ବିବାହିତା ମହିଳା ମାନଙ୍କର ଏହି କାରଣରୁ ବଢ଼ୁଛି ସ୍ତନ କର୍କଟ ! ସାବଧାନ ହୋଇଯାଅନ୍ତୁ, ନଚେତ ପରବର୍ତ୍ତୀ ସମୟରେ ପସ୍ତେଇବେ !

Spread the love

ଆଜିକା ସମୟରେ ଖାଇବା ପିଇବାର ଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି, ଯାହାଦ୍ୱାରା ଲୋକମାନଙ୍କର ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହିସବୁ ରୋଗ ମଧ୍ୟରୁ ଏମିତି କିଛି ରୋଗ ଅଛି ଯାହାର ଉପଚାର ସମ୍ଭବ ନୁହେଁ, ଯେମିତି କର୍କଟ ରୋଗ । ଯଦି କର୍କଟ ରୋଗ ସମୟ ଥାଉ ଥାଉ ଜଣାପଡ଼ିଯାଏ, ତା’ହେଲେ ତାହାର ଉପଚାର ହୋଇପାରିବ ନଚେତ ଏହା ମଣିଷର ଜୀବନ ମଧ୍ୟ ନେଇପାରେ ।

ଏମିତି ଦେଖିବାକୁ ଗଲେ କର୍କଟ ରୋଗ ବିଭିନ୍ନ ପ୍ରକାରର । ସେଥିମଧ୍ୟରୁ ଆଜି ଆମେ ଆପଣଙ୍କୁ ସ୍ତନ କର୍କଟ ବିଷୟରେ କହିବାକୁ ଯାଉଛୁ, ଯାହାକି ମହିଳାମାନଙ୍କ ପାଇଁ ଅତ୍ୟନ୍ତ ସାଙ୍ଘାତିକ ହୋଇଥାଏ । ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି ମାତ୍ର ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ରୋଗ ଆଜିକାଲି କେବଳ ମହିଳାଙ୍କ ଠାରେ ସୀମିତ ନୁହେଁ ବରଂ ପୁରୁଷମାନେ ମଧ୍ୟ ଏହାର ଶୀକାର ହେଉଛନ୍ତି । ତେଣୁ ଏବେ ଏହି ରୋଗ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ ।

ଆମ ଦେଶରେ ପ୍ରତିବର୍ଷ ଦେଢ଼ଲକ୍ଷ ସ୍ତନ କର୍କଟ ରୋଗରେ ପୀଡିତ ହେଉଛନ୍ତି । ୨୦୧୨ରେ ସର୍ବାଧିକ ସ୍ତନ କର୍କଟ ରୋଗୀ ନଜରକୁ ଆସିଥିଲେ । ଗର୍ଭକୋଷରେ କର୍କଟ ରୋଗ ବିକଟାଳ ରୂପ ନେବାରେ ଲାଗିଛି ।ପ୍ରତିବର୍ଷ କର୍କଟ ରୋଗରେ ୧୨ ଲକ୍ଷ ରୋଗୀ ଚିହ୍ନଟ ହୁଅନ୍ତି । ଦେଶରେ ବର୍ତ୍ତମାନ ୨୦ ରୁ ୫୦ ଲକ୍ଷ କର୍କଟ ରୋଗରେ ପୀଡିତ ଅଛନ୍ତି । ସ୍ତନ କର୍କଟର ସବୁଠାରୁ ବଡ଼ କାରଣ ହରମୋନ ଅସୁନ୍ତାଳତା ଯୋଗୁଁ ହୋଇଥାଏ । ଆଜି ଆପଣଙ୍କୁ ଆମେ ଏହି ପୋଷ୍ଟରେ ସ୍ତନ କର୍କଟ ରୋଗ ସହ ଜଡ଼ିତ ସମସ୍ତ ତଥ୍ୟ ବିଷୟରେ କହିବୁ ଯାହାକି ଅପଣଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।

