ଆପଣଙ୍କ କହୁଣୀର ଏବଂ ଆଣ୍ଠୁର କଳାପଣକୁ କେବଳ ଦୁଇ ଟଙ୍କାରେ ଦୂର କରନ୍ତୁ ! ଆସନ୍ତୁ ଜାଣିବା କିପରି ଦୂର କରିବା…

Spread the love

ଦୁନିଆରେ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଚାହାଁନ୍ତି । ସେଥିପାଇଁ ସମସ୍ତେ ନିଜ ଚେହେରାକୁ ଚମକାଇବାକୁ ଚେଷ୍ଟା କରନ୍ତି । ଚେହେରାକୁ ସୁନ୍ଦର ରଖନ୍ତି କିନ୍ତୁ କହୁଣୀ ଏବଂ ଆଣ୍ଠୁକୁ ଧ୍ୟାନ ଦିଅନ୍ତି ନାହିଁ । ଖରାଦିନେ ଧୂଳି ମାଟି ଯୋଗୁଁ ସବୁବେଳେ ଆମର କହୁଣୀ ଏବଂ ଆଣ୍ଠୁ କଳା ପଡି ଯାଇଥାଏ । କାରଣ ଖରାଦିନେ ଆମର ଶରୀର ଘୋଡାଇ ହୋଇ ନ ରହିବା ଯୋଗୁଁ ଆମ କହୁଣୀ ଏବଂ ଆଣ୍ଠୁ ଉପରେ ଧୂଳି ମାଟିର ଏକ ଆବରଣ ପଡି ଯାଇଥାଏ । ଯାହାର ଫଳରେ ଲୋକେ ଆମ ଉପରେ ହସି ଥାଆନ୍ତି ।

ମହିଳା ଏବଂ ପୁରୁଷ ଉଭୟଙ୍କର ଏହି ସମସ୍ୟା ରହିଥାଏ । କାରଣ ଆମ ଶରୀରର ସନ୍ଧି ସ୍ଥାନର ତ୍ୱଚା ବହୁତ କଠିନ ଥାଏ । କଠିନ ତ୍ୱଚା ଯୋଗୁଁ ଧୂଳିମାଟି ସହଜରେ ଲାଖିଯାଏ ଏବଂ ତ୍ଵଚାର ମୃତ କୋଶିକା ଶେଷ ହୋଇଯାଏ, ତାହା ବଦଳରେ କଳାପଣ ଆସି ଯାଇଥାଏ । ଆଜିର ଏହି ବିବରଣୀରେ ଆମେ କିଛି ଘୋରେଇ ପଦ୍ଧତି ବିଷୟରେ କହିବୁ, ଯାହାର ବ୍ୟବହାର ମାତ୍ରେ ଆପଣ କମ୍ ଖର୍ଚ୍ଚ କରି କଳାପଣକୁ ଦୁର କରିପାରିବେ । ଆଉ ଡେରି ନ କରି ସେହି ଉପାୟ ବିଷୟରେ ଚାଲନ୍ତୁ ସ୍ପଷ୍ଟ ଭାବରେ ଜାଣିବା ।

କାକୁଡି ଦ୍ଵାରା ଦୂର କରାଯାଇ ପାରିବ କହୁଣୀରୁ ମଇଳା :

କାକୁଡି ସାହାଯ୍ୟରେ କହୁଣୀ ଓ ଆଣ୍ଠୁକୁ ସଫା କରିବା ସବୁଠାରୁ ପ୍ରଥମ ଓ ସହଜ ଉପାୟ ହୋଇଥାଏ । ଏହାର ବ୍ୟବହାର ଫଳରେ ଅଳ୍ପ କିଛି ଦିନରେ ଆପଣ ଗୋରାପଣ ପାଇ ପାରିବେ । ପ୍ରଥମେ ଆପଣ ଏକ ସତେଜ କାକୁଡିକୁ ଗୋଲ ଗୋଲ କରି କାଟନ୍ତୁ । ଏହାପରେ ତାକୁ ନିଜ ଶରୀରର କଳା ଅଙ୍ଗରେ ଧୀରେ ଧୀରେ ଘୋଷନ୍ତୁ । ଏହାକୁ ପନ୍ଦର ମିନଟ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଆପଣ ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ତ୍ଵଚାର ଗୋରାପଣ ଆସିଯିବ । ଯଦି ଆପଣ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ଲଗାନ୍ତି; ତେବେ ଏହା ଠାରୁ ଅଧିକ ଫଳାଫଳ ମିଳିବ ।

