ଗାଈକୁ ରକ୍ଷା କରିବା ପାଇଁ ସାହାସି କୃଷକ ବାଘ ସହ ଲଢେଇ କରିଲେ, ନିଜ ଜୀବନକୁ ମଧ୍ୟ ଖାତିର କରି ନ ଥିଲେ । ଭିଡ଼ିଓଟିକୁ ନିଶ୍ଚୟ ଥରେ ଦେଖନ୍ତୁ ।

Spread the love

କୌଣସି କୃଷକ ପାଇଁ ତା’ର ଚାଷ ଜମି ଏବଂ ଅଗଣାରେ ରହୁଥିବା ତାହାର ଗୃହପାଳିତ ପଶୁ ସବୁଠାରୁ ବଡ଼ ଧନ ସମ୍ପତି ଅଟେ । ସେମାନଙ୍କ ମଧ୍ୟରୁ ଗାଈକୁ ସମସ୍ତ କୃଷକ ନିଜ ଘରେ ରଖିଥାନ୍ତି । ହିନ୍ଦୁ ଧର୍ମରେ ଗାଈକୁ ଘରେ ରଖିବା ଶୁଭ କୁହାଯାଏ । ଗାଈ କୃଷକର ଅନ୍ୟ କାମରେ ମଧ୍ୟ ଆସିଥାଏ । ଏପରି ସ୍ଥଳେ ଗାଈର ଭୋରଣ ପୋଷଣ କରିବା ଏବଂ ସୁରକ୍ଷା କରିବା କୃଷକର କର୍ତ୍ତବ୍ୟ ଅଟେ । ଏହି ପରି ଗୁଜୁରାଟର ଏକ କୃଷକ ନିଜର କର୍ତ୍ତବ୍ୟ ଏପରି ଭାବରେ ପୂର୍ଣ କରିଥିଲେ ଯେ, ସେ ବାଘ ସହ ମଧ୍ୟ ଲଢେଇ କରିବାକୁ ପଛଘୁଞ୍ଚା ଦେଇନଥିଲେ । କୌଣସି ମଣିଷକୁ ବାଘ ଅତିସହଜରେ ମାରିପାରିବ । କିନ୍ତୁ ସେହି ସାହାସି କୃଷକ ଜଣକ ନିଜ ଜୀବନକୁ ଖାତିର ନକରି ଗାଈକୁ ବଞ୍ଚାଇବା ପାଇଁ ବାଘ ସହ ଲଢେ଼ଇ କରିଥିଲେ । ଏହି ପୁରା ଘଟଣାକୁ ବିସ୍ତାରରେ ଜାଣିବା ଆସନ୍ତୁ ।

ପ୍ରକୃତରେ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେବାକୁ ଲାଗିଛି । ଏହି ଭିଡ଼ିଓ ଏକ ସିସିଟିଭି ଫୁଟେଜର ଅଟେ, ଯେଉଁଥିରେ ଗୋଟେ ବାଘ ଏକ ବାଛୁରୀର ବେକକୁ ଧରିଛି । ଏହାର କିଛି ସମୟ ପରେ ଏକ କୃଷକ ହାତରେ ବାଡ଼ି ଧରି ଆସିଲେ ଏବଂ ବାଘର ମୁଣ୍ଡକୁ ଫୋପାଡ଼ି ଦେଲେ । ବାଡ଼ିଟି ବାଘକୁ ବାଜିବା ପରେ ବାଘର ପଞ୍ଝା ଢିଲା ହେବା ଫଳରେ ବାଛୁରୀଟି ତା ଜାଲରୁ ମୁକୁଳି ଯାଇଥିଲା । ଅନ୍ୟପଟେ ବାଘ ମଧ୍ୟ ଭୟରେ ଚାଲି ଯାଇଥିଲା । ବାଘର ଚାଲି ଯିବା ଦେଖି ଅନ୍ୟ ଗାଈମାନେ କୃଷକ ଆଡ଼କୁ ଦୌଡ଼ି ଆସିବାକୁ ଲାଗିଲେ ।