ସର୍ବପ୍ରଥମେ ଜାଣନ୍ତୁ ସ୍ତନ କର୍କଟ କଣ ? :-

ମହିଳାମାନଙ୍କର ସ୍ତନରେ ଉପସ୍ଥିତ ଥିବା କୋଷ ଗୁଡ଼ିକର ଅନିୟମିତ ବୃଦ୍ଧି ହେଲେ ତାହାକୁ କର୍କଟ କୁହାଯାଏ, ଯାହାକି ସ୍ତନର କୌଣସି ଅଂଶରେ ବି ହୋଇପାରେ । ଅଧିକାଂଶ ସ୍ତନ କର୍କଟ ସ୍ତନର ଅଗ୍ରଭାଗରେ କ୍ଷୀର ପଠାଉଥିବା ନଳୀ, କ୍ଷୀର ଉତ୍ପନ୍ନ କରୁଥିବା ଛୋଟ କୋଶିକା ଗୁଡ଼ିକରେ ଏବଂ ଗ୍ରନ୍ଥିହୀନ ସଂରଚନାରେ ସବୁଠାରୁ ଅଧିକ ହୋଇଥାଏ ।

ସ୍ତନ କର୍କଟ ସହିତ ଜଡ଼ିତ ତଥ୍ୟ :-

ଆପଣମାନଙ୍କୁ ଜଣାଇଦେଉଛୁ ଯେ, ସ୍ତନ କର୍କଟ ହେବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ, ଏହା କୌଣସି ବୟସରେ ବି ହୋଇପାରେ । ମାତ୍ର ୪୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କ ଠାରେ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ ।

କେବେକେବେ ଅନୁବଂଶୀକତା ମଧ୍ୟ ଏହି ରୋଗର କାରଣ ହୋଇଥାଏ । ତେଣୁ ଯଦି ଆପଣଙ୍କ ପରିବାରରେ କାହାକୁ କର୍କଟ ରୋଗ ଥାଏ, ତା’ହେଲେ ଆପଣ ନିହାତି ଥରେ ଚେକ୍-ଅପ୍ କରିନେବା ନିହାତି ଜରୁରୀ ।

ସ୍ତନ କର୍କଟର ପ୍ରମୁଖ କାରଣ :-

୧. ସ୍ତନ କର୍କଟର ପ୍ରଥମ କାରଣ ବଢ଼ୁଥିବା ବୟସ ହୋଇପାରେ ।

୨. ଯଦି ଆପଣଙ୍କୁ ପୂର୍ବରୁ କୌଣସି ପ୍ରକାର କର୍କଟ ରୋଗ ଅଛି କିମ୍ବା ସ୍ତନ ସମ୍ବନ୍ଧୀୟ କୌଣସି ରୋଗ ଅଛି ତା’ହେଲେ ଏଥିରେ ସ୍ତନ କର୍କଟ ହେବାର ସମ୍ଭାବନା ଅଧିକ ଥାଏ ।

୩. ହରମୋନରେ ଆସୁଥିବା ପରିବର୍ତ୍ତନ ମଧ୍ୟ କର୍କଟର କାରଣ ହୋଇଥାଏ । ବିଶେଷ କରି ଏଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟେରନ ହରମୋନ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂସ୍ପର୍ଶ ହେବା କାରଣରୁ ସ୍ତନ କର୍କଟ ହେବାର ସମ୍ଭାବନା ବଢ଼ିଯାଇଥାଏ ।

