ବିଦ୍ୟୁତ ଉପଭୋକ୍ତା ମାନଙ୍କ ପାଇଁ ନୂଆ ନିୟମ, ଅପ୍ରେଲ ମାସରୁ ଦେଶରେ ଲାଗୁ ହେଲା ନୂଆ ଯୋଜନା….

କେନ୍ଦ୍ରରେ ମୋଦି ସରକାର ଯେଉଁ ଦିନରୁ ଆସିଲା ସେହିଦିନଠୁ ଗୋଟିଏ ଗୋଟିଏ ନୂପ ଯୋଜନା ନୂଆ ନୂଆ ନିୟମ ବାହାର କରୁଛନ୍ତି । ସାଧାରଣ ଲୋକେ ଅନେକାଂଶରେ ଲାଭ ବି ପାଉଛନ୍ତି ଏବଂ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ! ଆଜି ଏହି ଖବର ଠିକ ସେହିପରି । ଆଜିକାଲି ସମସ୍ତଙ୍କ ଘରେ ବିଜୁଳି ଅଛି, ମିଟିର ମଧ୍ୟ ରହିଛି । ଏହି ବ୍ୟସ୍ତ ବହୁଳ ଜୀବନରେ ପ୍ରତି ମାସରେ ବିଦ୍ୟୁତ ରସିଦ୍ କୁ ଜାଗ୍ରତରେ ରଖିବା ପାଇଁ ଚିନ୍ତିତ ରୁହନ୍ତି ସର୍ବସାଧାରଣ ଜନତା ଏବଂ ବିଜୁଳି ବିଲ୍ ପୈଠ କରିବା ପାଇଁ ଇଲେକଟ୍ରି ଅଫିସକୁ ବାରମ୍ବାର ଯିବା ଝଞ୍ଜଟରୁ ଲୋକଙ୍କୁ ମୁକ୍ତି ମିଳିଲା । ସର୍ବସାଧାରଣଙ୍କ ପାଇଁ ମୋଦି ସରକାରଙ୍କ ଆଉ ଏକ ନୂଆ ଯୋଜନା, ଏହି ଯୋଜନା ଦ୍ୱାରା ସର୍ବସାଧାରଣ ଏହି ରସିଦ୍ ଚିନ୍ତାରୁ ମୁକ୍ତ ପାଇବେ ।
2018 ନଭେମ୍ବର ମାସରେ ବିଦ୍ୟୁତ ମନ୍ତ୍ରାଳୟ ଦ୍ୱାରା ଡ଼କାଯାଇଥିବା ବୈଠକରେ R.K.Sinha କହିଥିଲେ, ଆସନ୍ତା 3 ବର୍ଷ ମଧ୍ୟରେ ସମସ୍ତଙ୍କ ଘରେ ପ୍ରୀପେଡ଼ ମିଟର ଲଗାଯିବ ଏବଂ ବିଦ୍ୟୁତ ରସିଦ୍ ଆଉ ମିଳିବ ନାହିଁ । ବୈଠକରେ ମନ୍ତ୍ରୀଙ୍କ କହିବା ଅନୁଯାୟୀ ବିଦ୍ୟୁତ ବିଲ୍ଲ ସ୍ମାର୍ଟ ହୋଇଯିବ ! ଅର୍ଥାତ ଆସନ୍ତା 3 ବର୍ଷ ମଧ୍ୟରେ ଲୋକଙ୍କ ଘରକୁ ଆଉ ବିଦ୍ୟୁତ ବିଲ୍ ଯିବା ନାହିଁ । ଆପଣ ଆପଣଙ୍କ ମୋବାଇଲ ଦ୍ୱାରା ବିଦ୍ୟୁତ ବିଲ୍ ଜାଣିପାରିବେ ଏବଂ ଲୋକେ ବିଦ୍ୟୁତ ବିଲ୍ ଠାରୁ ମୁକ୍ତି ପାଇବେ ।
ବିଦ୍ୟୁତର ଅପବ୍ୟବହାର ଓ ଚୋରିକୁ ରୋକିବା ପାଇଁ ମୋଦି ସରକାର ଏହି ପରି ଏକ ପଦକ୍ଷେପ ନେଇଛନ୍ତି । ଆପଣମାନେ ଯେପରି ମୋବଇଲେ, DTH ଆଦି Recharge କରୁଛନ୍ତି ସେହିପରି ଆପଣ ବିଜୁଳି ମିଟରକୁ Recharge କରିବେ । ସରକାର ଏହି ବିଜୁଳି ମିଟର Recharge କରିବା ନିମିତ୍ତ ଏକ ସ୍ୱତନ୍ତ୍ର କାର୍ଡ ବ୍ୟବହାର କରିବେ । ଆପଣଙ୍କୁ କେତେ ପରିମାଣର ବିଦ୍ୟୁତ ଆବଶ୍ୟକ, ଆପଣ ସେହି ଅନୁସାରେ ଉକ୍ତ କାର୍ଡରେ Recharge କରିବେ ।
ଏହା ଦ୍ୱାର ବିଦ୍ୟୁତର ଅପବ୍ୟବହାରକୁ ରୋକା ଯାଇପାରିବ, ବିଦ୍ୟୁତ ଚୋରି ହେବ ନାହିଁ ଏବଂ ସର୍ବସାଧାରଣ ଆବଶ୍ୟକ ପରିମାଣର ବିଦ୍ୟୁତ ପାଇପାରିବେ ।