ମହିଳାଙ୍କ ପୋଷାକ ଦେଖି ବିମାନ କର୍ମଚାରୀ ଦଳ ମହିଳାଙ୍କ ଉପରେ ରାଗି ଯାଇଥିଲେ । ମହିଳାଙ୍କୁ କହିଲେ ଅଙ୍ଗ ପ୍ରଦର୍ଶନ ବନ୍ଦ କରନ୍ତୁ ଅଥବା ବିମାନରୁ ଓଲ୍ଲାଇ ଯାଆନ୍ତୁ ।

Spread the love

ମହିଳା ଜଣକ କ୍ରାଫ୍ ଟୋପ୍ ପିନ୍ଧିଥିବାରୁ ବିମାନ କର୍ମଚାରୀଙ୍କ ଦ୍ଵାରା ଖରାପ ବ୍ୟବହାର ହୋଇଥିଲା । ମହିଳାଙ୍କୁ ବିମାନରୁ ଓଲ୍ଲାଇ ଯିବା ପାଇଁ ଧମକ ମିଳିଥିଲା । ଜଣେ ମହିଳା ଛୋଟ ପୋଷାକ ପିନ୍ଧି ଥିବାରୁ ବିମାନରେ ବହୁତ ହଇରାଣ ହେବାକୁ ପଡିଥିଲା । ମହିଳା ଜଣକ ନିଜ ସୋସିଆଲ ମିଡିଆ, ଟୁଇଟର ମାଧ୍ୟମରେ ପୁରା ଘଟଣା ବୟାନ କରିଛନ୍ତି । ୨୧ ବର୍ଷୀୟ ଏମଳୀ ଆକ୍ରୋନରଙ୍କ କହିବା ଅନୁସାରେ, ଯେତେବେଳେ ସେ ବିମାନରେ ବସିବାକୁ ଯାଉଥିଲେ ସେହି ସମୟରେ ବିମାନ କର୍ମଚାରୀଦଳ ଓ ମ୍ୟାନେଜର ମିଶି ମୋ ପୋଷାକକୁ ନେଇ ମୋତେ ବହୁତ ଉପେକ୍ଷା, ଇଙ୍ଗତ ଓ ହଇରାଣ କରିଥିଲେ । ଏମଳୀ ଆକ୍ରୋନରଙ୍କ କହିବା ଅନୁସାରେ ତାଙ୍କ ସହ ଥୋମାସ୍ କୁକ୍ ଏୟାରଲାଇନ୍ସର ଷ୍ଟାପ୍ ମାନେ ଏହିପରି ବ୍ୟବହାର କରିଥିଲେ । ଏହି ବିମାନରେ ଏମଳୀ ଆକ୍ରୋନର ଲଣ୍ଡନର ବର୍ମିଘମ ଏୟାରପୋର୍ଟରୁ ଚଢିଥିଲେ ଓ ସେ ଟେନେରିଫ ଆଇର୍ଲାଣ୍ଡ ଯାଉଥିଲେ । କିନ୍ତୁ ଯେତେବେଳେ ଏମଳୀ ଆକ୍ରୋନ ବର୍ମିଘମ ଏୟାରପୋର୍ଟରେ ପ୍ରବେଶ କରିଥିଲେ, ସେହି ସମୟ ରୁ ହିଁ ଏମଳୀ ଆକ୍ରୋନଙ୍କୁ ନିଜ ପୋଷାକ ପାଇଁ ଅଟକା ଯାଇଥିଲା । ଏମଳୀ ଆକ୍ରୋନରଙ୍କ କହିବା ଅନୁସାରେ ବର୍ମିଘମ ଏୟାରପୋର୍ଟରେ ପ୍ରବେଶ କରିବା ଠାରୁ ଆରମ୍ଭ କରି ବିମାନରେ ବସିବା ଯାଏଁ ବିମାନ କର୍ମଚାରୀ ଦଳ ହଇରାଣ କରି ଆସୁଥିଲେ ଓ ବିମାନ କର୍ମଚାରୀମାନେ କହିଥିଲେ, ପୋଷାକ ବଦଳାନ୍ତୁ । ବିମାନ କର୍ମଚାରୀ ଦଳଙ୍କ ଏହି ବ୍ୟବହାର ପାଇଁ ଏମଳୀ ଆକ୍ରୋନରଙ୍କୁ ବହୁତ ଅସୁବିଧା ଭୋଗିବାକୁ ପଡିଥିଲା ।

ସେୟାର କରିଥିଲେ ନିଜ କପଡାର ଫୋଟୋ :

