ଋତୁସ୍ରାବକୁ ନେଇ ଭଉଣୀ ମନରେ ଅନ୍ଧବିଶ୍ୱାସ ଭରି ଦିଆ ଯାଇଥିଲା । ଭାଇ ସେହି ଅନ୍ଧବିଶ୍ୱାସକୁ ଏପରି ଭାଙ୍ଗିଥିଲା ।

Spread the love

ଆଜିକାଲି ସମସ୍ତେ ଫେସବୁକ ବ୍ୟବହାର କରୁଛନ୍ତି । ଏହା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥାଏ ଏବଂ ଲୋକେ ଫେସବୁକ ମାଧ୍ୟମରେ ମନର ଭାବକୁ ଅନ୍ୟ ସହ ଆଦାନପ୍ରଦାନ ମଧ୍ୟ କରିଥାନ୍ତି । କାମରେ ବ୍ୟସ୍ତ ଥାଇ ମଧ୍ୟ ଆମ୍ଭେମାନେ ସମୟ ବାହାର କରି ଫେସବୁକ ଦେଖିଥାଉ । ଏହିପରି ଜଣେ ବନ୍ଧୁଙ୍କ ମେସେଜ ଉପରେ ମୋର ନଜର ପଡିଥିଲା, ସେ ମେସେଜରେ ଲେଖିଥିଲେ କିପରି ସେ ତାଙ୍କର ଛୋଟ ଭଉଣୀ ମନରୁ ଏକ ଅନ୍ଧବିଶ୍ୱାସକୁ ଦୂର କରିପାରି ଥିଲେ । ସେ ଲେଖିଥିଲେ କିପରି ସେ ନିଜ ଛୋଟ ଭଉଣୀ ମନରୁ ଋତୁସ୍ରାବ ଜନିତ ଅନ୍ଧବିଶ୍ୱାସକୁ ତା’ ମନରୁ ଦୂର କରିପାରିଥିଲେ । ସେ ନିଜ ଟୁଇଟର୍ ଲିଙ୍କ ମଧ୍ୟ ସେୟାର କରିଛନ୍ତି । ଯେତେବେଳେ ମୁଁ ଏହା ଦେଖିଥିଲି ଭାବିଲି ଏହାକୁ ଆମ ପାଠକ ମାନଙ୍କ ସହ ସେୟାର କରିବା ଉଚିତ୍ ଅଟେ ।

ଟୁଇଟରର ଏହି ୪୦ ସେକେଣ୍ଡର ଭିଡ଼ିଓଟି ସେୟାର କରିଛନ୍ତି ମୋର ଜଣେ ବନ୍ଧୁ :

ଭିଡ଼ିଓ ଦେଖିବା ପୂର୍ବରୁ ଏହି ଭୟଙ୍କର ଚିତ୍ରଟି ଦେଖି ନିଅନ୍ତୁ ଏହା ଆମ ଦୁନିଆର ଅଟେ । ଚିତ୍ରରେ ଦେଖିପାରୁ ଥିବେ ଋତୁସ୍ରାବ ସମୟରେ ମହିଳା ମାନଙ୍କୁ ଘରୁ ବାହାରକୁ ବାହାର କରିଦିଆ ଯାଇଥାଏ । ମହିଳାମାନେ ଏପରି ଅପରିଷ୍କାର ସ୍ଥାନରେ ରୁହନ୍ତି ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ଆପରାଧି ମାନଙ୍କୁ ଯେଉଁ କୋଠରୀରେ ରଖାଯାଇ ଥାଏ; ତାହା ଏହି କୋଠରୀରୁ ମଧ୍ୟ ଅଧିକ ପରିଷ୍କାର ଥିବ ।

