ହିନ୍ଦୁ ପରିଚୟ ଦେଇ ହିନ୍ଦୁ ଯୁବତୀଙ୍କୁ ବାହା ହେଲେ ମୁସଲମାନ ଯୁବକ । ଘଟଣା ସାମ୍ନାକୁ ଆସିବା ପରେ….

Spread the love

ସୋନମ କପୁରଙ୍କା ଫିଲ୍ମ “ଡଲି କି ଡୋଲି” ଆପଣ ମାନେ ନିଶ୍ଚୟ ଦେଖିଥିବେ, ଯେଉଁଥିରେ ଜଣେ ଲୁଟେରୀ କନ୍ୟାର କାହାଣୀ ଦର୍ଶା ଯାଇଛି । କେଉଁ ଭଳି ରୂପେ ସୋନମ କପୁର ଲୋକଙ୍କ ସହ ବିବାହ କରି, ବିବାହର ପ୍ରଥମ ରାତିରେ ବର ଘରର ଧନ ସମ୍ପତି ଲୁଟି ଫେରାର ହୋଇଯାଉ ଥିଲେ । କହିବା ଚାହୁଁଛୁ, ଫିଲ୍ମରେ ନା କେବଳ ସୋନମ, ସୋନମଙ୍କ ପରିବାର ମଧ୍ୟ ଲୁଟେରା କାର୍ଯ୍ୟରେ ସାମିଲ ରହୁଥିଲେ । ଆଜି ଆମେ ଯେଉଁ ଘଟଣା କହିବା ଚାହୁଞ୍ଚୁ ଫିଲ୍ମରେ ଦର୍ଶା ଯାଇଥିବା କାହାଣୀ କିନ୍ତୁ ଅସଲ ଜୀବନରେ ମଧ୍ୟ ଘଟିଛି ।

କହିବା ଚାହୁଁଛୁ, ଘଟଣାଟି ରାଜସ୍ଥାନର ଶିକର ଅଞ୍ଚଳର ଅଟେ । ଯେଉଁଠି ଜଣେ ବିବାହିତ ବର ନା କେବଳ ନିଜର ନାମ ପରିବର୍ତ୍ତନ କରିଥିଲା ବରଂ ଧର୍ମ ପରିବର୍ତ୍ତନ କରି ନକଲି ପିତାମାତାଙ୍କ ସହ ନକଲି ବର ଯାତ୍ରୀ ନେଇ ବିବାହ କରିବା ପାଇଁ ଯାଇଥିଲା ।

ନାମ ପରିବର୍ତ୍ତନ କରି ବିବାହ କରିଥିଲା :

ପ୍ରକୃତରେ ଏହି ବ୍ୟକ୍ତିର ନାମ ହେଉଛି ଇମ୍ରାନ ଖାନ, ଇମ୍ରାନ କନ୍ୟା ପକ୍ଷକୁ ନାମ ପରିବର୍ତ୍ତନ କରି କବୀର ଶର୍ମା ବୋଲି କହି ବିବାହ କରି ନେଇଥିଲା । ବିବାହ ପୂର୍ବରୁ ଝିଅ ଘରକୁ ନିଜର ନକଲି ପିତାମାତା, ଦାଦା ଖୁଡି, ମାମୁଁ ମାଇଁଙ୍କୁ ନେଇ ଯାଇଥିଲା । ନକଲି ପରିବାର ସହ ଝିଅ ଘରେ ତିଳକର ପରମ୍ପରା ଶେଷ କରି ଦେଇଥିଲା ।

ପୁଅର ପରିବାର ସହ କନ୍ୟା ପକ୍ଷ ଭେଟିବା ପରେ ଦୁହିଁଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା । ନକଲି ବର ଯାତ୍ରୀ ସହ କନ୍ୟା ଘରେ ପହଞ୍ଚି ଧୂମଧାମରେ ବିବାହ ଶେଷ କରି ଦେଇଥିଲା । ପରେ ସେ କନ୍ୟା ପକ୍ଷରୁ ୧୧ ଲକ୍ଷ ଟଙ୍କାର ଯୌତୁକ ମଧ୍ୟ ନେଇଥିଲେ । ବିବାହ ପରେ କନ୍ୟା ଶଶୁର ଘରକୁ ଆସିବାର ଏକ ମାସ ପରେ ନିଜ ପତି ଉପରେ ସନ୍ଦେହ ହୋଇଥିଲା । ସତ୍ୟତା ଜାଣିବା ପରେ କନ୍ୟା ପାଦ ତଳୁ ମାଟି ଖସି ଯାଇଥିଲା । ଘଟଣାର ସତ୍ୟାସତ୍ୟ ଜାଣିବା ପରେ କନ୍ୟା ଭାବିଥିଲା, ମୋ ସହ ଏବଂ ମୋ ପରିବାର ସହ ଧୋକା ହୋଇଛି ।

ପରେ ଥାନାରେ ମାମଲା ରଜୁ କରିଛି :

କହିବା ପାଇଁ ଚାହୁଁଛୁ, ଇମ୍ରାନ ଉର୍ଫ କବୀର ଝିଅ ସହ ସିକର ହିଁ ରହୁଥିଲା । ଯେତେବେଳେ ଝିଅଟିକୁ ସାରା ଘଟଣା ବିଷୟରେ ଜଣାପଡି ଥିଲା, ସେ ଏହି ଘଟଣା ବିଷୟରେ ନିଜ ପରିବାରକୁ ଜଣାଇ ଥିଲା । ପରେ ପରିବାର ସହ ମିଶି ଘଟଣା ନେଇ ପୋଲିସକୁ ଜଣାଇଥିଲେ । ପୋଲିସ ରିପୋର୍ଟ ଦର୍ଜ କରିବା ପରେ ଜଣା ପଡିଥିଲା, ଇମ୍ରାନ ପୂର୍ବରୁ ବିବାହିତ ଏବଂ ତାର ତିନି ଜଣ ଛୁଆ ଅଛନ୍ତି । ନିଜର ଧର୍ମ ଏବଂ ନାମ ପରିବର୍ତ୍ତନ କରି ନକଲି ପରିବାର ଏବଂ ନକଲି ବର ଯାତ୍ରୀ ନେଇ କନ୍ୟାଟିକୁ ବିବାହ କରି ଧୋକା ଦେଇଛି । ଇମ୍ରାନର ପରିବାର ଜୟପୁରରେ ରୁହନ୍ତି ଏବଂ ଇମ୍ରାନ ସିକରରେ ଏକ ମୋଟର କମ୍ପାନୀରେ କାର୍ଯ୍ୟ କରେ । ପୋଲିସ ଘଟଣାର ଯାଞ୍ଚ ଚଲେଇଛି ।