ବରଯାତ୍ରୀ ଆସିଥିଲା, ବିବାହ ସରିଲା, କନ୍ୟା ବିଦାୟ ମଧ୍ୟ ହୋଇଥିଲା କିନ୍ତୁ ରାସ୍ତାରେ ପ୍ରେମିକ ମିଶିବା ପରେ କନ୍ୟା ଫେରାର ହୋଇଯାଇଥିଲା ।

Spread the love

ପ୍ରେମ ପାଇଁ ଲୋକେ କିଛି ମଧ୍ୟ କରିପାରନ୍ତି । ଏହି କଥାକୁ ସତ୍ୟତାର ପ୍ରମାଣ କରିଛି ଝାରଖଣ୍ଡର ରାଜଧାନୀ ରାଞ୍ଚିର ଏହି ଘଟଣାଟି । ଯେଉଁଠି ଜଣେ ପାଗଳ ପ୍ରେମିକ ନିଜ ପ୍ରେମିକାର ବିବାହ ପରେ ଯେତେବେଳେ ପତି ସହ ପ୍ରେମିକା ନିଜ ଶାଶୁ ଘରକୁ ଯାଉଥିଲା; ସେହି ସମୟରେ ପାଗଳ ପ୍ରେମିକ ବରର କାରକୁ ରାସ୍ତାରେ ଅଟକାଇ ବର ଏବଂ ବରର ପରିଜନଙ୍କୁ ଖୁବ ପିଟି ଥିଲା ଏବଂ କନ୍ୟାକୁ ବୁଲେଟରେ ବସାଇ ନେଇ ଚାଲିଯାଇଥିଲା ।

ଏହି ଘଟଣାର ଯାଞ୍ଚ ପୋଲିସ ବର୍ତ୍ତମାନ କରିବାରେ ଲାଗିଛି । କନ୍ୟା ଫେରାର ହୋଇଯିବା ପରେ ବର ଏବଂ ବରର ପରିଜନ ମିଳିତ ରୂପେ ପୋଲିସରେ କେଶ ରଜ୍ଜୁ କରିଛନ୍ତି ଏବଂ ପ୍ରେମିକ ସହ ଫେରାର ହୋଇଥିବା ପ୍ରେମିକା ଦୁହେଁ ମିଶି ଇଟକି ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ପ୍ରେମିକ ସହ ଫେରାର ହୋଇଯାଇଥିବା କନ୍ୟା ପୋଲିସକୁ କହିଛି; ସେ ଗାଆଁରେ ରହୁଥିବା ଏକ ପୁଅକୁ ବହୁତ ଦିନ ହେବ ଭଲ ପାଇ ଆସୁଥିଲା ଏବଂ ସେହି ଯୁବକ ସହ ବିବାହ କରିବା ପାଇଁ ଚାହୁଁଥିଲା । ଯେତେବେଳେ ସେ ଏହି ସମ୍ପର୍କ ବିଷୟରେ ଘର ଲୋକଙ୍କୁ କହିଥିଲା, ଘର ଲୋକେ ଏହି ସମ୍ପର୍କରେ ରାଜି ହୋଇନଥିଲେ ଏବଂ ବିବାହ ଜଣେ ମଦୁଆ ସହ ବିବାହ ଠିକ କରାଇ ଦେଇଥିଲେ । ବିବାହ ଭାଙ୍ଗିବା ପାଇଁ ଝିଅଟି ମଦୁଆ ବରକୁ କହିଥିଲା କିନ୍ତୁ ବର କହିଥିଲା ଅତୀତକୁ ଭୁଲି ଯାଇ ବିବାହ କରି ନେବା ପାଇଁ ।

ପୁରା ଘଟଣା ଏହି ପ୍ରକାରର ଅଟେ :

ମିଳିଥିବା ସୂଚନା ଅନୁସାରେ ଲାବେଦ ଗାଆଁର ବାସିନ୍ଦା ରାମ ଓରାମ୍ବଙ୍କ ଝିଅ ଅଞ୍ଜଳି ଟୋପ୍ପୋର ବିବାହ “ଖୁଣ୍ଟି ଗାଆଁ”ର ବାସିନ୍ଦା ରମେଶ ସାବନ୍ତ ସହ ଠିକ ହୋଇଥିଲା । ଗତ ରବିବାର ଦିନ ଦୁହିଁଙ୍କ ବିବାହ ହେବାର ଥିଲା, ସେଥିପାଇଁ ବରଯାତ୍ରୀ ଠିକ୍ ସମୟରେ ପହଞ୍ଚି ଯାଇଥିଲା ଏବଂ ଠିକ ରୂପେ ବିବାହ ସମ୍ପର୍ଣ୍ଣ ହୋଇ ଯାଇଥିଲା ।

ବିଦାୟ ମଧ୍ୟ ଠିକ ରୂପେ ହୋଇଯାଇଥିଲା କିନ୍ତୁ ବର କନ୍ୟାକୁ ନେଇ ଯେତେବେଳେ ଯାଉଥିଲା; ସେହି ସମୟରେ ରାସ୍ତାରେ ଲୁଚି ବସିଥିବା କନ୍ୟାର ପ୍ରେମିକ ନିଜର ଚାରି ପାଞ୍ଚ ଜଣ ସାଙ୍ଗଙ୍କ ସହ ବର ସହ ବରର ପରିବାରକୁ ଅଟକାଇଥିଲା ଏବଂ ମାରପିଟ ଆରମ୍ଭ କରିଦେଇଥିଲା । ଏହାପରେ ବୁଲେଟରେ ବସାଇ କନ୍ୟାକୁ ନେଇ ପ୍ରେମିକ ସେଠାରୁ ଫେରାର ହୋଇଯାଇଥିଲା ଏବଂ ପରେ ଇଟକି ଥାନାରେ କନ୍ୟା ଏବଂ ପ୍ରେମିକ ଦୁହେଁ ଆତ୍ମସମର୍ପଣ କରିଦେଇଛନ୍ତି ।

ନିଜର ବହୁ ମୂଲ୍ୟ ମତ ତଳ କମେଣ୍ଟ ବକ୍ସରେ ଦେବା ପାଇଁ ଭୁଲିବେ ନାହିଁ । ଏହି ଭଳି ଭଲ ଭଲ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।