କ୍ୟାନ୍ସର (କର୍କଟ ରୋଗ) ଠାରୁ ନିଜକୁ ସୁରକ୍ଷିତ ରଖିବାପାଇଁ କେତେକ ଅତ୍ୟାବଶ୍ୟକ ଉପାୟ : ଯାହା ଜାଣିବା ସମସ୍ତଙ୍କ ପାଇଁ ଜରୁରୀ ।

Spread the love

କ୍ୟାନ୍ସର ଗୋଟିଏ ଘାତକ ବେମାର ଅଟେ । କ୍ୟାନ୍ସର ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ, ନିଜେ ସତର୍କରେ ରହିବା ନିହାତି ଆବଶ୍ୟକ । ସମୟ ଥିଲାବେଳେ ହିଁ ଆମେ କିଛି ଉପାୟ କୁ ପ୍ରୟୋଗ କରିବାର ଅଛି ଓ ପ୍ରତ୍ୟେକ ଦିନ ଆମେ କିଛି ସାବଧାନତା କୁ ପାଳନ କରିଲେ ନିଶ୍ଚୟ ଭାବରେ କ୍ୟାନ୍ସର ଠାରୁ ଦୁରେଇ ରହିବାର ସମ୍ଭାବନା ରହିବ । ଏବେ ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣ ପାଳନ କରି ନିଜକୁ କ୍ୟାନ୍ସର ଠାରୁ ଦୂରେଇ ରହିପାରିବେ ।

କ୍ୟାନ୍ସର ଠାରୁ କିଭଳି ସୁରକ୍ଷାରେ ରହିବା –

1 / Check କରାନ୍ତୁ – କ୍ୟାନ୍ସର ଠାରୁ ବଞ୍ଚିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି 40 – 50 ବର୍ଷ ପରେ ( 6 ମାସ କୁ ଥରେ ) କ୍ୟାନ୍ସର ର check କରେଇବା ଆବଶ୍ୟକ ବା ଯେତେବେଳେ ନିଜ ଶରୀର ଭିତରେ କିଛି ଅସାଧାରଣ ରୂପେ ପରିବର୍ତ୍ତନ ହେବାର ଅନୁଭବ କରିଥାଅ, ତେବେ ତୁରନ୍ତ check କରାନ୍ତୁ । ୯୦ ପ୍ରତିଶତ ରୁ ଅଧିକ case ମାନଙ୍କରେ ଯଦି ଠିକ ସମୟରେ ରୋଗୀର ଚିହ୍ନଟ ହୁଏ ତେବେ ସେହି ରୋଗୀ ନିଶ୍ଚୟ ଠିକ୍ ହୋଇଯାଇଥାଏ ।

2 / ତେଲ ରେ ଭଜା ହୋଇଥିବା ଜିନିଷ କମ ମାତ୍ରାରେ ଖାନ୍ତୁ – କ୍ୟାନ୍ସର ଠାରୁ ବଞ୍ଚିବା ପାଇଁ ତେଲ ରେ ଭଜା ହୋଇଥିବା ଜିନିଷ କମ ମାତ୍ରାରେ ଖାନ୍ତୁ । ଖାସ କରି ବଜାରରେ ମିଳୁଥିବା ଭଜା ଜିନିଷ ମାନଙ୍କଠାରୁ ଦୁରେଇ ରୁହନ୍ତୁ । ସଂଶୋଧନ କରିବାପରେ ଜଣା ପଡିଲା ଯେ, ବଜାରରେ ଦୋକାନୀ ଵାଲା ଗୋଟିଏ ତେଲକୁ ହିଁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିଥାଏ ଓ ସେହି ତେଲରେ ହିଁ ପୁଣି ସେଥିରେ ତେଲ ପକାଇ ଦିଅନ୍ତି । ସେହି ତେଲକୁ ବାରମ୍ବାର ଗରମ କରିବା ଯୋଗୁଁ ସେହି ତେଲରେ ଭଜା ଜିନିଷ ଦେହ ପାଇଁ ବହୁତ ହାନିକାରକ ହୋଇଥାଏ । ଏଭଳି ଜିନିଷ ଖାଇଲେ କ୍ୟାନ୍ସର ହେବାର ସମ୍ଭାବନା ବଢି ଯାଇଥାଏ । ଏହା ଛଡା ଡ଼ାଲଡ଼ା ଘିଅ ଖାଇବା ବଦଳରେ ଶୁଦ୍ଧ ସୋରିଷ, ବାଦାମ, ନଡ଼ିଆ ତେଲକୁ ବ୍ୟବହାର କରନ୍ତୁ । ଏହା ଦ୍ୱାରା ମଧ୍ୟ କ୍ୟାନ୍ସର ଠାରୁ ନିଜକୁ ସୁରକ୍ଷାରେ ରଖିପାରିବା । refined ତେଲ କେବେବି ବ୍ୟବହାର କରନ୍ତୁ ନାହିଁ ।

