ସିବିଆଇ, ସଂସଦରୁ ହିଁ ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିଲେ ! ପ୍ରତିବଦଳରେ କଂଗ୍ରେସୀୟ ମାନେ ଏହି କାମ କରିଥିଲେ…

Spread the love

ଭାରତର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଆଇରନ ଲେଡି ରୂପେରେ ସମସ୍ତେ ଜାଣନ୍ତି । ତାଙ୍କ ସହ ଜଡ଼ିତ କିଛି ଘଟଣା ଯାହା ବହୁତ ପ୍ରସିଦ୍ଧ ଅଟେ । ଇନ୍ଦିରା ଗାନ୍ଧୀ ଗୋଟିଏ ପଟେ ଦେଶ ପାଇଁ କଡ଼ା ନିଷ୍ପତ୍ତି ନେଉଥିବା ବେଳେ ଅନ୍ୟ ପଟେ ତାଙ୍କ ଉପରେ ଅନେକ ଆରୋପ ମଧ୍ୟ ଲାଗିଥିଲା । ଖାଲି ଏତିକି ହିଁ ନୁହେଁ, ସେ ଯେତିକି ଲୋକପ୍ରିୟ ହୋଇଥିଲେ, ତାଠାରୁ ବେଶି ବଦନାମ ମଧ୍ୟ ହୋଇଥିଲେ । ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍ ୨୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଯାହା ୨୧ ମାସ ପର୍ଯ୍ୟନ୍ତ ଲାଗିଥିଲା ଏବଂ ଏହା ୧୯୭୭ ମାର୍ଚ୍ଚ ୨୧ରେ ଉଠିଥିଲା । ଖାଲି ଏତିକି ନଥିଲା, ଜରୁରୀକାଳୀନ ପରସ୍ଥିତି ସମୟରେ ହିଁ ଇନ୍ଦିରା ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନର ଘୋଷଣା ମଧ୍ୟ କରିଥିଲେ, ଯେଉଁଠି ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଇନ୍ଦିରା ଗାନ୍ଧୀଙ୍କୁ କାହିଁକି ଜେଲ୍ ପଠାଯାଇଥିଲା, ସେ ବିଷୟରେ ଆଜି ଆମେ ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ ।

ଇନ୍ଦିରା ଗାନ୍ଧୀଙ୍କ ସମ୍ପୂର୍ଣ୍ଣ ପରାଜୟ ପରେ ଜନତା ଦଳର ନେତା ମୋରାରଜି ଦେଶାଇ ଦେଶର ଚତୁର୍ଥ ପ୍ରଧାନମନ୍ତ୍ରୀ ହେଲେ । ମୋରାରଜି ଦେଶାଇ ପ୍ରଧାନମନ୍ତ୍ରୀ ହେଲା ପରେ ଦେଶରେ ଅନେକ ବିଷୟରେ ପରିବର୍ତ୍ତନ ହେଲା । ଏହି କାରଣରୁ ଇନ୍ଦିରା ଗାନ୍ଧୀଙ୍କ ଚୌକି ଚାଲିଗଲା । ଅନ୍ୟପଟେ ମୋରାରଜି ଦେଶାଇ ଇନ୍ଦିରାଙ୍କୁ ଜେଲ ପଠେଇବା ପାଇଁ ପୁରା ବନ୍ଦୋବସ୍ତ କରି ସାରିଥିଲେ । ମୋରରଜି ଦେଶାଇ ସରକାର ଇନ୍ଦିରା ଗାନ୍ଧୀଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଥିଲେ ଏବଂ ଏହାକୁ ପ୍ରମାଣିତ କରିବା ପାଇଁ “ଶାହା କମିଶନ” ତିଆରି କରଯାଇଥିଲା ।

ଇନ୍ଦିରା ଗାନ୍ଧୀ ୧୯୭୭ ଅକ୍ଟୋବର ୩ ତାରିଖରେ ପ୍ରଥମ ଥର ଗିରଫ ହୋଇଥିଲେ :

