ନମ୍ବର ରୁ ୪୯୯ ନମ୍ବର ଆଣି ଟପ୍ କରିଛନ୍ତି । ସେମାନେ ହେଲେ ହଂସିକା ଶୁକ୍ଲା (ଡ଼ିପିଏସ୍ ଗାଜିଆବାଦ) ଓ କରିସ୍ମା ଅରୋଡା (ଏସ୍.ଡ଼ି.ପବ୍ଲିକ ସ୍କୁଲ, ମୁଜଫ୍ଫରନଗର)।ଏପରି ନମ୍ବର ଆଣିବା ସମସ୍ତ ଛାତ୍ରଛାତ୍ରୀଙ୍କ ସପ୍ନ ହୋଇଥାଏ । ଆଜି ଆମେ ଆପଣଙ୍କୁ ହଂସୀକା ଶୁକ୍ଳାଙ୍କ ପଢା ଶୈଳୀର ରହସ୍ୟ ବିଷୟରେ କହିବୁ ।

ହଂସୀକାଙ୍କ ଇଂରାଜିରେ ୧ ନମ୍ବର କଟିଛି :

୫୦୦ ରୁ ୪୯୯ ଆଣିଥିବା ହଂସୀକାଙ୍କ ୧ ନମ୍ବର ଇଂରାଜୀରେ କଟିଛି । ଏହା ବ୍ୟତୀତ ଇତିହାସ, ମନବିଜ୍ଞାନ, ରାଜନୈତିକ ବିଜ୍ଞାନ ଏବଂ ସଂଗୀତରେ ତାଙ୍କୁ ୧୦୦ ରୁ ୧୦୦ ନମ୍ବର ମିଳିଛି । ହଂସୀକାଙ୍କ ପିତା ସାକେଟ କୁମାର ଶୁକ୍ଳା ରାଜ୍ୟସଭାରେ ଡେପୁଟି ସେକ୍ରେଟେଟ ରୂପେ କାର୍ଯ୍ୟରତ ଅଟନ୍ତି ଏବଂ ହଂସୀକାଙ୍କ ମାତା ବି.ଏମ୍.ଏଲ୍.ଜି. ଡିଗ୍ରୀ କଲେଜରେ ଅଧ୍ୟାପିକା ଅଟନ୍ତି । ଯେତେବେଳେ ହଂସିକାଙ୍କୁ ତାଙ୍କର ଭବିଷ୍ୟତ ବିଷୟରେ ପଚରା ଯାଇଥିଲା; ସେ କହିଥିଲେ ଯେ ସେ ବଡ ହୋଇ IAS ହେବା ପାଇଁ ଚାହୁଁଛନ୍ତି ଓ ତା ସହିତ କିଛି ଏମିତି ପିଲାଙ୍କୁ ପଢାଇ ବଡ ମଣିଷ କରିବାକୁ ଚାହୁଁଛନ୍ତି, ଯେଉଁମାନେ ଅର୍ଥ ଅଭାବରୁ ପଢା ପୁରା କରିପାରନ୍ତି ନାହିଁ । ହଂସୀକା ଦ୍ୱାଦଶ ପରେ ମନୋବିଜ୍ଞାନରେ ପଢିବା ପାଇଁ ଚାହୁଁଛନ୍ତି ଏବଂ ଏଥିପାଇଁ ତାଙ୍କର ପ୍ରଥମ ପସନ୍ଦ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଟେ ।

ଏହା ହେଉଛି ହଂସୀକାଙ୍କ ସଫଳତାର ରହସ୍ୟ :

ଏକ ଇଣ୍ଟରଭ୍ୟୁ ସମୟରେ ହଂସିକାଙ୍କୁ ଟପ୍ କରିବାର ରହସ୍ୟ ପଚରାଗଲା । ସେ କହିଲେ କି, “ମୁଁ ଟପ୍ କରିବା ବିଷୟରେ କେବେ ମଧ୍ୟ ଭାବି ନଥିଲି ।” ହଁ, ମୋର ଭଲ ନମ୍ବର ଆସିବାର ଆତ୍ମବିଶ୍ଵାସ ଥିଲା । ମୋ ସିକ୍ରେଟ୍ କେବଳ ଏହା ଥିଲା କି ଆପଣ ପରିଶ୍ରମ କରନ୍ତୁ ଓ ଟପ୍ କରିବାର ଚିନ୍ତା ନ କରି ଭଲ ନମ୍ବର ଆଣିବା ପାଇଁ ଭାବନ୍ତୁ । ମୁଁ ପରୀକ୍ଷା ପାଇଁ ଲଗାତାର ପଢି ନାହିଁ, ପରନ୍ତୁ ମୁଁ ଗୋଟିଏ ଘଣ୍ଟା ପଢୁଥିଲି ଓ ଗୋଟିଏ ଘଣ୍ଟା ବିଶ୍ରାମ କରୁଥିଲି । “ହଂସିକାଙ୍କର ଏହି ସଫଳତା, ତାଙ୍କର ଶିକ୍ଷକ ଓ ମାତା ପିତାଙ୍କ ପାଇଁ ସମ୍ଭବ ବୋଲି ସେ କହିଛନ୍ତି । ପଢ଼ାପଢ଼ି ବ୍ୟତୀତ ହଂସୀକା ବ୍ୟାଟମିଣ୍ଟନ ଏବଂ ପହଁରିବା ପାଇଁ ପସନ୍ଦ କରନ୍ତି ହଂସୀକା ।

ଆପଣଙ୍କୁ ଜଣାଇ ଦେଉଛୁ କି ଦ୍ଵିତୀୟ ନମ୍ବରରେ ୩ଟି ଝିଅ ଅଛନ୍ତି ଓ ତୃତୀୟ ନମ୍ବରରେ 18 ଜଣ ଷ୍ଟୁଡେଣ୍ଟ ଅଛନ୍ତି ଯାହା ମଧ୍ୟରୁ ୧୧ ଜଣ ଝିଅ ଅଟନ୍ତି । ଆପଣ ଟପର ମାନଙ୍କର ଲିଷ୍ଟ ତଳେ ଦେଖି ପାରିବେ ।