3 / ବ୍ୟଥାକୁ ନାସ କରୁଥିବା ଔଷଧ ଗୁଡିକୁ କେବେବି ସେବନ କରନ୍ତୁ ନାହିଁ – ଅଧିକାଂଶ ଲୋକମାନେ ଶରୀରରେ ସାମାନ୍ୟ ବ୍ୟଥା ହେଲେ ଔଷଧ ସେବନ କରିଦିଅନ୍ତି, ତାହାବି ବିନା ଡାକ୍ତରଙ୍କ ପରାମର୍ଶ ସେବନ କରିଥାନ୍ତି । ବ୍ୟଥାକୁ କମାଇବାପାଇଁ pain clear ଔଷଧ ଅଧିକ ମାତ୍ରାରେ ସେବନ କରିଥାନ୍ତି । କିନ୍ତୁ ଏହି ଔଷଧ ରେ ବହୁତ side effect ଥାଏ । ଯାହାକି ସହିରକୁ ବହୁତ କ୍ଷତି କରିଥାଏ । ଯଦି କ୍ୟାନ୍ସର ରେ ବ୍ୟଥା ହୋଇଥାଏ, ସେତେବେଳେ ଡାକ୍ତରଙ୍କ ପରାମର୍ଶରେ ହିଁ ସେହି ଔଷଧକୁ ସେବନ କରନ୍ତୁ ।

4 / ବେଗକୁ ଅଟକାଅ ନାହିଁ – ବହୁତ ଲୋକଙ୍କୁ ଏହା ଅଭ୍ୟାସ ହୋଇଯାଇଥାଏ ନିଜ ବେଗକୁ ଅଟକାଇ ରଖିବା ଅର୍ଥାତ ମଳ, ମୂତ୍ର, ବେଗକୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକାଇ ରଖିଦିଅନ୍ତି ଓ ଅସମ୍ଭାଳ ପରିସ୍ଥିରେ ସେମାନେ ସେ ଗୁଡିକୁ ତ୍ୟାଗ କରିଥାନ୍ତି । ଏହା ମଧ୍ୟ କ୍ୟାନ୍ସର ହେବାର ଗୋଟିଏ ବଡ଼ କାରଣ ଅଟେ ।

5 / ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ – କୌଣସି ବି ନିଶା ସେବନ କରନ୍ତୁ ନାହିଁ ତାହା ସିଗାରେଟ୍, ମଦ, ଗୁଟଖା ଆଦି କଦାପି ସେବନ କରନ୍ତୁ ନାହିଁ । ଏହା ମଧ୍ୟ କ୍ୟାନ୍ସର ହେବାର ବଡ଼ କାରଣ ଅଟେ ତେଣୁ ଏହି ନିଶା ଦ୍ରବ୍ୟ ମାନଙ୍କଠାରୁ ଦୁରେଇ ରୁହନ୍ତୁ ।

6/ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ – ଅଧିକ ଚିନ୍ତିତ କରିବା ଓ ଅଧିକ ଦିନ ପର୍ଯ୍ୟନ୍ତ ଚିନ୍ତିତରେ ରହିବା ମଧ୍ୟ କ୍ୟାନ୍ସର ର କାରଣ ହୋଇଥାଏ । ଏଥିପାଇଁ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ ଖୁସି ରୁହନ୍ତୁ ଓ ନିଜ ମନକୁ ଶାନ୍ତ ରେ ରଖନ୍ତୁ । କେବେବି ଅଧିକ ବ୍ୟସ୍ତ ବା ଚିନ୍ତିତ ହୁଅନ୍ତୁ ନାହିଁ ।

7 / ଓଜନ କୁ ନିୟନ୍ତ୍ରଣରେ ରଖନ୍ତୁ – ସଂଶୋଧନ କରିବାପରେ ଜଣାପଡିଲା କି, ଅଧିକ ଓଜନ ଥିବା ଲୋକଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ଥାଏ । ଶରୀରର ଓଜନ ବଢିବା ଯୋଗୁଁ ପାଚନ ତନ୍ତ୍ର ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ଓ ଶରୀରର movement ମଧ୍ୟ ଭଲରୁପେ ହୋଇନଥାଏ । ତେଣୁ ନିଜ ଓଜନ କୁ ନିୟନ୍ତ୍ରଣ କରନ୍ତୁ ଓ ଓଜନ ଅଧିକ ହୋଇଥିଲେ ତାହାକୁ କମାଇବାକୁ ପ୍ରୟାସ କରନ୍ତୁ ।

8 / ଅସୁରକ୍ଷିତ ଯୌନ ସମ୍ବନ୍ଧ – ଅସୁରକ୍ଷିତ ଓ ଅଧିକ ଯୌନ ସମ୍ବନ୍ଧ କରିବା ଦ୍ୱାରା ମଧ୍ୟ କ୍ୟାନ୍ସର ହେବାର ସମ୍ଭାବନା ବଢି ଯାଇଥାଏ । କାରଣ କେଉଁ ଲୋକ କେଉଁ ରୋଗରେ ଆକ୍ରାନ୍ତ ଅଛି ତାହା ଜଣା ନଥାଏ ।

9 / ଯୋଗସନ କରନ୍ତୁ – ପ୍ରଣାୟମ ଯେ କୌଣସି ବି ରୋଗକୁ ଅଟକାଇବାର ସକ୍ଷମ ଥାଏ । ସଂଶୋଧନ କରିବାପରେ ଜଣାପଡିଲା କି, ଯେଉଁ ଲୋକ ଅନୁଲମ ବିଲମ, କପାଳଭାତି ପ୍ରଣାୟମ କରନ୍ତି ସେମାନଙ୍କ କୌଣସି ରୋଗ ବି ପାଖକୁ ଆସିପାରି ନଥାଏ ।

ଆମେ ଆଶା କରୁଛୁ କି ଆପଣ କ୍ୟାନ୍ସର ଠାରୁ ବଞ୍ଚିବା ପାଇଁ ନିଶ୍ଚୟ ଏହି ନିୟମ ଗୁଡିକୁ ପାଳନ କରିବେ ।