ଅକ୍ଷୟ ତୃତୀୟାରେ କିଣନ୍ତୁ ଏହି ସବୁ ବସ୍ତୁ ଗୁଡିକ, ମା ଲକ୍ଷ୍ମୀଙ୍କ କୃପା ବର୍ଷସାରା ଆପଣଙ୍କ ଉପରେ ରହିବ ।

Spread the love

ଅକ୍ଷୟ ତୃତୀୟା ଦିନ ଏହି ସବୁ ଜିନିଷ କିଣିବା ଦ୍ୱାରା କିମ୍ବା ଏହି ସବୁ ବସ୍ତୁ ଗୁଡିକର ଦାନ କରିବା ଫଳରେ ମାଆ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ।

ଏହି ବର୍ଷ ମଇ ମାସ ୭ ତାରିଖରେ ଅକ୍ଷୟ ତୃତୀୟା ପଡିବ । ଅକ୍ଷୟ ତୃତୀୟାରେ ଅନେକ ବସ୍ତୁ ଯେପରି ସୁନା କିଣିବା ଶୁଭ ହୋଇଥାଏ । ମାନ୍ୟତା ରହିଛି ଏହି ଦିନ ସୁନା କିଣି ଘରକୁ ଆଣିବା ଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଜିନିଷ କିଣିବା ଦ୍ୱାରା ଓ କିଛି ଜିନିଷର ଦାନ କରିବା ଦ୍ୱାରା ଆପଣଙ୍କୁ ପୁଣ୍ୟ ମିଳିଥାଏ । ଏହା ସହ ଏହା ମଧ୍ୟ ମାନ୍ୟତା ରହିଛି; ଏହି ଦିନ ବସ୍ତୁ ଗୁଡିକର ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କୁ ମାନବଞ୍ଚିତ ବର ପ୍ରଦାନ କରିଥାନ୍ତି ।

ଅକ୍ଷୟ ତୃତୀୟ କେବେ ଆସିଥାଏ ଏବଂ ଏହାର ଶୁଭ ମୁହୂର୍ତ୍ତ କେବେ ଅଟେ ।

ବୈଶାଖ ମାସ ଶୁକ୍ଳପକ୍ଷର ତୃତୀୟ ଦିନ କିମ୍ବା ତୃତୀୟ ତାରିଖରେ ଅକ୍ଷୟ ତୃତୀୟା ହୋଇଥାଏ । କିନ୍ତୁ ଏହି ବର୍ଷ ଅକ୍ଷୟ ତୃତୀୟା ମଇ ସାତ ମାନେ ମଙ୍ଗଳବାର ଦିନ ପଡୁଛି ଯାହା ସକାଳ ୫ଟା ୨୮ ମିନିଟରୁ ଆରମ୍ଭ ହୋଇ ରାତ୍ର ୨ଘଣ୍ଟ ୩୦ ମିନିଟ ପର୍ଯ୍ୟନ୍ତ ରହିବ । ଏହାର ଅର୍ଥ ଆପଣ ଏହି ସମୟ ମଧ୍ୟରେ ଶୁଭ ବସ୍ତୁ ଗୁଡିକ କିଣି ପାରିବେ ଏବଂ ବସ୍ତୁ ଗୁଡିକର ଦାନ ମଧ୍ୟ କରିପାରିବେ ।

ଅକ୍ଷୟ ତୃତୀୟାରେ କିଣନ୍ତୁ ଏହି ଵସ୍ତୁ ଗୁଡିକ, ମାତା ଲକ୍ଷ୍ମୀଙ୍କ କୃପା ବର୍ଷସାରା ଆପଣଙ୍କ ଉପରେ ରହିବ :

ସୁନାରୁପା :

ଅକ୍ଷୟ ତୃତୀୟାରେ ସୁନାରୁପା ଜିନିଷ ନିଶ୍ଚିନ୍ତ କିଣନ୍ତୁ । ଏହି ଦିନ ସୁନାରୁପା ତିଆରି ଜିନିଷ କିଣିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ପ୍ରବେଶ ଆପଣଙ୍କ ଘରକୁ ହୋଇଥାଏ ।

ମାଟି ପାତ୍ର :