୪. ମଣିଷର ରହଣୀ ଏବଂ ଖାଦ୍ୟ ପାନୀୟ ମଧ୍ୟ ସ୍ତନ କର୍କଟର କାରଣ ହୋଇପାରେ ।

୫. ଦୁନିଆରେ ୫ ରୁ ୧୦ ପ୍ରତିଶତ ଲୋକଙ୍କୁ କର୍କଟ ଜିନ୍ କାରଣରୁ ହୋଇଥାଏ ।

୬. ବିବାହ ପରେ ସନ୍ତାନ ବିଳମ୍ବରେ ହେବା କିମ୍ବା ଆଦୌ ନ ହେବା କର୍କଟର ପ୍ରମୁଖ କାରଣ । ଏହା ସହ ମୋଟାପଣ ବଢ଼ିବା, ବିଡ଼ି ସିଗାରେଟ, ମଦ୍ୟ ପାନ କରିବା, ଗର୍ଭନିରୋଧକ ଔଷଧର ଅଧିକ ସେବନ କରିବା ଏବଂ ପିରିୟଡ଼ସକୁ ଅଟକିବା ପାଇଁ ଔଷଧ ସେବନ କରିବା ମଧ୍ୟ କର୍କଟର କାରଣ ହୋଇଥାଏ ।

ସ୍ତନ କର୍କଟର ଲକ୍ଷଣ :-

୧. ଯେଉଁ ମହିଳାମାନଙ୍କର ସ୍ତନର ଉପରିଭାଗରେ କିମ୍ବା ତଳ ଭାଗରେ ମୋଟାପଣ ଦେଖାଯାଏ, ତା’ହେଲେ ସେମାନଙ୍କୁ ଏହି ଅସୁବିଧା ହେବାର ସମ୍ଭାବନା ଥାଏ ।

୨. ସ୍ତନର ଅଗ୍ରଭାଗରୁ ପାଣି କିମ୍ବା ରକ୍ତ ବୋହିବା ।

୩. ନିପଲରେ କ୍ଷତ କିମ୍ବା ଚମଡ଼ାର ମୋଟା ଆବରଣ ଜମିବା ।

୪. ସ୍ତନର ନିପଲ ବାହାରକୁ ବାହାରିବା ବଦଳରେ ଭିତର ପଟକୁ ପଶି ରହିବା ।

୫. ସ୍ତନ ଲାଲ ହୋଇଯିବା କିମ୍ବା ଫୁଲିଯିବା ।

୬. ଦୁଇ ସ୍ତନର ଉଚ୍ଚତାରେ ଭିନ୍ନତା ଦେଖାଯିବା ।

୭. ତ୍ୱଚାରେ ଅଲସର କିମ୍ବା ଘା’ଆ ହୋଇଯିବା ।

ଯଦି ଆପଣଙ୍କୁ ଉପରେ ଦିଆଯାଇଥିବା ଲକ୍ଷଣ ମାନଙ୍କ ଭିତରୁ କୌଣସି ଗୋଟିଏ ଲକ୍ଷଣ ଅନୁଭୂତ ହେଉଥାଏ, ତା’ହେଲେ ଆଜି ହିଁ ଆପଣଙ୍କ ଚିକିତ୍ସକଙ୍କ ପାଖରୁ ଚେକ୍-ଅପ୍ କରିନିଅନ୍ତୁ । କାରଣ ଅପଣଙ୍କର ଗୋଟିଏ ଛୋଟ ଭୁଲ ଆପଣଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇପାରେ ।

