ପ୍ରତି ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ଵାରା, ଏହି ଛଅଟି ସମସ୍ୟାରୁ ମୁକ୍ତି ମିଳିଥାଏ ।

Spread the love

ସୂର୍ଯ୍ୟଙ୍କୁ ଅସୀମ ଉର୍ଜାର ସ୍ରୋତ ବୋଲି କୁହାଯାଇଥାଏ । ତେଣୁ ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କଲେ ଏହି ସମସ୍ୟା ଗୁଡିକରୁ ମୁକ୍ତି ମିଳିଥାଏ ।

ହିନ୍ଦୁ ପୁରାଣ ଅନୁସାରେ ସୂର୍ଯ୍ୟ ଦେବତାଙ୍କ ମହତ୍ତ୍ୱ ଅଧିକ ରହିଛି । ମାନ୍ୟତା ଅନୁସାରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଅନ୍ୟ ଗ୍ରହ ନକ୍ଷେତ୍ର ଅପେକ୍ଷା ସର୍ବଦା ଅଗ୍ରୀଣ ଓ ପୂଜ୍ୟନୀୟ ଅଟନ୍ତି । ସୂର୍ଯ୍ୟଙ୍କ ପ୍ରକାଶ ସର୍ବଦା ବ୍ୟକ୍ତିର ପଥକୁ ଆଲୋକିତ କରିଥାଏ । ସୂର୍ଯ୍ୟଙ୍କ ଠାରୁ ଉର୍ଜା ମିଳିବା ସହ ଅନେକ ଲାଭ ମଧ୍ୟ ହୋଇଥାଏ । ଅନେକ ଲୋକ ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥାନ୍ତି । କିନ୍ତୁ ସେହି ଲୋକମାନଙ୍କୁ ପୂଜା କରିବାର ପ୍ରକୃତ ନିୟମ ଜଣା ନ ଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ପ୍ରାତଃ ଉଠି ଗାଧୋଇ ସାରିବା ପରେ ସୂର୍ଯ୍ୟଙ୍କ ପୂଜା କରିବା ଉଚିତ୍ । ଏହା ବ୍ୟକ୍ତିର ସର୍ଵ ପ୍ରଥମ କାର୍ଯ୍ୟ ଅଟେ । ଏହା କରିବା ଦ୍ୱାରା ଆମକୁ ନା କେବଳ ଶାରୀରିକ ବରଂ ମାନସିକ ଶାନ୍ତି ମଧ୍ୟ ମିଳିଥାଏ । କିନ୍ତୁ ଯଦି କୌଣସି କାରଣ ବଶତଃ ଆପଣ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ପାରୁନାହାନ୍ତି; ତେବେ ପ୍ରତି ରବିବାର ଦିନ ଜଳ ଅର୍ପଣ କଲେ ବିଶେଷ ଲାଭ ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କୁ ଛୋଟ ଛୋଟ କଥାରେ କ୍ରୋଧ ଆସିଥାଏ କିମ୍ବା ଯେଉଁମାନେ ନିଜର କ୍ରୋଧକୁ ନିୟନ୍ତ୍ରଣ କରି ପାରୁନାହାନ୍ତି, ସେମାନଙ୍କୁ ପ୍ରତିଦିନ ସକାଳୁ ଉଠି ସୂର୍ଯ୍ୟ ଦେବତାଙ୍କ ପୂଜା କରିବା ଉଚିତ୍ । ଯେଉଁମାନେ ପ୍ରତିଦିନ ଏହିପରି କରିଥାନ୍ତି; ସେମାନେ ଅହଂ, କ୍ରୋଧ, ଲୋଭ, ଇଛା, ବିଶ୍ୱାସଘାତକ ଏବଂ ଅନ୍ୟ ଖରାପ ବିଚାରରୁ ସର୍ବଦା ପାଇଁ ମୁକ୍ତି ପାଇପାରିବେ । ସେହି ବ୍ୟକ୍ତିମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଆସିଯିବ । ଆଜିର ଏହି ଲେଖାରେ ଆମେ ଆପଣଙ୍କୁ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବାର ସଠିକ୍ ଉପାୟ କହିବୁ । କିପରି ଆପଣ ରବିବାର ଦିନ ଜଳ ଅର୍ପଣ କରି ଲାଭବାନ ହୋଇପାରିବେ ।

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବାର ନିୟମ :

