ପ୍ରଦୂଷଣ ଯୋଗୁଁ ଶିଘ୍ରତାର ସହ ବଢ଼ିବାରେ ଲାଗିଛି କ୍ୟାନ୍ସର ଏବଂ ଆସ୍ଥାମା । ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ଉପାୟ ।

Spread the love

ଆଜିକାଲିର ସମୟରେ ବାତାବରଣ ଏହିପରି ହୋଇଗଲାଣି ଯେ, ନିଶ୍ୱାସ ନେବା କଷ୍ଟକର ହୋଇପଡିଛି । ଏହି ପରିସ୍ଥିତିରେ ଆପଣଙ୍କୁ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ ଅଟେ । ଯଦି ଆପଣ ନିଜକୁ ଏହି ପ୍ରଦୂଷଣରୁ ରକ୍ଷା କରିବା ପାରନ୍ତି, ତେବେ ଆପଣଙ୍କୁ କ୍ୟାନ୍ସର ଏବଂ ଆସ୍ଥାମାପରି ଗମ୍ଭୀର ରୋଗରୁ ନିସ୍ତାର ମିଳିପାରିବ । ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ଉପସ୍ଥିତ ପବନରେ ନାଇଟ୍ରୋଜେନ ଅକସାଇଡ଼ ଦ୍ୱାରା ଆସ୍ଥାମା ଏବଂ ଛାତିରେ ସଂକ୍ରମିତ, ବ୍ୟକ୍ତିଙ୍କୁ ନିଜ ଅଧୀନକୁ ନେଇ ଯାଇଥାଏ । ଏହା ସତ୍ତ୍ୱେ ସ୍ଵସ୍ଥ ବ୍ୟକ୍ତି ମଧ୍ୟ ଏହା ଦ୍ୱାରା ଆକ୍ରାନ୍ତ ହୋଇଯାନ୍ତି । ପ୍ରଦୂଷଣରେ ପୀଡିତ ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଡାକ୍ତରଙ୍କ ଅନୁସାରେ ବାୟୁରେ ପ୍ରଦୂଷଣର ସ୍ତର ବଢିବା କାରଣରୁ ଏନଓ-ଟୁ ପାର୍ଲିଟକଲ୍ସ ଖାଦ୍ୟ ନଳୀ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ । ଏହା ଦ୍ୱାରା ଗଳାରେ ପ୍ରାୟତଃ ସଂକ୍ରମଣ ହୋଇଥାଏ ।ପ୍ରଦୂଷଣ ଅତ୍ୟଧିକ ହେଲେ ଆଖି, ନାକ, ଗଲାକୁ ସଂକ୍ରମଣ କରିବା ସହ ଫୁସଫୁସ, ହୃଦୟ ଏବଂ ଲିଭର ପର୍ଯ୍ୟନ୍ତ ପହଁଚି ଯାଇଥାଏ । ପରେ ଏହା ଆମ କିଡ୍ନୀକୁ ପ୍ରଭାବ କରିଥାଏ । ଯାହା ଶୀଘ୍ର ଆମକୁ ଜଣା ପଡି ନ ଥାଏ ।

ଯଦି ଆପଣ ନିଜକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଚାହୁଁଥାନ୍ତି ଏବଂ ଏହି ବିପଦପୂର୍ଣ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି; ତେବେ ଆଜି ଆମେ ଆପଣମାନଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବା ପାଇଁ ଚାହୁଁଛୁ, ଯାହାର ସହାୟତାରେ ଆପଣ କ୍ୟାନ୍ସର ଏବଂ ଆସ୍ଥାମା ପରି ରୋଗରୁ ମୁକ୍ତି ପାଇ ପାରିବେ ।

ଅଦା ଏବଂ ତୁଳସୀ ରସର ସେବନ :

ଚିକିତ୍ସକଙ୍କ ଅନୁସାରେ ଯଦି ଆପଣ ପ୍ରଦୂଷଣ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି; ତେବେ ଆପଣ ଅଦା ଏବଂ ତୁଳସୀ ରସର ସେବନ ପ୍ରାତଃ ସମୟରେ କରିବା ଉଚିତ୍ । ଏହା ଦ୍ୱାରା ଏଣ୍ଟି ଅକ୍ସିଡେଣ୍ଟର ମାତ୍ରା ଶରୀରକୁ ମିଳିବା କାରଣରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଯାହାଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ ।

