ରୁଟି ଗୋଲାକାରରେ ନ ହେବା ଯୋଗୁଁ ଭାଇ ରାଗିଗଲେ, ନିଜର ହିଁ ଗେହ୍ଲା ଭଉଣୀଙ୍କ ସହ ରାତିରେ ଯାହା କଲେ ତାହା…

Spread the love

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ସ୍ଥିତ ଖିରିର ମହମ୍ମଦୀରେ ଜଣେ ଭାଇ ନିଜ ଭଉଣୀକୁ କେବଳ ଏଥିପାଇଁ ଗୁଳି ମାରିଦେଲେ କାରଣ ସେ ରୁଟିକୁ ଗୋଲ ଗୋଲ ପ୍ରସ୍ତୁତ କରି ନଥିଲେ । ଘଟଣାଟି ଲକ୍ଷ୍ମୀପୁର ସ୍ଥିତ ଖିରିର ମହମ୍ମଦୀର କୋତାବାଲି ବରଖେଡା ଗାଁରୁ ଖବରଟି । ଯେଉଁଠାରେ କି ଦୁଇଦିନ ପୂର୍ବରୁ ନିଜ ମାଆ ଘରକୁ ଆସିଥିବା ସୁମନକୁ ଜଣା ନଥିଲା ଯେ, ତାଙ୍କର କକାପୁଅ ଭାଇ ସୋନୁ ଗୋଲ ରୁଟି ପ୍ରସ୍ତୁତ ନ ହେବା ଯୋଗୁଁ ତାଙ୍କର ଜୀବନ ନେଇ ଯିବେ ।

ମୃତକ ସୁମନଙ୍କ ବାପାଙ୍କର କିଛି ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଥିଲା । ସୁମନର କେହି ନିଜ ଭାଇ ନ ଥିଲେ । ସୁମନ ନିଜ କକାପୁଅ ଭାଇ ସୋନୁକୁ ନିଜର ଅସଲି ଭାଇ ଠାରୁ ମଧ୍ୟ ଅଧିକ ମାନୁଥିଲେ । ଏକ ବର୍ଷ ପୂର୍ବରୁ ହିଁ ସୁମନର ବାହାଘର ହୋଇଥିଲା । ଘଟଣା ସମୟରେ, ସୋନୁ ନିଶା ଅବସ୍ଥାରେ ରୁଟି ଗୋଲାକାର ନ ହୋଇଥିବା ଯୋଗୁଁ ଝଗଡା କରିଥିଲେ ।

ଏହାପରେ ସେ ସେଠାରୁ ଚାଲିଗଲେ ଏବଂ ରାତିରେ ନିଜ ବାପାଙ୍କର ଲାଇସେନ୍ସ ଥିବା ବନ୍ଧୁକରେ ସୁମନଙ୍କ ମୁଣ୍ଡରେ ଗୁଳି ମାରି ହତ୍ୟା କରିଦେଲେ । ଘଟଣା ଘଟେଇବା ପରେ ଅପରାଧୀ ଭାଇ ଘଟଣା ସ୍ଥଳରୁ ଚାଲିଗଲେ । ଏହି ହତ୍ୟାରେ ଗାଁରେ ଚହଳ ସୃଷ୍ଟି କରିଦେଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମୋର୍ଟାମ କରିବା ପାଇଁ ପଠେଇଦେଲେ । ଗାଁର ଲୋକମାନଙ୍କୁ ବିଶ୍ୱାସ ହେଉ ନାହିଁ ଯେ ସୋନୁ ନିଜ ଭଉଣୀ ସୁମନକୁ ଗୁଳି କରି ହତ୍ୟା କରିପାରିବ ।

ବାସ୍ତବରେ ଆପଣ ମତାମତ କଣ ରଖିବେ ? କକାପୁଅ ଭାଇ ସୋନୁ ନିଶାଗ୍ରସ୍ତରେ ନିଜ ଭଉଣୀକୁ ହତ୍ୟା କରିଛି ବୋଲି କହିବେ ନା ବାସ୍ତବରେ ରୁଟି ଗୋଲାକାର ନଥିଲା ବୋଲି ଭାଇ, ଭଉଣୀକୁ ହତ୍ୟା କରିଛି ! Comment Boxରେ ନିଜ ମତାମତ ନିଶ୍ଚିୟ ପ୍ରଦାନ କରନ୍ତୁ । ଧନ୍ୟବାଦ !