ଖୁସି ଖବର : ଜିଓ ପରେ ମୁକେଶ ଅମ୍ବାନୀଙ୍କ ନୂତନ ଧମାକା । ମାତ୍ର ୬୦୦ ଟଙ୍କାରେ ମିଳିବ ବ୍ରଡ୍-ବ୍ୟାଣ୍ଡ ଲେଣ୍ଡଲାଇନ ଟିଭିର ମଜା ।

Spread the love

ନୂଆ ଦିଲ୍ଲୀ : ଜିଓ ପରେ ମୁକେଶ ଅମ୍ବାନୀ ଦେଶକୁ ଏକ ନୂଆ ଉପହାର ଦେବା ପାଇଁ ଯାଉଛନ୍ତି । ବର୍ତ୍ତମାନ ଆପଣଙ୍କୁ ଏକା ସାଥିରେ ବ୍ରଡ୍-ବ୍ୟାଣ୍ଡ, ଲେଣ୍ଡଲାଇନ୍ ଫୋନ ଏବଂ ଡିଟିଏଚ୍ ସେବାର ମଜା ମିଳିବ । ଏହି ସବୁ ସେବାକୁ ଉପଭୋଗ କରିବା ପାଇଁ ଆପଣଙ୍କୁ ପ୍ରତି ମାସରେ ମାତ୍ର ୬୦୦ ଟଙ୍କା ଦେବା ପାଇଁ ପଡିବ ।

ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଚାଲୁଥିବା ରିଲାଏନ୍ସ ଇଣ୍ଡରଷ୍ଟ୍ରିର ଦୁରସଂଚାର କମ୍ପାନୀ ରିଲାଏନ୍ସ ଜିଓ ଗିଗା ଫାଇବର୍ କନେକ୍ସନର ଅନ୍ତର୍ଗତରେ ମାତ୍ର ୬୦୦ ଟଙ୍କାରେ ଏହି ସବୁ ସୁବିଧା ନେଇ ଆସୁଛି । କେବଳ ଏତିକି ହିଁ ନୁହେଁ, ଅତିରିକ୍ତ ସୁବିଧା ସହ ୧୦୦୦ ଟଙ୍କାରେ ହୋମ ନେଟୱର୍କରେ ଗିଗା ଫାଇବର୍ (GigaFiber) କାନେକ୍ସନ ଯୋଗାଇବାକୁ ଯାଉଛି । GigaFiber କାନେକ୍ସନ ଆପଣ ସର୍ବାଧିକ ୪୦ଟି ଡିଭାଇସକୁ ଏକକାଳୀନ ସଂଯୋଗ କରିପାରିବେ ।

ଜିଓ ତରଫରୁ ବର୍ତ୍ତମାନ ଗିଗା ଫାଇବର୍ (GigaFiber) ପାଇଲଟ ପରୀକ୍ଷଣ ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ଚାଲୁଛି । ୟୁଜରମାନଙ୍କୁ ଗୋଟିଏ ଥର ଏକକାଳୀନ ୪୫୦୦ ଟଙ୍କା ଜମା କରିବା ପାଇଁ ପଡିବ । ଗ୍ରାହକଙ୍କୁ ୧୦୦ ମେଗାବାଇଟ ପ୍ରତି ସେକେଣ୍ଡ (mbps)ରେ ୧୦୦ ଗିଗାବାଇଟ (GB) ଡାଟା ଯୋଗାଇ ଦିଆଯିବ । କମ୍ପାନୀ ସହ ଜଡିତ ଥିବା ଅଧିକାରୀ ନାମ ପ୍ରକାଶ ନ କରିବା ପାଇଁ ସର୍ତ୍ତ ରଖି କହିଛନ୍ତି; ଆସନ୍ତା ତିନି ମାସ ମଧ୍ୟରେ ଟେଲିକମ୍ ଏବଂ ଟେଲିଭିଜନକୁ ସେବାକୁ ଏଥିରେ ଯୋଡ଼ା ଯିବ । ଏହି ତିନିଟି ସେବା ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ମାଗଣା ରହିବ । ଲେଣ୍ଡଲାଇନ୍ ସେବାରେ କଲ୍ ଦର ମାଗଣା ରହିବ ଏବଂ ଟେଲିଭିଜନ ଚ୍ୟାନେଲ୍ ଇଣ୍ଟରନେଟ୍ ଜରିଆରେ ବିତରଣ କରାଯିବ ।

ଟ୍ରିପଲ୍ କୋମ୍ବ ପ୍ୟାକ୍ ଅନୁସାରେ, ଲ୍ୟାଣ୍ଡଳାଇନ୍ ଏବଂ ୧୦୦ ଏମବିପିଏସ୍ ବ୍ରଡ୍-ବ୍ୟାଣ୍ଡ ସହ ୬୦୦ ଚ୍ୟାନେଲ୍ ଯୋଗାଇ ଦିଆଯିବ ।ଏଥିପାଇଁ ଆପଣଙ୍କୁ ୬୦୦ ଟଙ୍କା ପ୍ରତି ମାସ ଦେବାକୁ ପଡିବ । ଲାଇବମିଟିଂ ରିପୋର୍ଟ ଅନୁସାରେ, ଅନ୍ୟ ସ୍ମାର୍ଟ ହୋମ ସେବାକୁ ଯୋଡିବା ପାଇଁ ଆପଣ ଅତିରିକ୍ତ ୧୦୦୦ ଟଙ୍କା ପ୍ରତି ମାସ ଦେବା ପାଇଁ ପଡିପାରେ । କହିବା ପାଇଁ ଚାହୁଁଛୁ; ଜିଓ ଗିଗା ଫାଇବର୍ (GigaFiber) ମଧ୍ୟ ସିସିଟିଭି ଫୁଟେଜ୍ ଏବଂ କ୍ଲାଉଡ଼ରେ ଅନ୍ୟ ଡାଟା ସଂଗ୍ରହୀତ କରିବାର କ୍ଷମତା ରହିବ ।