ସୁନାରୁପା ଅପେକ୍ଷା ଏହି ଦିନରେ ମାଟି ତିଆରି ଜିନିଷ ଘରକୁ କିଣି ଆଣିବା ମଧ୍ୟ ଶୁଭ ହୋଇଥାଏ । ଆପଣ ମଧ୍ୟ ଅକ୍ଷୟ ତୃତୀୟା ଦିନ ମାଟି ତିଆରି ଜିନିଷ ଘରକୁ କିଣି ଆଣନ୍ତୁ । ଅନେକ ଲୋକ ଏହି ଦିନ ମାଟି ତିଆରି ମାଠିଆ ଘରକୁ କିଣି ଆଣିଥାନ୍ତି ।

ବସ୍ତ୍ର :

ଅକ୍ଷୟ ତୃତୀୟା ଦିନ ରେଶମ ବସ୍ତ୍ର କିଣିବା ଶୁଭ ହୋଇଥାଏ । ଏହି ଦିନ ଘରର ସଦସ୍ୟ ନୂଆଁ ବସ୍ତ୍ର କିଣି ପିନ୍ଧନ୍ତି; ତେବେ ଘରେ ସର୍ବଦା ସମୃଦ୍ଧି ଭରି ହୋଇ ରହିଥାଏ ।ତେଣୁ ଆପଣ ଏହି ଦିନ ନିଜ ପାଇଁ ଏବଂ ଘରର ସଦସ୍ୟଙ୍କ ପାଇଁ ନୂଆଁ ବସ୍ତ୍ର କିଣନ୍ତୁ ।

ଖାଦ୍ୟ ପଦାର୍ଥ :

ଯଦି କୌଣସି କାରଣରୁ ଆପଣ ଏହି ଦିନ ନୂଆଁ ବସ୍ତ୍ର କିମ୍ବା ସୁନାରୁପା ତିଆରି ଜିନିଷ କିଣି ପାରନ୍ତି ନାହିଁ; ତେବେ ଆପଣ ଏହାର ପ୍ରତିବଦଳରେ ଚିନି, ଚାଉଳ, ହଳଦୀ ପରି ଖାଦ୍ୟ ପଦାର୍ଥ କିଣି ପାରିବେ । ଏହି ଖାଦ୍ୟ ଗୁଡିକୁ କିଣିବା ଶୁଭ ବୋଲି ମାନ୍ୟତା ରହିଛି ଏବଂ ଏହି ଜିନିଷ ଗୁଡିକ ଏହି ଦିନ ଘରକୁ କିଣି ଆଣିଲେ ବର୍ଷ ତମାମ ଘରେ ଖାଦ୍ୟର ଅଭାବ ହୋଇନଥାଏ ।

ଶଙ୍ଖ ଏବଂ ମୟୁରପଙ୍ଖ :

ଶଙ୍ଖକୁ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ସହ ଯୋଡ଼ା ଯାଇଥାଏ । ଏଥିପାଇଁ ଆପଣ ଏହି ଦିନ ଶଙ୍ଖ ନିଶ୍ଚିନ୍ତ କିଣନ୍ତୁ । ଶଙ୍ଖ ବ୍ୟତୀତ ଆପଣ ଏହି ଦିନ ମୟୁର ପଙ୍ଖ ମଧ୍ୟ କିଣି ପାରିବେ । ଏହି ଜିନିଷ ଗୁଡିକ କିଣିବା ପରେ ଆପଣ ଏହାକୁ ନିଜ ସିନ୍ଧୁକରେ ରଖନ୍ତୁ ।

ଏହି ଜିନିଷ ଗୁଡିକର ଦାନ କରନ୍ତୁ :

ଅକ୍ଷୟ ତୃତୀୟା ଦିନ ଆପଣ ମାଠିଆ, କପଡା, ତେଲ, ରାଶି ଲଡୁ, କମ୍ବଳ, ଛତା, ଚାଉଳ, ଲୁଣ, ଡାଲି, ଘିଅ, ଫଳ, ଚିନି ଇତ୍ୟାଦିର ଦାନ କରନ୍ତୁ । ଏହି ଦିନ ଏହି ସବୁ ଜିନିଷର ଦାନ କରିବା ଦ୍ୱାରା ମନୁଷ୍ୟ ଉପରେ ମାତା ଲକ୍ଷ୍ମୀଙ୍କ କୃପା ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଖୁସି ହୋଇ ମନୁଷ୍ୟର ମାନକାମନା ପୁରା କରିଥାନ୍ତି ।