କ୍ୟାଲ୍‌ସିୟମ ଅଭାବକୁ ଦୂର କରିଥାଏ ଓ ତ୍ୱଚାରେ ଆଣିଥାଏ ଚତ୍ମକାରି ସଫେଦ୍ ଏହି ଆୟୁର୍ବେଦୀୟ , ଆସନ୍ତୁ ଜାଣିବା ଏହାର ଉପକରିତା

Spread the love

ସମସ୍ତେ ଚାହାଁନ୍ତି ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଓ ନିଜ ଚେହେରାକୁ ସୁନ୍ଦରରୁ ସୁନ୍ଦରରୁ ସୁନ୍ଦରତର କରିବା ପାଇଁ । ଶୀର୍ଷକରେ ଯେଉଁ ଆୟୁର୍ବେଦୀୟ ର୍ବେଦ ଔଷଧୀୟ ସାମଗ୍ରୀ ଗୁଡିକ ମଧ୍ୟରୁ ବଂଶଲୋଚନ ହେଉଛି ଆମ ପାଇଁ ଅତ୍ୟନ୍ତ ଫଳପ୍ରଦ ଓ ଲାଭ ଦାୟକ । ଏହା ଆମ କ୍ୟାଲସିୟମ ଜନିତ ଅଭାବକୁ ଦୂର କରିଥାଏ ଏବଂ ଚେହେରାରେ ସତେଜତା ଆଣି ଥାଏ । ତା’ଆସନ୍ତୁ ଜାଣିବା ବଂଶଲୋଚନ କ’ଣ ? ବାଉଁଶରୁ ବାହାରୁଥିବା ଏକ ପ୍ରାକୃତିକ ସାମଗ୍ରୀ ହେଉଛି ବଂଶଲୋଚନ । ଏହା ବାଉଁଶ ଭିତରେ ଥାଏ । ବାଉଁଶକୁ ଭାଙ୍ଗିକରି ତାହାର ଗଣ୍ଠିରୁ ବଂଶଲୋଚନ ବାହାର କରାଯାଏ । ବାଉଁଶରୁ ବାହାରୁଥିବା ଏହି ବଂଶଲୋଚନକୁ ବ୍ୟବହାର କରି ଅନେକ ଆୟୁର୍ବେଦ ଔଷଧ ପ୍ରସ୍ତୁତି କରାଯାଏ ।

ଏହା ଦେଖିବାକୁ ମିଶ୍ରିର ଖଣ୍ଡ ପରି । ଏହାର ଚୁର୍ଣ୍ଣ ବା ପାଉଡର ବଜାରରେ ମିଳେ । କିନ୍ତୁ ଏହାକୁ କିଣିବା ପୂର୍ବରୁ ଏତିକି ଜାଣିବା ଦରକାର ଯେ, ବାସ୍ତବରେ ଏହା ଅସଲି କି ନକଲି ତାହାର ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ । ନଚେତ ଆପଣଙ୍କ ପରିଚିତ କୌଣସି ଆର୍ୟୁବେଦିକ ଔଷଧାଳୟରୁ କିଣି ପାରିବେ ।

କେହି କେହି ମହିଳାଙ୍କର ଗର୍ଭପାତ ସମସ୍ୟା ରହିଥାଏ । ଗର୍ଭଧାରଣ ପରେ ମହିଳାମାନେ ଦୈନିକ ପାଣି କିମ୍ବା ଖିରରେ ବଂଶୋଲୋଚନ ମିଶାଇ ପିଇଲେ ଭ୍ରୁଣ ସୁରକ୍ଷିତ ରହିଥାଏ ।

ଏହି ବଂଶଲୋଚନରେ ରହିଛି ଅନେକ ଅର୍ଥାତ ଦୈନନ୍ଦିନ ଜୀବନରେ ଉପୁଜୁଥିବା ଶାରୀରିକ ସମସ୍ୟାର ସମାଧାନ । ୧୦ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ଯଦି ଥଣ୍ଡା, ସର୍ଦ୍ଦି ହେଉଛି, ତେବେ ଏହି ବଂଶୋଲୋଚନ ପାଉଡରରୁ ଅଧା ଗ୍ରାମ୍‌ ନେଇ ସେଥିରେ ଆବଶ୍ୟକୀୟ ପରିମାଣର ମହୁ ମିଶାଇ ପିଇଲେ ଥଣ୍ଡା, ସର୍ଦ୍ଦି ଭଳି ସମସ୍ୟାରୁ ତୁରନ୍ତ ତ୍ରାହି ମିଳିଥାଏ ।

ଯେଉଁମାନଙ୍କ ଶ୍ଵାସ ଜନିତ ରୋଗରେ ପୀଢିତ ସେମାନଙ୍କ ପାଇଁ ମଧ୍ୟ ଏହି ବଂଶଲଚାନ ଆୟୁର୍ବେଦ ଔଷଧ ବେଶ ଫଳପ୍ରଦ ଓ ଯେଉଁମାନେ ଧଇଁ ସଇଁ ହେବା ସମସ୍ୟାରେ ପୀଢିତ ସେମାନେ ମଧ୍ୟ ଏହାକୁ ଖାଇପାରନ୍ତି । ବୟସ୍କମାନେ ଏହାକୁ ୨୦ ଗ୍ରାମ ପିଇଲେ ଭଲ ।

ଯଦି ଆପଣଙ୍କର ହାଡ଼ କମଜୋର୍‌ ଅଛି କିମ୍ବା ଲଗାତର ଭାବେ ଦରଜ ରହୁଛି ତେବେ ଆପଣ ବଂଶଲୋଚନ ସେବନ କରିବା ଦ୍ୱାରା ଏହିପରି ସମସ୍ୟା ଦୂରେଇ ଯାଇଥାଏ ।

ଏଥିରେ ପ୍ରଚୁର ପରିମାଣର କ୍ୟାଲିସିୟମ୍‌ ରହିଛି । ଯେଉଁମାନଙ୍କ ଶରୀରରେ କ୍ୟାଲ୍‌ସିୟମ ପରିମାଣ ଭରପୂର୍‌ ରହିଛି ସେମାନେ ଏହାକୁ ଉପଯୋଗ କରନ୍ତୁ ନାହିଁ । ମାତ୍ରାଧିକ କ୍ୟାଲ୍‌ସିୟମ ମଧ୍ୟ ଶରୀର ପକ୍ଷେ କ୍ଷତିକାରକ ।