ନିଜକୁ ଆଇପିଏସ୍ ଅଫିସର କହି ମହିଳାଙ୍କୁ ପ୍ରଥମେ ପ୍ରେମ କରି ପରେ ୧ ଲକ୍ଷ ଟଙ୍କା ଠକି ନେଇଥିଲା ଏହି ବ୍ୟକ୍ତି ଜଣକ ।

Spread the love

ନକଲି ଆଇପିଏସ୍ ଅଫିସର ସାଜି ମହିଳାଙ୍କୁ ନିଜ ପ୍ରେମରେ ଫସାଇଥିଲା । ଜାଣନ୍ତୁ କଣ ହୋଇଥିଲା ସେହି ମହିଳାଙ୍କ ସହ ? ଜଣେ ବ୍ୟକ୍ତି ନିଜକୁ ଆଇପିଏସ୍ ଅଫିସର କହି ଜଣେ ମହିଳାଙ୍କ ଠାରୁ ୧ଲକ୍ଷ ଟଙ୍କା ଠକି ଚାଲିଯିବା, ପରେ ମହିଳା ଜଣକ ଥାନାରେ କେସ୍ ରଜ୍ଜୁ କରିଥିଲେ । ଘଟଣାରୁ ଯାହା ଜଣା ପଡ଼ିଛି; ୨୪ ବର୍ଷୀୟ, ଦିଲ୍ଲୀର ଏହି ମହିଳା କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ସହ ହୋଇଥିଲା ଓ ସେହି ବ୍ୟକ୍ତି ନିଜକୁ ଆଇପିଏସ୍ ଅଫିସର କହି ଏହି ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା ।ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇ ସାରିବା; ପରେ ସେହି ବ୍ୟକ୍ତିଟି ବହୁତ ମିଛ ପ୍ରତିଶ୍ରୁତି ଦେଇଥିଲା । ଯେତେବେଳେ ସେହି ବ୍ୟକ୍ତିଟି ମହିଳାଙ୍କୁ କରିଥିବା ପ୍ରତିଜ୍ଞା ପୁରା ନ କରି ଟଙ୍କା ଲୁଟି ନେଇଥିଲେ, ସେହି ସମୟରେ ମହିଳା ଜଣଙ୍କ ପୋଲିସରେ କେସ୍ କରିଥିଲେ ।

ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇଥିଲା ?

ମହିଳା ଜଣଙ୍କ ପୋଲିସଙ୍କୁ କହିଥିଲେ, ତାଙ୍କର ବନ୍ଧୁତା ଜଣେ ବ୍ୟକ୍ତି ସହ ହୋଇଥିଲା ଓ ସେହି ବ୍ୟକ୍ତି ନିଜକୁ ଆଇପିଏସ୍ ଅଫିସର କହି ବନ୍ଧୁତା କରିଥିଲା । ବନ୍ଧୁତା ପରେ ସେହି ବ୍ୟକ୍ତି ମୋ ସହ ପ୍ରେମର ଅଭିନୟ କରିଥିଲା । କିନ୍ତୁ ବିବାହ କରି ପାରିବ ନାହିଁ ବୋଲି କହିଥିଲା । ଯେତେବେଳେ ମହିଳା ଜଣଙ୍କ ପଚାରି ଥିଲେ, କଣ ପାଇଁ ବିବାହ କରିପାରିବ ନାହିଁ ? ସେହି ସମୟରେ ସେହି ବ୍ୟକ୍ତି କହିଥିଲା ଯେ ତାକୁ କ୍ୟାନ୍ସେର ହୋଇଛି । ଏହି କାରଣରୁ ସେ ବିବାହ ପାଇଁ ମନା କରୁଛି । ସେହି ବ୍ୟକ୍ତି ମହିଳାଙ୍କୁ କହିଥିଲା; ମୋ ମୃତ୍ୟୁ ପୂର୍ବରୁ ମହିଳାଙ୍କ ଚାକିରୀ କରାଇଦେଵ । ଏହି ସମୟରେ ମହିଳା ଜଣକ ସେହି ବ୍ୟକ୍ତିର କଥାରେ ଫସି ଯାଇଥିଲେ ଓ ବ୍ୟକ୍ତି ଜଣକ ମାଗିଥିବା ଏକ ଲକ୍ଷ ଟଙ୍କା, ବିନା ଭାବି-ଚିନ୍ତି, ମହିଳା ଜଣକ ସେହି ବ୍ୟକ୍ତିକୁ ଦେଇଥିଲେ ।

ବ୍ୟକ୍ତି ଜଣକ ମହିଳାଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲଲେ :

ମହିଳାଙ୍କ ଠାରୁ ଟଙ୍କା ନେବା ପରେ, ବ୍ୟକ୍ତି ଜଣଙ୍କ ମହିଳାଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲା । ମହିଳାଙ୍କ କହିବା ଅନୁସାରେ, ମହିଳା ଜଣଙ୍କ ବହୁବାର ଆରୋପୀକୁ ଫୋନ କରିଥିଲେ କିନ୍ତୁ ଆରୋପୀ ଫୋନ ଉଠାଇ ନଥିଲା । କିଛି ଦିନ ପରେ ଆରୋପୀ ମହିଳାଙ୍କୁ ମିଶିବାକୁ ଶୋ ରୁମ୍ ଯାଇଥିଲା । ଯେଉଁଠି ମହିଳା ଜଣକ କାମ କରୁଥିଲେ । କିନ୍ତୁ ମହିଳା ଜଣଙ୍କ ଆରୋପୀ ସହ ମିଶିବାକୁ ମନା କରି ଦେଇଥିଲେ । ଏହି ସମୟରେ ଯେତେବେଳେ ଶୋ ରୁମ୍ ଗାର୍ଡ ଆରୋପୀଙ୍କୁ ରୋକିବାକୁ ଆସିଥିଲା, ସେହି ସମୟରେ ଆରୋପୀ ଗାର୍ଡକୁ କହିଥିଲା; ମୁଁ ଏକ ଆଇପିଏସ୍ ଅଫିସର୍ ଓ ମୁଁ ଚାହିଁଲେ ତୁମ ଶୋ ରୁମ୍ ବନ୍ଦ କରାଇ ପାରିବି ।

ମହିକଙ୍କ ପିଛା କରିଥିଲା ଆରୋପୀ :

ଏହି ଆରୋପୀ ମହିଳାଙ୍କୁ ବହୁତ ହଇରାଣ କରିବା ସହ ପିଛା ମଧ୍ୟ କରିଥିଲା । ଏହା ସହ ମହିଳାଙ୍କୁ ଧମକ ମଧ୍ୟ ଦେଇଥିଲା ଆରୋପୀ । ବାରମ୍ବାର ମିଳୁଥିବା ଧମକରେ ବ୍ୟସ୍ତ ହୋଇପଡି ମହିଳା ଜଣକ ଥାନାରେ କେସ୍ ଦେଇଥିଲେ । ପୋଲିସ ଯାଞ୍ଚ ପରେ ଜଣା ପଡିଥିଲା ଆରୋପୀର ପ୍ରକୃତ ନାମ ରାଜ୍ ଓ ସେ ଜଣେ ଡ୍ରାଇଭର । ଏହି ଆରୋପୀ ନିଜକୁ ଲୋକଙ୍କ ସାମ୍ନାରେ ଆଇପିଏସ୍ ଅଫିସର କହିବୁଲୁ ଥିଲା । ଯେଉଁ ଦିନ ମହିଳା ଜଣଙ୍କ ଆରୋପୀ ବିରୁଦ୍ଧରେ କେସ୍ କରିଥିଲେ, ପୋଲିସ୍ ସେହି ଦିନ ହିଁ ଆରୋପିଙ୍କୁ ଗିରଫ କରି ନେଇଛି ଓ ଆରୋପୀ ଉପରେ ଧୋକ୍କାବାଜିର କେସ୍ ରଜ୍ଜୁ କରିଛି ।