ଭଉଣୀକୁ ନିଜ ପ୍ରେମିକ ସହ ଦେଖି ଭାଇ ରାଗି ଯାଇଥିଲା । ପରେ ଏକ ବିପଦ ପୂର୍ଣ ପଦକ୍ଷେପ ନେଇଥିଲା ଭାଇ ।

Spread the love

ନିକଟରେ ଏକ ଅପରାଧ ଲକ୍ଷ୍ମୀପୁର ଖିରୀ ଜିଲ୍ଲାରେ ଘଟିଛି । ଏହି ଘଟଣାକୁ ଅନର୍କୀଲିଙ୍ଗ ଘଟଣା କୁହାଯାଉଛି । ଖବର ଅନୁସାରେ ଏହି ଘଟଣାରେ ଏକ ବ୍ୟକ୍ତି ନିଜ ଭଉଣୀକୁ ପ୍ରେମିକ ସହ ବୁଲୁ ଥିବାର ଦେଖି ନେଇଥିଲା ଏବଂ ପରେ ସେ ଯାହା କରିଥିଲା ତାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଖବର ଅନୁସାରେ ଯେତେବେଳେ ଯୁବକ ଜଣକ ନିଜ ଭଉଣୀକୁ ପ୍ରେମିକ ସହ ଦେଖିଥିଲା, ସେହି ସମୟରେ ଆରୋପି ଯୁବକ ଗୋଟିଏ ଧାରୁଆ ଛୁରୀରେ ଦୁହିଁଙ୍କ ଉପରେ ଆକ୍ରମଣ କରି ଦେଇଥିଲା । ଏହି ଆକ୍ରମଣ ଫଳରେ ଯୁବତୀର ମୃତ୍ୟୁ ହୋଇ ଯାଇଥିଲା ଏବଂ ଯୁବତୀର ପ୍ରେମିକର ଅବସ୍ଥା ଗମ୍ଭୀର ଅଛି । ଏହି ଘଟଣା ଘଟାଇ ସାରିବା ପରେ ପୋଲିସ ଆରୋପି ଯୁବକକୁ ଗିରଫ କରିନେଇଛି ।

ଏହି ଘଟଣାର ଖବର ଅନୁସାରେ, ମୃତ ଯୁବତୀ ଏବଂ ଯୁବକର ପ୍ରେମର ସମ୍ବନ୍ଧ ଥିଲା । କିନ୍ତୁ ଯୁବତୀର ଘର ଲୋକେ ଏହି ସମ୍ପର୍କକୁ ବିରୋଧ କରିଥିଲେ । ଏହା ମଧ୍ୟ କୁହାଯାଉଛି; ଯୁବକଟି ଅନ୍ୟ ସଂପ୍ରଦାୟର ଅଟେ । ସେଥିପାଇଁ ମୃତ ଯୁବତୀର ଭାଇ ଏହି ସମ୍ପର୍କକୁ ସ୍ଵୀକାର କରିନଥିଲା । ପୋଲିସ କହିଛି, ମୃତ ଯୁବତୀର ଭାଇ ବିରୁଦ୍ଧରେ ହତ୍ୟାର ଆରୋପ ଲାଗିଛି । ଏହି ଘଟଣା ପରେ ପୀଡିତ ଯୁବକକୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଯୁବକଟିର ଚିକିତ୍ସା ଚାଲିଛି ଏବଂ ଡାକ୍ତର ତାକୁ ବିପଦ ମୁକ୍ତ ବୋଲି ଘୋଷଣା କରିଛନ୍ତି ।

ସୁରକ୍ଷା କାରଣ ସକାଶେ ପୋଲିସ ଉଭୟ ଆରୋପି ଏବଂ ପୀଡିତର ପରିଚୟ ଗୋପନୀୟ ରଖିଛି । ପୋଲିସ କହିଛି ବିଗତ ମଙ୍ଗଳବାର ଦିନ (୨୩ ଏପ୍ରିଲ) ସନ୍ଧ୍ୟାରେ ପାଖାପାଖି ୬ ଘଣ୍ଟା ସମୟରେ ଯୁବତୀ ଏବଂ ଯୁବକକୁ ଯୁବତୀର ଭାଇ ବୁଲୁଥିବାର ଦେଖି ନେଇଥିଲା; ଯାହା ପରେ ଆରୋପି ନିଜର ହିତ ଜ୍ଞାନ ହରାଇ ବସି ଏକ ଧାରୁଆ ଛୁରୀରେ ଉଭୟ ଯୁବକ ଏବଂ ଯୁବତୀଙ୍କୁ ଆକ୍ରମଣ କରି ଦେଇଥିଲା । ଏହି ଘଟଣାର ଯାଞ୍ଚ ବର୍ତ୍ତମାନ ପୋଲିସ ଜାରି ରଖିଛି ।