କୋଟି କୋଟି ଟଙ୍କାର ଲାଞ୍ଚକୁ ପ୍ରତ୍ୟାଖ୍ୟାନ କରି BSF ଯବାନ ଜଣକ ଧରିଲେ ପାକିସ୍ତାନରୁ ଆସୁଥିବା ୨୦୦ କୋଟି ଟଙ୍କାର ଡ୍ରଗ୍ସ !

Spread the love

ଶୁକ୍ରବାର ଦିନ ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ ଇସ୍ଲାମାବାଦ ବ୍ୟାପାର ସୁବିଧା କେନ୍ଦ୍ରର ପାକ ଅଧିକୃତ କାଶ୍ମୀରରୁ ଆସୁଥିବା ଏକ ଟ୍ରକରୁ ପୋଲିସ ୪୦ କିଲୋ ହିରୋଇନ ଏବଂ ବ୍ରାଉନସୁଗର ଜବତ କରିଛନ୍ତି । ପୋଲିସଙ୍କ କହିବା ଅନୁସାରେ, ଜବତ କରାଯାଇଥିବା ହିରୋଇନ ଏବଂ ବ୍ରାଉନସୁଗରର ମୂଲ୍ୟ ପାଖାପାଖି ୨୦୦ କୋଟି ଟଙ୍କା ହେବ । ପୋଲିସଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଧରା ପଡିଥିବା ନିଶା ଦ୍ରବ୍ୟମାନଙ୍କ ମଧ୍ୟରେ ଏହା ସବୁଠାରୁ ଅଧିକ ମୂଲ୍ୟର ଅଟେ । ଖବର ଅନୁସାରେ, ଏହି ବଡ଼ ସଫଳତା ପଛରେ BSF ଯବାନଙ୍କ ହାତ ରହିଛି, ଯାହାକୁ ଟ୍ରକ ଡ୍ରାଇଭର ୧ କୋଟି ଟଙ୍କା ଲାଞ୍ଚ ନେଇ ଟ୍ରକଟିକୁ ଛାଡ଼ି ଦେବା ପାଇଁ କହିଥିଲେ ।

BSF ଯବାନ ପ୍ରତ୍ୟାଖ୍ୟାନ କଲେ ୧ କୋଟି ଟଙ୍କାର ଲାଞ୍ଚ :

ଖବର ଅନୁସାରେ, ପ୍ରଥମେ ଧରାପଡ଼ିଲା ପରେ ଟ୍ରକ ଡ୍ରାଇଭର BSFର ଏହି ଯବାନଙ୍କୁ ୧ କୋଟି ଟଙ୍କା ଲାଞ୍ଚ ନେଇ ଛାଡି ଦେବା ପାଇଁ କହିଥିଲେ । କିନ୍ତୁ ଦେଶର ସୁରକ୍ଷାକୁ ସର୍ବୋପରି ଧର୍ମ ମାନି ଏହି BSF ଯବାନ ଜଣକ କୋଟିଏ ଟଙ୍କାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଟ୍ରକ ଡ୍ରାଇଭରକୁ ଧରେଇ ଦେଇଥିଲେ । ମିଡ଼ିଆ ସହିତ ସାକ୍ଷାତରେ BSF ଯବାନ ଜଣକ କହିଛନ୍ତି ଯେ, ତାଙ୍କୁ ୧ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ଟଙ୍କା ଦେଶ ଠାରୁ ବଡ଼ ନୁହେଁ ।

ଯବାନ ଜଣକ ଆଗକୁ ମଧ୍ୟ କହିଛନ୍ତି ଯେ, ସେ ଟଙ୍କା ନେଇ କୋଟି କୋଟି ଯୁବକଙ୍କର ଜୀବନ ଏବଂ ଦେଶର ଭବିଷ୍ୟତ ସହିତ ଖେଳି ପାରିବେ ନାହିଁ । ଆପଣଙ୍କୁ କହି ଦେଉଛୁ ଯେ, ପୋଲିସ ଏବଂ ସୁରକ୍ଷାକର୍ମୀ ମିଶିକରି ସୀମାପାର ହେଉଥିବା ଏହି ନିଶା ଦ୍ରବ୍ୟକୁ ଧରି ଆନ୍ତର୍ଦେଶୀୟ ଚୋରା କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶୁକ୍ରବାର ଦିନ ବାରାମୂଳା ପୋଲିସ ଏବଂ ସୁରକ୍ଷାକର୍ମୀ ମାନେ ସଂଯୁକ୍ତ କାର୍ଯ୍ୟାନୁଷ୍ଠାନ କରି ଭାରତକୁ ଆସୁଥିବା ଏହି ଟ୍ରକରୁ ୨୫ କିଲୋ ନାରକୋଟିକ୍ସ ଡ୍ରଗ୍ସ ଜବତ କରିଛନ୍ତି ।

ସୀମା ପାରରୁ ଭାରତକୁ ପଠାଯାଉଥିଲା ୨୦୦ କୋଟି ଟଙ୍କାର ଡ୍ରଗ୍ସ (ନିଶା ଦ୍ରବ୍ୟ ) :

ପୋଲିସ ଏବଂ ସୁରକ୍ଷା କର୍ମୀମାନେ ଜାମ୍ମୁ-କାଶ୍ମୀରରେ ପୁଣିଥରେ ନିଜର ଦକ୍ଷତା ବଳରେ ପାକରୁ ଆସୁଥିବା ଏକ ଟ୍ରକରେ କୋଟି କୋଟି ଟଙ୍କାର ନିଶା ଦ୍ରବ୍ୟ ହିରୋଇନ ଏବଂ ବ୍ରାଉନସୁଗରକୁ ଜବତ କରିଛନ୍ତି । ଏହି ସଂଯୁକ୍ତ କାର୍ଯ୍ୟନୁଷ୍ଠାନରେ ଜବତ କରାଯାଇଥିବା ହିରୋଇନ ଏବଂ ବ୍ରାଉନସୁଗରର ମୂଲ୍ୟ ପାଖାପାଖି ୨୦୦ କୋଟି ଟଙ୍କା ହେବ । ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି ।

ଅନୁମାନ କରାଯାଏ କି ବର୍ତ୍ତମାନ କିଛି ଦିନ ତଳେ ହିଁ ପଞ୍ଜାବରେ ପାକିସ୍ତାନରୁ ଆସୁଥିବା ହିରୋଇନକୁ ବହୁତ ପରିମାଣରେ ଜବତ କରାଯାଇଥିଲା । ପୋଲିସ କର୍ମଚାରୀମାନେ ଦୁଇଟି ଆନ୍ତର୍ଦେଶୀୟ ଚୋରା କାରବାରୀଙ୍କୁ ଗିରଫ କରି ତାଙ୍କ ଠାରୁ ଏକ କିଲୋ ହିରୋଇନ ବାହାର କରିଛନ୍ତି । ପ୍ରକୃତରେ ପାକିସ୍ତାନର ନିଶା କାରବାରିମାନେ ନିଶା ଦ୍ରବ୍ୟର ଆନ୍ତର୍ଦେଶୀୟ ଚୋରା କାରବାର ପାଇଁ ପ୍ରତିଦିନ ନୂଆ ନୂଆ ଯୋଜନା କରୁଛନ୍ତି । ବର୍ତ୍ତମାନ ନିକଟରେ ହିଁ ସୂଚନା ମିଳିଥିଲା ଯେ, ଏମାନେ ନିଶା ଦ୍ରବ୍ୟମାନ ଭାରତ ଆଣିବା ପାଇଁ ଜଳପଥର ବ୍ୟବହାର କରି ପାରନ୍ତି ।