ସ୍କ୍ରବର ବ୍ୟବହାର କରନ୍ତୁ :

କାକୁଡି ବ୍ୟତୀତ ଆପଣ ସ୍କ୍ରବର ବ୍ୟବହାର କରି ପାରିବେ । ସ୍କ୍ରବକୁ ପ୍ରସ୍ତୁତ କରିବା ପାଇଁ ଆପଣ ବେକିଙ୍ଗ ସୋଡା ନିଅନ୍ତୁ । ଯଦି ଘରେ ବେକିଙ୍ଗ ସୋଡା ନଥାଏ, ତେବେ ଚିନି ମଧ୍ୟ ନେଇ ପାରିବେ । ଏହାପରେ ଏଥିରେ ଏକ କପ ଦୁଗ୍ଧ ମିଶାଇ ଭଲ ଭାବରେ ଗୋଳାଇ ଏକ ମିଶ୍ରଣ ପ୍ରସ୍ତୁତ କରି ନିଅନ୍ତୁ । ଏହାପରେ ଏହି ମିଶ୍ରଣକୁ କପଡା କିମ୍ବା ବ୍ରସ ସାହାଯ୍ୟରେ କହୁଣୀ ଓ ଆଣ୍ଠୁରେ ଲଗାଇ ଦିଅନ୍ତୁ । ଏହି ସ୍କ୍ରବକୁ ଦିନରେ ଦୁଇଥର ବ୍ୟବହାର କରିବା ଫଳରେ ଆପଣଙ୍କୁ ଭଲ ଫଳ ମିଳିବ ।

ବାଇଟନିଙ୍ଗ ପେକର ବ୍ୟବହାର କରନ୍ତୁ :

ଯଦି ସ୍କ୍ରବ ଦ୍ଵାରା ଆପଣଙ୍କର କୌଣସି ଲାଭ ହେଉନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । ଆମ ପାଖରେ ଅନ୍ୟ ଗୋଟିଏ ଉପାୟ ମଧ୍ୟ ଅଛି । ତୃତୀୟ ଉପାୟରେ ଆପଣ ବାଇଟନିଙ୍ଗ ପେକକୁ କହୁଣୀ ଏବଂ ଆଣ୍ଠୁରେ ଲଗାଇବାକୁ ପଡିବ । ଏହାକୁ ପ୍ରସ୍ତୁତ କରିବା ଅତି ସହଜ ଅଟେ । ଏହାକୁ ପ୍ରସ୍ତୁତ କରିବା ପାଇଁ ଦୁଇ ଚାମଚ ପିଆଜ ପେଷ୍ଟ, ଦୁଇ ଚାମଚ ଲେମ୍ବୁ ରସ, ଅଧା ଚାମଚ ମହୁ ଏବଂ ଏକ ଚାମଚ ବେସନ ନେବାକୁ ହେବ । ଏହାପରେ ଏହି ସବୁକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ । ପିଆଜ, ଲେମ୍ବୁ ଏବଂ ବେସନ ତ୍ୱଚାର ଗୋରାପଣ ପାଇଁ ବହୁତ ଭଲ କେମିକାଲ ଅଟେ । ପ୍ରସ୍ତୁତ କରିଥିବା ପେଷ୍ଟକୁ ନିଜ କହୁଣୀ ଏବଂ ଆଣ୍ଠୁରେ ପ୍ରତିଦିନ ଲଗାଇଲେ ବହୁତ ଶୀଘ୍ର ଆପଣଙ୍କର କଳାପଣ ଦୁର ହୋଇଯିବ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି କିପରି ଲାଗିଲା Comment କରି ଜାଣନ୍ତୁ ଏବଂ ଅନ୍ୟଙ୍କ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ !