୮୦ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଶରୀରରୁ କ୍ୟାଲସିୟମ୍ ମାତ୍ରା କମ ହେବାକୁ ଦେଇ ନ ଥାଏ…..

Spread the love

ଆଜିକାଲିର ଦିନଚର୍ଯ୍ୟା, ପରିବେଶ ଓ ଭୋଜନ ପ୍ରକ୍ରିୟାରେ ଅନେକ ପରିବର୍ତ୍ତନ ହେଇଯାଇଛି । ଯାହା କି ପ୍ରତ୍ୟେକ ମନୁଷ୍ୟ ଉପରେ କୁପ୍ରଭାବ ପକାଉଛି । ଏହା କେବେ ମଧ୍ୟ ମନୁଷ୍ୟର ବୟସ ପଚାରି ନଥାଏ, ଶରୀରରେ କୌଣସି ବେମାର ପଚାରି ଆକ୍ରମଣ କରିନଥାଏ, ଛୋଟ ରୁ ବଡ଼ କାହାକୁ ହେଲେ ମଧ୍ୟ ହେଇପାରେ ।

ବର୍ତ୍ତମାନ ସମୟରେ ଦୁନିଆର ଅଧିକାଂଶ ଲୋକଙ୍କ ଶରୀରରେ କ୍ୟାଲସିୟମ୍ ର ମାତ୍ରା କମିବାରେ ଲାଗୁଛି ଯେଉଁ କାରଣରୁ ଗୋଡ଼, ହାତରେ ବ୍ୟଥା, ଗଣ୍ଠି ବ୍ୟଥା ହୋଇଥାଏ । କିନ୍ତୁ ଏହି ଅସୁବିଧା ଯଦି ଅଧିକ ସମୟରୁ ରହିଥାଏ ବା ବୃଦ୍ଧ ଲୋକଙ୍କୁ ଏହି ଅସୁବିଧା ହେଲେ ସେମାନେ ବସିବା, ଚାଲିବା ବେଳେ ମଧ୍ୟ ବ୍ୟଥା ଅନୁଭବ କରିଥାନ୍ତି ।

ଗୋଟିଏ ଜିନିଷ ଅଛି ଯାହାକି ଆପଣଙ୍କ ଶରୀରକୁ ବହୁତ କାଲସିଅମ୍ ଦେଇଥାଏ –

ତାହା ହେଉଛି ସାଗୁ ଦାନା, ଏଥିରେ ସୋଡିଅମ୍, କାର୍ବ ହାଇଡ୍ରେଡ଼, ପ୍ରୋଟିନ ଓ ଫାଇବେର ଅଧିକ ମାତ୍ରାରେ ଥାଏ । ଏହା ଛଡା ଏଥିରେ ଭିଟାମିନ ବି କମ୍ପ୍ଲେକ୍ସ, ମାଗ୍ନେସିଅମ୍, କାଲସିଅମ୍, କୋପର୍, ଭିଟାମିନ ବି-୬, ଲୌହ ଆଦି ଥାଏ । ଯଦି ଆପଣ ପ୍ରତ୍ୟେକ ଦିନ ଗୋଟିଏ କପ୍ ସାଗୁ ଦାନା ଖାଇବା ବହୁତ ଲାଭଦାୟକ ।

ଅଧିକାଂଶ ଲୋକମାନେ ଶରୀରର ଶକ୍ତି ବଢାଇବା ପାଇଁ ବା ସ୍ପୁର୍ତି ପାଇବା ପାଇଁ ଭିନ୍ନ-ଭିନ୍ନ ପ୍ରକାରର ମଲ୍ଟି ଭିଟାମିନ୍ସ୍ ଓ ଏନେର୍ଜି ଡ୍ରିଂକ୍ସ ପିଇଥାନ୍ତି । କିନ୍ତୁ ଏହି ପଦାର୍ଥ ଦ୍ୱାରା ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପଡ଼ିଥାଏ । ଶରୀରରେ ସମ୍ପୂର୍ଣ ଶକ୍ତି ପାଇବାପାଇଁ ଭଲ ଖାଦ୍ୟ ସେବନ କରିବା ଆବଶ୍ୟକ ।

ସାଗୁ ଦାନା ର ଫାଇଦା –

● ସାଗୁ ଦାନା ସେବନ କରିଲେ ଆପଣଙ୍କ ଶରୀରକୁ ଅଧିକ ଶକ୍ତି ମିଳିଥାଏ । ଏଥିରେ ଅଧିକ ମାତ୍ରାରେ କାର୍ବ ହାଇଡ୍ରେଡ଼ ଥାଏ ।

● ଏହା ସେବନ କରିଲେ ଆପଣଙ୍କ ପେଟ ବହୁତ ସମୟ ପର୍ଯ୍ୟନ୍ତ ଭର୍ତି ହୋଇଥିଲା ଭଳି ଲାଗିଥାଏ ଓ ଶରୀରକୁ ବହୁତ ଶକ୍ତି ମିଳିଥାଏ ।

● ସାଗୁ ଦାନା ଖାଇବା ଯୋଗୁଁ ଆପଣଙ୍କ ମାଂସ ଓ ହାଡ଼ ଅଧିକ ଶକ୍ତ ହୋଇଥାଏ । ଏଥିରେ କାଲସିଅମ୍ ର ମାତ୍ରା ଅଧିକ ଥାଏ । ଏହା ଦୁର୍ବଳ ହାଡ଼କୁ ଠିକ କରିଥାଏ ଓ ହାଡ଼ ଗୁଡିକୁ ଶକ୍ତ କରିଥାଏନ୍ ।

● ଏହା ମାଂସପେଶୀ କୁ ମଧ୍ୟ ଶକ୍ତି ପ୍ରଦାନ କରିଥାଏ । ଏହା ଖାଇଲେ କେବେମଧ୍ୟ ରକ୍ତର ଅଭାବ ହେଇ ନଥାଏ, ହିମଗ୍ଲୋବିନ ମଧ୍ୟ ବଢେ ।

● ସାଗୁ ଦାନା ଦେହର ପାଚନକ୍ରିୟା ପାଇଁ ବହୁତ ଲାଭଦାୟକ ଅଟେ । ହଜମ ନହେବା, ପେଟ ଫୁଲିବା ଆଦି ଅସୁବିଧା ଗୁଡିକ ଠିକ୍ ହୋଇଯାଏ ।

● ଏହା ଆପଣଙ୍କ କଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।