ସୂର୍ଯ୍ୟ ଦେବତାଙ୍କୁ ସର୍ବଦା ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ୍ । ଷ୍ଟିଲ, ଲୁହା, ରୁପା, ସୀସା କିମ୍ବା ପ୍ଲାଷ୍ଟିକ ପାତ୍ରରେ ଜଳ ଅର୍ପଣ କଲେ ପୂଜା ବ୍ୟର୍ଥ ଯାଇଥାଏ ଏବଂ କୌଣସି ଫଳ ମିଳି ନ ଥାଏ । ତମ୍ବା ସୂର୍ଯ୍ୟ ଦେବତାଙ୍କ ପାଇଁ ସବୁଠୁ ଉତ୍ତମ ଧାତୁ ଅଟେ ।

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବାର ବିଦ୍ଧି :

ପ୍ରତିଦିନ ଗାଧୋଇ ପରିଷ୍କାର ପୋଷାକ ପରିଧାନ କରି ତମ୍ବା ପାତ୍ରରେ ପାଣି ଭରି, ସେଥିରେ ଫୁଲ ରଖି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଆପଣ କୌଣସି ପ୍ରକାରର ଲାଲ ରଙ୍ଗର ଫୁଲ ବ୍ୟବହାର କରନ୍ତୁ । କିଛି ଲୋକ ଜଳରେ ଗୁଡ଼ ଏବଂ ଚାଉଳ ମିଶାଇ ଜଳ ଅର୍ପଣ କରିଥାନ୍ତି ଯାହା ଉଚିତ୍ ନୁହେଁ । ଏହିପରି କରିବା ଦ୍ୱାରା ଫଳ ପ୍ରାପ୍ତି ହୋଇ ନ ଥାଏ । ଜଳ ଅର୍ପଣ କରିବା ପାଇଁ ଚନ୍ଦନ, ଲାଲ ରଙ୍ଗର ପୁଷ୍ପ, ଚାଉଳ ଏବଂ ମିଶ୍ରିର ବ୍ୟବହାର କରନ୍ତୁ । ଦୁଇ ହାତରେ ଜଳ ଅର୍ପଣ କରନ୍ତୁ ଏବଂ ଧ୍ୟାନ ରଖନ୍ତୁ ଯେପରି ଅର୍ପଣ କରୁଥିବା ସମୟରେ ସୂର୍ଯ୍ୟଙ୍କ କିରଣ ଜଳରେ ପଡୁଥିବ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଜଳ ଅର୍ପଣ କରନ୍ତୁ । ଏହି ସମୟରେ ଆପଣ ଏହି ମନ୍ତ୍ର ମଧ୍ୟରୁ ନଚେତ ଅନ୍ୟ କୌଣସି ଗୋଟିଏ ମନ୍ତ୍ରର ଜପ କରି ପାରିବେ ।

ଓଁ ସୂର୍ଯ୍ୟାୟ ନମଃ

ସୂର୍ଯ୍ୟାୟ ନମଃ ଓଁ ହ୍ରୀଂ ହ୍ରୀଂ ସୂର୍ଯ୍ୟାୟ ନମଃ

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପରେ ନିଜ ସାମର୍ଥ୍ୟ ଅନୁସାରେ କୌଣସି ବ୍ରାହ୍ମଣ କିମ୍ବା ଗରିବକୁ ତମ୍ବା ପାତ୍ର, ଲାଲ ରଙ୍ଗର କପଡା, ଗହମ, ଗୁଡ଼, ପଦ୍ମ ଫୁଲ ଏବଂ ଲାଲ ଚନ୍ଦନ ରବିବାର ଦିନ ଦାନ କରନ୍ତୁ ।

ଏହି ସମସ୍ୟାରୁ ମୁକ୍ତି ମିଳିବ :

ରବିବାର ଦିନ କୁହାଯାଇଥିବା ଏହି ବିଦ୍ଧିର ପାଳନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବା ଲୋକଙ୍କୁ ମୁଣ୍ଡ ପୀଡ଼ା, ପିତ୍ତ, ଆତ୍ମିକ ନିର୍ବଳତା, ନେତ୍ର ଦୋଷ, ଆଣ୍ଠୁଗଣ୍ଠି ପୀଡ଼ା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଅନୁଛେଦଟି ଭଲ ଲାଗିଲେ, କମେଣ୍ଟ ଜରିଆରେ ଲେଖନ୍ତୁ “ଓଁ ସୂର୍ଯ୍ଯାଃ ନମୋଃ” ! ନିଜ ବନ୍ଧୁ ଓ ପରିବାର ମଧ୍ୟରେ ସେୟାର କରନ୍ତୁ । ଧନ୍ୟବାଦ !