କ୍ୟାନ୍ସର ପୀଡିତ ମାଆର ସୁଯୋଗରେ ଭାଇ କରୁଥିଲା ଭଉଣୀର ଧର୍ଷଣ । ଜାଣନ୍ତୁ ଘଟଣାଟି କଣ ?

Spread the love

ପଶ୍ଚିମ ଦିଲ୍ଲୀର ତିଳକ ନଗରର ଗୋଟେ ଏମିତି ଘଟଣା ଘଟିଛି, ଯାହା ସାରା ଭାରତରେ ହଇଚଲ୍ ସୃଷ୍ଟି କରୁଛି । ସାହି ପଡିଶାର ଲୋକେ ଜାଣିସାରିଲା ପରେ ଲୋକଙ୍କ ମଧ୍ୟରେ ଖେଳି ଯାଇଥିଲା ହଇଚଲ୍ । ତିଳକ ନଗରରୁ ୨୨ ବର୍ଷୀୟ ଯୁବକକୁ ଯେତେବେଳେ ଗିରଫ କରି ନେଇ ଯାଇଥିଲା, ସେତେବେଳେ ଘଟଣାଟି ବାହାରକୁ ପ୍ରକଟ ହୋଇଥିଲା । ଯୁବକ ଜଣକ ନିଜର ନାବାଳିକା ଭଉଣୀ ସହ ଯୌନ ଶୋଷଣ କରି ଚାଲିଥିଲା । ଗତ ବୁଧବାର ଦିନ ଯୁବକ ଜଣକ ଗିରଫ ହେବ ପରେ ସାମନାକୁ ଘଟଣାଟି ଆସିଥିଲା ଓ ଚାରିଆଡେ ପ୍ରକାଶ ହୋଇଥିଲା ।

ପୁଲିସଙ୍କ କହିବା ଅନୁସାରେ ଯୁବକ ଜଣକ ନିଜର ୧୭ ଓ ୧୩ ବର୍ଷର ଦୁଇ ଜଣ ଭଉଣୀଙ୍କୁ ବିଗତ ଏକ ବର୍ଷ ହେବ ଯୌନ ଶୋଷଣ କରିଚାଲିଥିଲା । ଏପ୍ରିଲ୍ ମାସରେ ପ୍ରଥମ ଥର ନିଜ ୧୭ ବର୍ଷୀୟ ଭଉଣୀକୁ ଧର୍ଷଣ କରିଥିଲା । ପରେ ପରେ ନିଜର ୧୩ ବର୍ଷୀୟ ଭଉଣୀକୁ ମଧ୍ୟ ଧର୍ଷଣ କରିବା ଆରମ୍ଭ କରିଥିଲା । ଯୁବକ ଜଣକ ଯେତେବେଳେ ବି ସୁଯଗ ପାଉଥିଲା ସେ ନିଜ ଭଉଣୀମାନଙ୍କ ସହ ଧର୍ଷଣ କରିଚାଲିଥିଲା । ମାଆ ନିଜ ବଡ ପୁଅକୁ ନିଜ ଝିଅମାନଙ୍କ ଯତ୍ନ ନେବା ଦାୟିତ୍ୱ ଦେଇଥିଲେ । କିନ୍ତୁ ମାଆଙ୍କୁ ଜଣା ନଥିଲା ଯେ ବଡ ପୁଅ ଏପରି ସବୁ କାଣ୍ଡ କରିଚାଲିଛି ।

୧୩ ବର୍ଷର ଝିଅଟି ନିଜ ସାଙ୍ଗକୁ କହିଥିଲା ଯେ, ସେ ନିଜ ଭାଇ ଦ୍ଵାରା ଯୌନ ଶୋଷଣର ଶିକାର ହୋଇଚାଲିଛି । ଏହି ସମୟରେ ସେ ନିଜ ସାଙ୍ଗକୁ ବି କହିଥିଲା ଯେ, ନିଜ ବଡ ଭଉଣୀ ମଧ୍ୟ ଯୌନ ଶୋଷଣର ଶିକାର ହୋଇଛି । ଯେତେବେଳେ ଝିଅଟିର ସାଙ୍ଗ ନିଜ ବାପଙ୍କୁ ଏହି ଘଟଣା ବିଷୟରେ କହିଥିଲା ତାହା ପରେ ସାଙ୍ଗର ବାପା ଯାଇ ଗୋଟିଏ ଏନଜିଓର ସହାୟତାରେ ପୁଲିସ ଡିପାର୍ଟମେଣ୍ଟରେ ରିପୋର୍ଟ ଦାଖଲ କରିଥିଲେ । ପୁଲିସ ଯୁବକକୁ ଗିରଫ କରିଥିଲେ ଆଉ ଝିଅ ଦୁଇଜଣଙ୍କ ବୟାନ ରେକର୍ଡ କରିଥିଲେ । ରେକର୍ଡ ଅନୁସାରେ ୧୩ ବର୍ଷର ଝିଅଟି କହିଥିଲା ଯେ, ରାତିରେ ସମସ୍ତେ ଶୋଇପଡିବା ପରେ ଭାଇ ମୋ ଦେହରେ ହାତ ମାରୁଥିଲା ଆଉ ମୋ ବଡ ଭଉଣୀ ସହ ଧର୍ଷଣ କରୁଥିଲା । ୧୩ ବର୍ଷର ଝିଅଟି କହିଥିଲା ଭାଇ ଧମକ ଦେଉଥିଲା ଯଦି ଆମେ କାହାକୁ ଜଣାଇବୁ, ତାହେଲେ ଆମ ଦୁଇ ଜଣଙ୍କୁ ଘରୁ ତଡି ଦେବ ଓ ଆମକୁ ବହୁତ ମାରିବ । ଝିଅମାନଙ୍କ ମାଆ ପୁଲିସକୁ କହିଥିଲେ ଯେ, ଝିଅ ଦୁଇ ଜଣ ଭାଇ ସହ ସ୍କୁଲକୁ ଯିବାକୁ ମନା କରୁଥିଲେ କିନ୍ତୁ ବେଶୀ କିଛି କହୁ ନ ଥିଲେ । ପୁଲିସ ଝିଅମାନଙ୍କ ବୟାନ ରେକର୍ଡ କରି ଯୁବକଟିକୁ କୋର୍ଟ ପଠେଇବା ପାଇଁ ପ୍ରସ୍ତୁତ ହେଉଛି ।