ବର୍ତ୍ତମାନ ଆସିବା ଆମ ଖବର ପାଖକୁ ଏହା ମଧ୍ୟ ଆମ ଦୁନିଆର ଅଟେ । ଅଭିଷେକ ବ୍ଲାଟର ନିଜ ଭଉଣୀଙ୍କ କିଛି ଶିକ୍ଷା ଦେବା ପାଇଁ ଏହି ୪୦ ସେକେଣ୍ଡର ଭିଡ଼ିଓଟି ପ୍ରସ୍ତୁତ କରିଛନ୍ତି ।

ଭିଡ଼ିଓରେ ଭାଇ ଭଉଣୀଙ୍କ ବାର୍ତ୍ତାଳାପ ଏହିପରି ଆରମ୍ଭ ହୋଇଛି ।

ଅଭିଷେକ- କଣ କୁହାଯାଇଥିଲା ସିନି ତୋତେ ? ଏହି ଗୁଳ୍ମଟି ବିଷୟରେ ।

ସିନି- ଋତୁସ୍ରାବ ଆରମ୍ଭ ହୋଇଗଲେ ପାଣି ଦେବା ପାଇଁ ମନା କରାଯାଇଥିଲା ।

ଅଭିଷେକ- ଏହାର ଅର୍ଥ ତୁ ପାଣି ଦେଇପାରିବୁ ନାହିଁ । ପାଣି ଦେଲେ କଣ ହୋଇଯିବ ?

ସିନି- ଗୁଳ୍ମଟି ଶୁଖିଯିବ ।

ବର୍ତ୍ତମାନ ଅଭିଷେକ ନିଜ ଭଉଣୀ ସିନିକୁ ଗୁଳ୍ମର ପାଣି ଦେବା ପାଇଁ କହିଥିଲେ ଏବଂ ତାକୁ ପଚାରିଥିଲେ କାଲି ପାଣି ଦେଇଥିଲୁ ?

ସିନି ହଁ କହିବା ପରେ ଅଭିଷେକ ପଚାରିଥିଲେ କଣ ଗୁଳ୍ମଟି ଶୁଖିଯାଇଛି ?

ସିନି ସ୍ମିତ ହସରେ କହିଥିଲା ନାଁ ।

ପରେ ଅଭିଷେକ ନିଜ ଭଉଣୀକୁ ବୁଝାଇଥିଲେ ଏସବୁ ଅନ୍ଧବିଶ୍ୱାସ ଅଟେ । ଏଗୁଡ଼ିକୁ ମାନିବା ଉଚିତ୍ ନୁହେଁ ।

ବୁଝିବା ପରି କଥା କଣ ରହିଛି ?

ଭିଡ଼ିଓଟି ଦେଖିବା ପରେ ସମସ୍ତେ ଅଭିଷେକଙ୍କ ପ୍ରଶଂସା କରିବେ କିନ୍ତୁ ଆମ ଭିତରୁ କେହି କେବେ ଚେଷ୍ଟା କରି ପାରିବା ଆମ ଭଉଣୀ କିମ୍ବା ଆଖପାଖରେ ଥିବା ମାଆ ଭଉଣୀଙ୍କ ମନରୁ ଏପରି ଅନ୍ଧବିଶ୍ୱାସକୁ ଦୂର କରିପାରିବା । ଋତୁସ୍ରାବ ଏକ ମହାମାରି ନୁହେଁ ଏହା ମହିଳାମାନଙ୍କ ଏକ ଅବସ୍ଥା ମାତ୍ର ।

ଆମ ସମାଜରେ ଏହିପରି ଅନେକ ଅନ୍ଧବିଶ୍ୱାସ ଭରି ରହିଛି ଯାହା ପୂରାତନ ଅଟେ । ଯାହାକୁ ଲୋକଙ୍କ ମନରୁ କାଢିଵା କଷ୍ଠସାଧ୍ୟ ଅଟେ କିନ୍ତୁ ଅଭିଷେକଙ୍କ ପରି ଏକ ଚେଷ୍ଠା କରି କିଛି ମାତ୍ରାରେ ଏଥିରୁ ଆମେ ନିବୃତ ରହି ପାରିବା ।