ଏମଳୀ ଆକ୍ରୋନ ଯାତ୍ରା ସମୟରେ ଯେଉଁ ପୋଷାକ ପିନ୍ଧିଥିଲେ ସେହି ପୋଷକରେ ଏକ ଫୋଟୋ ନିଜେ ସୋସିଆଲ ମିଡିଆରେ ଶେୟର କରିଛନ୍ତି । ଏହି ଫୋଟଟିରେ ଏମଳୀ ଆକ୍ରୋନ କ୍ରାଫ୍ ଟୋପ୍ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ପୋଷାକ ପିନ୍ଧି ହୋଇଥିବା ଘଟଣା ବିଷୟରେ ସିଏନଏନରେ ମଧ୍ୟ ଦେଖାଯାଇଛି । ସିଏନଏନ ଅନୁସାରେ ଏମଳୀ ଆକ୍ରୋନଙ୍କ ସହ ହୋଇଥିବା ବ୍ୟବହାର ପାଇଁ ଥୋମାସ୍ କୁକ ଏୟାରଲାଇନ୍ସର କର୍ମଚାରୀମାନେ କ୍ଷମା ପ୍ରାର୍ଥନା କରିଛନ୍ତି ଓ ଏହି ଘଟଣାର ଯାଞ୍ଚ ଥୋମାସ୍ କୁକ୍ ଏୟାରଲାଇନ୍ସ ନିଜେ କରୁଛି ।

ଏୟାରଲାଇନ୍ସ ଜାରି କରିଛି ନିଜସ୍ଵ ବୟାନ :

ଏହି ଘଟଣାରେ ଥୋମାସ୍ କୁକ୍ ଏୟାରଲାଇନ୍ସ ନିଜ ବୟାନ ଜାରି କରି କହିଛି, ପରିସ୍ଥିତିକୁ ଠିକ୍ ଭାବରେ ମୁକାବିଲା କରାଯାଇ ପାରିଥାନ୍ତା । ବିମାନର ମ୍ୟାନେଜରଙ୍କ ବ୍ୟବହାର ପାଇଁ କତୃପକ୍ଷ କ୍ଷମା ଭିକ୍ଷା କରୁଛି ଓ ଆମେ କ୍ୟାବିନ ସର୍ଭିସ୍ ର ନିର୍ଦ୍ଦେଶକଙ୍କୁ ଏହି ଘଟଣା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇସାରିଛୁ । ନିଜ ବୟାନ ଜାରି କରିବା ସମୟରେ ଏହି ଏୟାରଲାଇନ୍ସ କମ୍ପାନୀ କହିଛି, ଆମ ବିମାନ କମ୍ପାନୀର କିଛି ନିୟମ ରହିଛି ଯେଉଁଥିରେ ଯାତ୍ରୀଙ୍କ ପୋଷାକ ପିନ୍ଧିବା ଶୈଳୀ ଉପରେ କିଛି ନିୟମ ରହିଛି ଏବଂ ପୋଷାକ ପିନ୍ଧିବା ଏହି ନିୟମ ପ୍ରତ୍ୟେକ ନାରୀ ଓ ପୁରୁଷଙ୍କ ପାଇଁ ଲାଗୁ କରଯାଇଛି । ଏହି ସମୟରେ ଆମର ବିମାନ କର୍ମଚାରୀ ଦଳଙ୍କ ପାଇଁ ଏହା ବହୁତ କଷ୍ଟ ହୋଇପଡେ; ଯେଉଁ ଯାତ୍ରୀ ଆମ ବିମାନରେ ଯାତ୍ରା କରନ୍ତି ସେହିମାନଙ୍କୁ କିପରି ଆମ ବିମାନର ନିୟମ ପାଳନ କରାଇପାରିବେ ! ନିୟମ ପାଳନ କରାଇବାକୁ ଯାଇ ବହୁତ ଥର ପରିସ୍ଥିତି ବିଗିଡି ଯାଇଥାଏ ।

ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଥୋମାସ୍ କୁକ୍ ଏୟାରଲାଇନ୍ସ କମ୍ପାନୀର ନିୟମ ଅନୁସାରେ, ଯେଉଁ ପୋଷାକରେ ହିଂସା ପାହାଞ୍ଚାଉ ଥିବ ସେହିପରି ପୋଷାକ ପରିଧାନ କରି ବିମାନରେ ଯାତ୍ରା କରିପାରିବେ ନାହିଁ । ଏହି କାରଣ ପାଇଁ ବିମାନ କର୍ମଚାରୀଦଳ ଏମଳୀ ଆକ୍ରୋନଙ୍କ ଜାକେଟ୍ ପିନ୍ଧିବାକୁ କହିଥିଲେ ।