୧୯୭୭ ଅକ୍ଟୋବର ୩ ତାରିଖରେ ସିବିଆଇ ଭ୍ରଷ୍ଟାଚାର ମାମଲାରେ ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରେ ପହଞ୍ଚି ଥିଲେ, ଯାହାପରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ନିର୍ବାଚନ ପ୍ରଚାର କରିବା ପାଇଁ ଜିପ କିଣିଥିଲେ, ଯାହାକି କଂଗ୍ରେସର ଟଙ୍କାରେ ନାହିଁ ବରଂ ସରକାରଙ୍କ ଟଙ୍କାରେ କିଣିଥିଲେ । ଗିରଫ ହେବାର ଗୋଟିଏ ଦିନ ପରେ ଯେତେବେଳେ କୋର୍ଟ ଉପସ୍ଥାପନ କରାଗଲା ଏବଂ ତାଙ୍କୁ ସେହି ଦିନ ହିଁ ଖଲାସ କରି ଦିଆଗଲା । କିନ୍ତୁ ଅନ୍ୟପଟେ ”ଶାହା କମିଶନ” ମାମଲାର ଟିକନିଖ ଯାଞ୍ଚ କରୁଥିଲେ, ଯେଉଁଥିରେ କି କିଛି ଲୋକ ଜରୁରୀକାଳୀନ ପରିସ୍ଥିତି ପାଇଁ ଇନ୍ଦିରା ଗାନ୍ଧୀ ଦାୟୀ ଦୋଷୀ ବୋଲି ସାକ୍ଷୀ ମଧ୍ୟ ଦେଇଥିଲେ ।

ସିବିଆଇ ଇନ୍ଦିରା ଗାନ୍ଧୀଙ୍କୁ ସଂସଦ ଭିତରୁ ପୁଣିଥରେ ଗିରଫ କରିଥିଲେ :

୧୯୭୮ ଜାନୁୟାରୀ ୯ତାରିଖରେ କୋର୍ଟରେ ହାଜର ହେବା ପାଇଁ ଇନ୍ଦିରା ଗାନ୍ଧୀଙ୍କୁ ଶାହା କମିଶନ ସମନ ପଠାଇଲେ, ଯେଉଁଠି ଇନ୍ଦିରା ଗାନ୍ଧୀ କିଛି ବି ମନ୍ତବ୍ୟ ଦେଇନ ଥିଲେ । ଏହାପରେ ଇନ୍ଦିରା ଗାନ୍ଧୀ କର୍ଣ୍ଣାଟକର ଚିକମଙ୍ଗଲୁର ରୁ ଉପନିର୍ବାଚନ ଲଢି ପୁଣିଥରେ ସାଂସଦ ରୂପେ ନିର୍ବାଚିତ ହେଲେ । ସେହି ସମୟରେ ପ୍ରିବିଲେଜ କମିଟି ସଂସଦରେ ଏହି ରିପୋର୍ଟ ଦେଲେ ଯେ, ଇନ୍ଦିରା ଗାନ୍ଧୀ ନିଜ ପଦର ଭୁଲ୍ ବ୍ୟବହାର କରି ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ, ଯାହାପରେ ତାଙ୍କ ସାଂସଦ ପଦ ଖାରଜ କରାଗଲା । ଏହି ସମୟରେ ୧୯୭୮ ମସିହା ଡିସେମ୍ବର ୧୯ତାରିଖରେ ଇନ୍ଦିରା ଗାନ୍ଧୀଙ୍କୁ ସଂସଦରୁ ହିଁ ସିବିଆଇ ଗିରଫ କରିଥିଲେ ।

ଏହି ଗିରଫ ବିରୋଧରେ କଂଗ୍ରେସ ନେତାମାନେ ଉଡାଜାହାଜ ହାଇଜେକ କଲେ :

ସିବିଆଇ ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରି ଦିଲ୍ଲୀର ତିହାଡ଼ ଜେଲ ଆଣିଥିଲେ, ସେଠାରେ ତାଙ୍କୁ ଏକ ସପ୍ତାହ ରଖାଗଲା । ଜେଲକୁ ସୋନିଆ ଗାନ୍ଧୀ, ଇନ୍ଦିରା ଗାନ୍ଧୀଙ୍କ ପାଇଁ ଖାଇବା ଆଣୁଥିଲେ । ଅନ୍ୟପଟେ କଂଗ୍ରେସ ନେତାମାନେ ଜାହାଜକୁ ହାଇଜେକ କରି ଇନ୍ଦିରା ଗାନ୍ଧୀଙ୍କୁ ମୁକ୍ତ କରିବା ପାଇଁ ଦାବୀ କରୁଥିଲେ । ଏତିକି ନୁହେଁ; ସାହା କମିଶନ ରିପୋର୍ଟରେ କୁହାଯାଇ ଥିଲା ଯେ, ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କରିବା ପାଇଁ ସବୁ ପ୍ରମାଣ ଅଛି କିନ୍ତୁ ପରେ ଇନ୍ଦିରା ଗାନ୍ଧୀଙ୍କୁ ମୁକ୍ତ କରାଗଲା ଏବଂ ପୁଣିଥରେ ସେ ବହୁମତ ହାସଲ କରି ସରକାର ଗଠନ କଲେ ।