ଏହି ୪ଟି ଜିନିଷ ସେବନ କରିଲେ ରକ୍ତଚାପ ନିୟନ୍ତ୍ରିତ ରହିଥାଏ ଏବଂ ଶରୀରର ଚର୍ବି କମି ଥାଏ ।

Spread the love

ଆଜିର ସମୟରେ କିଛି ଲୋକ ନିଜର ଓଜନ ଶୀଘ୍ର କମାଇବା ପାଇଁ ଚାହୁଁଥିବା ବେଳେ କିଛି ଲୋକ ବଢ଼ୁଥିବା ଓଜନରୁ ମୁକ୍ତି ପାଇବା ପାଇଁ ଚିନ୍ତାରେ ରହୁଛନ୍ତି । ଏହି ଦୁଇ ସମସ୍ୟାର କାରଣ ହେଉଛି ମେଟାବୋଲିଜିୟମ୍ ଶରୀରରେ ଧିମା ହୋଇଯାଇଥାଏ । ଯେତେବେଳେ ବ୍ୟକ୍ତିର ମେଟାବୋଲିଜିୟମ ଧିମା ହୋଇଥାଏ ଖାଦ୍ୟ ଶକ୍ତିରେ ପରିଣତ ହେବା ପାଇଁ ଅଧିକ ସମୟ ନେଇଥାଏ । ଫଳରେ ଖାଦ୍ୟ ଚର୍ବି ରୂପରେ ଶରୀରରେ ଜମା ହେବାରେ ଲାଗେ । ଏଥିପାଇଁ ଶରୀରରେ ମେଟାବୋଲିଜିୟମ ବଢାଇବା ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ଖାଦ୍ୟର ସେହି ଜିନିଷ ଗୁଡିକ ବିଷୟରେ କହିବୁ, ଯାହା ବ୍ୟବହାର କରିବା ପରେ ଆପଣଙ୍କ ଶରୀରରେ ମେଟାବୋଲିଜିୟମ ବଢିବ ଏବଂ ଆପଣଙ୍କ ମୋଟାପଣ ଦୁରେଇ ଯିବ ।

ସବୁଜ ଚାହା :

ଏହା ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଥିବା କମ୍ପାଉଣ୍ଡସ କ୍ୟାଲେରି ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ । ଏହା ଏକ ଶୂନ୍ୟ କ୍ୟାଲେରି ପାନୀୟ ଅଟେ । ଆପଣ ଏଥିରେ ସ୍ୱାଦ ପାଇଁ ଅଦା, ମହୁ, ଲେମ୍ବୁ, ଡାଲଚିନି, ପୁଦିନା, ଲବଙ୍ଗ ଆଦି ପକାଇ ପାରିବେ । ନିଜର ଭୋଜନ ସମୟରେ ଆପଣ ଏହାକୁ ପିଇ ପାରିବେ ।

ରସୁଣ :

ଏହାର ସେବନ ଫଳରେ ରକ୍ତରେ ଟ୍ରାଇଗିଲସରାଇଡ଼, ଲିପିଡ଼ ଏବଂ ଖରାପ କୋଲଷ୍ଟ୍ରଲ କମାଇବାରେ ସାହାଯ୍ୟ କରିଥାଏ । ଏଥିରେ ଏଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଥିବା କାରଣରୁ ଏଡିପୋକିନ୍ସର ଉତ୍ପାଦନକୁ ଦବେଇ ଦେଇଥାଏ, ଯାହାଫଳରେ ଫୁଲିବା କମ ହୋଇଥାଏ । ହୃଦ ରୋଗରୁ ବଂଚିବା ପାଇଁ ପ୍ରତିଦିନ ସକାଳେ ଏହାର (ରସୁଣ) ଏକ ଖୋଳ ଖାଆନ୍ତୁ । ନିଜର ସଲାଡ଼, ସୁପ୍ କିମ୍ଵା ତରକାରୀରେ ଏହାର ବ୍ୟବହାର କରନ୍ତୁ ।

ଚଣା ଜାତୀୟ ଖାଦ୍ୟ :

ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ ସହ ପ୍ରୋଟିନ ମଧ୍ୟ ରହିଛି । ଏହା ମେଟାବୋଲିଜିୟମ ବଢାଇବାରେ ସହାୟକ ହୋଇଥାଏ ।ସକାଳ ଭୋଜନରେ ୪ ରୁ ୬ଟି ଭିଜା ହୋଇଥିବା ବାଦାମ ଖାଆନ୍ତୁ । ଆପଣ ଦହି କିମ୍ବା Dark ଚକଲେଟରେ ୧୦-୧୫ ପିସ୍ତା, ଅଖରୋଟ, ପାଇନ ମଞ୍ଜି କିମ୍ବା ମେକାଡ଼ାମିଆ ମଞ୍ଜି ସାମିଲ କରିପାରିବେ ।

ଅଧିକ ପାଣି ପିଆନ୍ତୁ :

ସକାଳୁ ଉଠିବା ପରେ ସର୍ଵ ପ୍ରଥମେ ଦୁଇ ଗ୍ଲାସ ପାଣି ପିଅନ୍ତୁ । ଏହା ମଳ ଏବଂ ମୂତ୍ର ମାଧ୍ୟମରେ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିବାରେ ସାହାଯ୍ୟ କରିଥାଏ ।ବୈଜ୍ଞାନିକ ମାନଙ୍କ ମତରେ ଦିନକୁ ୨ ଲିଟରରୁ ଅଧିକ ପାଣି ପିଉଥିଲେ, ଏହା ଆପଣଙ୍କ ମେଟାବୋଲିଜିୟମ ବଢାଇବାରେ ସହାୟକ ହୋଇଥାଏ । ପାଣି ପିଇ ନିଜ ମେଟାବୋଲିଜିୟମ ବଢ଼ାଇ ନିଜକୁ ହାଇଡ୍ରେଡ଼ ରଖନ୍ତୁ ।