ଖବର ଅନୁସାରେ ଏହି ଘଟଣା ୧୮ ଜୁନ ମଙ୍ଗଳବାରରେ ହୋଇଥିଲା । ଗୁଜୁରାଟର ଗିର ନେସନାଲ ପାର୍କ ନିକଟରେ ଦେବସିଂ ବଢ଼େର ନାମକ ଏକ କୃଷକ ଘର କରି ରହୁଥିଲା । ଦେବସିଂଙ୍କ ଅନୁସାରେ ମଙ୍ଗଳବାର ଭୋରୁ ସକାଳୁ ସେ ଶୋଇଥିବା ସମୟରେ ହଠାତ ଗାଈ ମାନଙ୍କର ଚିତ୍କାର ଶୁଣା ଯାଇଥିଲା । ତାହାପରେ ସେ ଦୌଡ଼ି ଆସି ଦେଖିବା ବେଳେ ତାଙ୍କର ପ୍ରିୟ ଗାଈର ବାଛୁରୀକୁ ଗୋଟେ ବାଘ ଧରିଥିଲା । ସେହି ବାଛୁରୀଟିକୁ ଦେବସିଂ ବହୁତ ଭଲ ପାଉଥିଲେ । ତାକୁ ମାତ୍ର ୫ମାସ ହୋଇଥିଲା । ଏପରି ସମୟରେ ବାଛୁରୀକୁ ବାଘ ମୁଖରେ ଦେଖି ଦେବସିଂ କ୍ରୋଧିତ ହୋଇ ବାଘ ଉପରକୁ ତାଙ୍କ ଲାଠିକୁ ବହୁତ ଜୋରରେ ଫୋପାଡ଼ି ଥିଲେ । ଲାଠିଟି ବାଜିବା ଫଳରେ ବାଘ ବାଛୁରୀକୁ ଛାଡି ଚାଲି ଯାଇଥିଲା ।

ଦେବସିଂଙ୍କ କହିଛନ୍ତି ଯେ ଆମ ଅଞ୍ଚଳରେ ଏପରି ଘଟଣା ସପ୍ତାହରେ ଦୁଇ-ତିନିଥର ହୋଇଥାଏ । କୌଣସି ହିଂସ୍ରଜନ୍ତୁ ଆମ୍ଭ ମାନଙ୍କର ଗୃହପାଳିତ ପଶୁଙ୍କ ଉପରକୁ ଆକ୍ରମଣ କରିଥାଏ । ଏପରି ସ୍ଥଳେ ପଶୁମାନଙ୍କର ସୁରକ୍ଷା ନିମନ୍ତେ ଆମମାନଙ୍କୁ ମଧ୍ୟ ସତର୍କ ରହିବାକୁ ପଡିଥାଏ । ଭଲ କଥା ଏହା ଯେ, ଏହି ଘଟଣାରେ କାହାରିକୁ ମଧ୍ୟ କିଛି ଆଘାତ ହୋଇନାହିଁ ଏବଂ ସମସ୍ତେ ବଞ୍ଚି ଯାଇଥିଲେ । ସୋସିଆଲ ମିଡିଆରେ ଏକ ଭିଡ଼ିଓର ସିସିଟିଭି ଫୁଟେଜ ଦ୍ରୁତଗତିରେ ଭାଇରଲ ହେବାକୁ ଲାଗିଛି । ସମସ୍ତେ ଏହି ସାହାସି କୃଷକର ପ୍ରଶଂସା କରିବାକୁ ଲାଗିଛନ୍ତି । ଆଜିର ଯୁଗରେ ମଣିଷ ନିଜ ଜୀବନକୁ ବଞ୍ଚାଇବା ପାଇଁ ମଣିଷକୁ ମାରି ଦେଇଥାଏ କିନ୍ତୁ ଏଠାରେ ଏକ ଛୋଟ ବାଛୁରୀ ଏବଂ ଗାଈକୁ ବଞ୍ଚାଇବା ପାଇଁ ସେହି କୃଷକ ନିଜ ଜୀବନର ଖାତିର ମଧ୍ୟ କରିନଥିଲେ ।

ଦେଖନ୍ତୁ ବିଡିଓ :