ବ୍ରିଟେନର ପ୍ରଥମ ଶୀଖ ମହିଳା ସାଂସଦ ହେଲେ ଜଣେ ପଞ୍ଜାବର ବସ ଡ୍ରାଇଭରଙ୍କ ଝିଅ । ଶୀଖ୍ ମହିଳା ସାଂସଦ ହୋଇ ଭାରତର ନାମ ପ୍ରସିଦ୍ଧ କଲେ ।

Spread the love

ନୂଆ ଦିଲ୍ଲୀ : ଆଜି ଆମେ ଆପଣଙ୍କୁ ପଞ୍ଜାବର ଜଣେ ଏମିତି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ଝିଅଟି ବ୍ରିଟେନ ଦେଶରେ ନୂଆ ଇତିହାସ ରଚନା କରିଛନ୍ତି । ଭାରତର ଝିଅ ପ୍ରୀତି କୌର ଗିଲ୍ ବ୍ରିଟେନ ଦେଶର ପ୍ରଥମ ଶିଖ୍ ମହିଳା ସାଂସଦ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ପ୍ରୀତି କୌର ବର୍ମୀଗମ ଅଜବାଷ୍ଟନ ସିଟ୍ ରେ ୨୪୧୨୪ ସଂଖ୍ୟକ ଭୋଟ ପାଇ ବିଜୟ ଲାଭ କରିଛନ୍ତି ଏବଂ ବ୍ରିଟେନ ପ୍ରଥମ ଶିଖ୍ ମହିଳା ସାଂସଦ ହୋଇଛନ୍ତି ।

ପ୍ରୀତି କୌର କଞ୍ଜବେଟିବ ପାର୍ଟିର ଆଶାୟୀ ପ୍ରାର୍ଥୀ କେରୋଲିନ ସ୍କବାୟରଙ୍କୁ ୬୦୧୭ ସଂଖ୍ୟକ ଭୋଟ ଅନ୍ତରରେ ହରାଇଛନ୍ତି । ପ୍ରୀତି କୌର କହିଛନ୍ତି, ମୁଁ ଖୁସି ଅଛି ଏଥିପାଇଁ ଯେ ମୋତେ ବର୍ମୀଗମ ଅଜବାଷ୍ଟନର ଆଗାମୀ ସାଂସଦ ହେବାର ସୁଯୋଗ ମିଳିଛି । ଏଠାରେ ମୋର ଜନ୍ମ ହୋଇଛି ଓ ମୋର ଲାଳନପାଳନ ମଧ୍ୟ ଏହିଠାରେ ହୋଇଛି । ଜଳନ୍ଦରର ଗୋଟିଏ ଗାଁ ଖେଡା ଯମସେର ସହ ସମ୍ପର୍କ ରଖିଥିବା ପ୍ରୀତି କୌର ଭାରତୀୟ ମୂଳବାସୀର ପ୍ରଥମ ମହିଳା ଶିଖ୍ ସାଂସଦ ରୂପେ ଚୟନ ହୋଇଛନ୍ତି । କିନ୍ତୁ ବର୍ତମାନ ଭାରତ ସହ ପ୍ରୀତି କୌରଙ୍କ କୌଣସି ସମ୍ପର୍କ ନାହି । ପ୍ରୀତି କୌରଙ୍କ ଭାରତ ନିବାସ ବାସଭବନରେ ବର୍ତମାନ କେହି ଜଣେ ମଧ୍ୟ ରହୁନାହାନ୍ତି । ବହୁତ ବର୍ଷ ପୂର୍ବରୁ ପ୍ରୀତି କୌରଙ୍କ ପରିବାର ଇଂଲଣ୍ଡରେ ବସବାସ କରୁଛନ୍ତି । ପ୍ରୀତି କୌରଙ୍କ ପିତା ଦଳଜିତ ସିଂ ୧୯୬୨ ମସିହାରେ ଭାରତରୁ ଇଂଲଣ୍ଡ ଚାଲିଯାଇଥିଲେ । ପିତା ଦଳଜିତ ସିଂ ଇଂଲଣ୍ଡରେ ବସ ଡ୍ରାଇଭର ଭାବରେ କାମ କରୁଥିଲେ । ପ୍ରୀତି କୌର ବ୍ରିଟେନରେ ଜନ୍ମ ହୋଇଛନ୍ତି ଓ ପ୍ରୀତିଙ୍କ ପୁରା ପାଠ ପଢା ବର୍ମୀଗମ ଅଜବାଷ୍ଟନରେ ହିଁ ହୋଇଥିଲା ।

ପ୍ରୀତି ନିଜ ରାଜନୈତିକରେ ରୁଚି କାରଣ ପାଇଁ, ନିଜ ପିତାଙ୍କୁ ଶ୍ରେୟ ଦେଉଛନ୍ତି । ଯେତେବେଳେ ପ୍ରୀତି କୌର ବ୍ରିଟେନର ସାଂସଦ ହୋଇଥିଲେ ସେତେବେଳେ ନିଜ ପୈତୃକ ଗ୍ରାମରେ ଖୁସିର ଲହରୀ ଖେଳି ଯାଇଥିଲା । ଗ୍ରାମବାସୀ ମିଳିତ ଭାବରେ ପଞ୍ଜାବର ଗୁରୁଦ୍ୱାରା ଗୁଡିକରେ ଭୋଜନର (ଲଙ୍ଗର) ବ୍ୟବସ୍ଥା କରିଥିଲେ । ପ୍ରୀତି ନିଜ ବିଜୟ ପରେ କହିଛନ୍ତି ଯେଉଁଠି ମୋର ଜନ୍ମ ହୋଇଛି, ଯେଉଁଠି ମୋର ପଢାପଢି ଶେଷ ହୋଇଛି; ସେହି ଅଞ୍ଚଳର ସାଂସଦ ହେବା ମୋ ପାଇଁ ବହୁତ ଗର୍ବର ବିଷୟ । ମୁଁ ମୋ କାର୍ଯକାଳର ପ୍ରଥମ ବର୍ଷରେ ସମସ୍ଥଙ୍କ ସହିତ ବନ୍ଧୁତା ରଖିବାକୁ ଚାହୁଁଛି । ପ୍ରୀତିଙ୍କ ବିଜୟ ପରେ ବ୍ରିଟେନର ଶିଖ ଫାଉଣ୍ଡେସନ ଖୁସି ମନାଉଛି ।