ମହୁ ଏବଂ ଗୁଡ଼ର ସେବନ :

ଯଦି ଆପଣ ମହୁ ଓ ଗୁଡ଼ର ସେବନ କରୁଛନ୍ତି; ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ଅଟେ । ବଢୁଥିବା ଆୟୁ ଯୋଗୁଁ ଆମ ଶରୀରରେ ଇମୁନିଟି ପ୍ରକ୍ରିୟା ଦୁର୍ବଳ ହୋଇପଡି ଥାଏ । ଯାହାଫଳରେ ଆମେ ପ୍ରଦୂଷଣ ଜନିତ ଅନେକ ରୋଗରେ ଆକ୍ରାନ୍ତ ହୋଇପଡି ଥାଉ । ଯଦି ଆପଣ ପ୍ରତ୍ୟହ ଗୁଡ଼ ଏବଂ ମହୁର ସେବନ କରନ୍ତି, ତେବେ ଏହା ଆପଣଙ୍କ ଶରୀରରେ ଇମୁନିଟି ଶକ୍ତି ବଢ଼ାଇ ଥାଏ, ଯାହାଫଳରେ ଶରୀରର ଅନେକ ରୋଗ ଦୂର ହୋଇ ଯାଇଥାଏ ।

ଖାଦ୍ୟରେ ଭିଟାମିନ୍-C ର ପ୍ରୟୋଗ କରନ୍ତୁ :

ଯଦି ଆପଣ ନିଜ ଖାଦ୍ୟରେ ଭିଟାମିନ୍-Cର ପ୍ରୟୋଗ ଅଧିକରୁ ଅଧିକ ମାତ୍ରାରେ କରନ୍ତି; ତେବେ ବଢୁଥିବା ପ୍ରଦୂଷଣରୁ ହେଉଥିବା ରୋଗରୁ ଆପଣ ନିବୃତ ହୋଇ ପାରିବେ । ଆପଣ ନିଜ ଖାଦ୍ୟରେ କମଳା, ଅଁଳା ଲେମ୍ବୁ ଏବଂ ପିଜୁଳିକୁ ସାମିଲ କରନ୍ତୁ । ଅଁଳା ଏବଂ ଏଲୋଭରା ଜୁସ ମଧ୍ୟ ପ୍ରଦୂଷଣ ଜନିତ ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ ।

ପନିପରିବା ଏବଂ ଫଳକୁ ଧୋଇ ଖାଇବା ଉଚିତ୍ :

ଆପଣ ଯେତେବେଳେ ମଧ୍ୟ ବଜାରରୁ ପନିପରିବା ଏବଂ ଫଳ କିଣୁଛନ୍ତି, ସେଗୁଡିକୁ ନ ଧୋଇ ଖାଇବା ଉଚିତ୍ ନୁହେଁ । କାରଣ ଏଥିରେ ଅନେକ ବ୍ୟାକ୍ଟେରିଆ ଉପସ୍ଥିତ ରହିଥାଏ । ଏହି ସ୍ଥିତିରେ ଆପଣ ଏହାର ସେବନ କରିବା ଦ୍ୱାରା ରୋଗାଗ୍ରସ୍ତ ହୋଇପଡିବେ । ଏଣୁ ଏହି ପନିପରିବା ଏବଂ ଫଳକୁ ଧୋଇ ଖାଇବା ଉଚିତ୍ । ନିଜ ଆଖପାଖରେ ଗଛ ଲଗାନ୍ତୁ, ଯାହାଫଳରେ ଆପଣଙ୍କୁ ସତେଜ ବାୟୁ ମିଳିପାରିବ ଓ ଆପଣ ରୋଗାଗ୍ରସ୍ତ ହେବେ ନାହିଁ ଏବଂ ଆଖପାଖର ବାତାବରଣ ମଧ୍ୟ ସୁସ୍ଥ ରହିବ ।