ବିବାହ ପରେ ମହିଳାମାନଙ୍କର ସ୍ତନ କର୍କଟର ସମ୍ଭାବନା ବଢ଼ିଯାଏ :-

ସାଧାରଣତଃ ଦେଖାଯାଏ ଯେ, ଯେଉଁ ବିବାହିତ ମହିଳାମାନେ ପ୍ରସାବ ପରେ ନିଜ ସନ୍ତାନକୁ କ୍ଷୀର ଦିଅନ୍ତି, ଏମିତିରେ କିଛି ମହିଳା ଅଛନ୍ତି ଯେଉଁମାନେ ନିଜ ସ୍ତନକୁ ଭଲଭାବରେ ପରିଷ୍କାର କରନ୍ତିନାହିଁ ଯାହାଦ୍ୱାରା ସେମାନେ ନିଜ ସହିତ ନିଜ ପିଲାକୁ ମଧ୍ୟ ଅସୁବିଧାରେ ପକାଇଦିଅନ୍ତି । କାରଣ ସଫାସୁତୁରା ନକରିବା ଦ୍ୱାରା ଇଂଫେକ୍ସନର ସମ୍ଭାବନା ବଢ଼ିଯାଏ ଏବଂ ପରବର୍ତ୍ତୀ ସମୟରେ ଏହା ସ୍ତନ କର୍କଟର ରୂପ ଧାରଣ କରିଥାଏ । ତେଣୁ ଯେତେବେଳେ ମାଆ ଶିଶୁକୁ କ୍ଷୀର ଦେଉଥାଏ ତାର ପୂର୍ବରୁ ଏବଂ ପରେ ସ୍ତନକୁ ଭଲଭାବରେ ସଫାସୁତୁରା କରିବା ଆବଶ୍ୟକ ।

ଯେଉଁ ମହିଳା ପ୍ରତିଦିନ କିମ୍ବା ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଔଷଧ ସେବନ କରୁଛି ଯେମିତିକି ଆଇ-ପିଲ ଏବଂ ବ୍ୟଥା ନିବାରଣ ପାଇଁ । ସେହି ମହିଳା ମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ହେବାର ସମ୍ଭାବନା ଅଧିକ ବଢ଼ିଯାଇଥାଏ ।

ଯଦି କୌଣସି ଯୁବତୀଙ୍କ ବିବାହ ୩୦ ବର୍ଷ ପରେ ହୁଏ ତାହାଲେ ତାଙ୍କୁ ସ୍ତନ କର୍କଟ ହେବାର ସମ୍ଭାବନା ଅଧିକ ବଢ଼ିଯାଏ କାରଣ କୌଣସି ଯୁବତୀର ପ୍ରଥମ ସନ୍ତାନ ୩୦ ବର୍ଷ ପୂର୍ବରୁ ହୋଇଯିବା ଆବଶ୍ୟକ । ମାତ୍ର ଯଦି ୩୦ ବର୍ଷ ପରେ ସନ୍ତାନ ହୁଏ ତାହାଲେ ସ୍ତନ କର୍କଟର ସମ୍ଭାବନା ଅତ୍ୟଧିକ ହୋଇଯାଏ।

ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ ଯେ ଦେଶର ପ୍ରସିଦ୍ଧ କର୍କଟ ରୋଗ ବିଶେଷଜ୍ଞଙ୍କ ଅନେକ ଆଲୋଚନା କରିବା ପରେ କହିଛନ୍ତି ଯେ ଯୁବତୀ ମାନଙ୍କର ବିବାହ ୨୩ ରୁ ୨୪ ବର୍ଷ ବୟସ ମଧ୍ୟରେ ହୋଇଯିବା ଆବଶ୍ୟକ । ଯୁବତୀ ଏବଂ ମହିଳା ମାନେ ସ୍ତନରେ କଠିନତା କିମ୍ବା ବ୍ୟଥା କୁ ଲଜ୍ଜ୍ୟା କାରଣରୁ କାହାକୁ କହିପାରନ୍ତି ନାହିଁ । ଯେଉଁଠାରେ ସାମାନ୍ୟ କାରଣ ଅନୁଭୂତ ହେଲେ ଚିକିତ୍ସକ କିମ୍ବା ବିଶେଷଜ୍ଞଙ୍କ ମତ ନେବା ଆବଶ୍ୟକ ।

ତେବେ ବନ୍ଧୁଗଣ ଆଜିର ଏହି ବିଷୟଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଆଉ ଯଦି ବିଷୟଟି ପସନ୍ଦ ଆସିଥିବ ତା’ହେଲେ ଲାଇକ କରନ୍ତୁ ଓ ସେୟାର କରନ୍ତୁ । ଆpଣଙ୍କ ଦିନଟି ଶୁଭମୟ ହେଉ । ଜୟ ଜଗନ୍ନାଥ