ଫୁଲର ମାହାତ୍ମ୍ୟ । ଏହି ଫୁଲ ଫୁଟିବାର ଦେଖିଲେ ଆପଣ ମାଲାମାଲ ହୋଇଯିବେ ।

Spread the love

ଆପଣମାନେ ଜାଣିଛନ୍ତି, ଆମର ଏହି ବିଶ୍ଵବ୍ରହ୍ମାଣ୍ଡ ଅନ୍ତର୍ଗତ ପ୍ରକୃତିରେ ଏପରି କିଛି ବସ୍ତୁ ଅଛି; ଯାହାକୁ ଦେଖିବା ସଙ୍ଗେ ସଙ୍ଗେ ମନରେ ଆନନ୍ଦ ଓ ଶାନ୍ତି ମିଳି ଯାଇଥାଏ । ତାହା ନଦୀ ହେଉ କିମ୍ବା ପୋଖରୀ, ଫୁଲ ଅବା ଗଛ କିମ୍ବା ସମୁଦ୍ର ଯାହା ମଧ୍ୟ ହେଉ ନା କାହିଁକି, ତାହା ଆମ ମନକୁ ଶାନ୍ତି ପ୍ରଦାନ କରିଥାଏ । ଏହିପରି ପ୍ରକୃତିର ଗୋଟିଏ ଛୋଟ ଵସ୍ତୁ ହେଲା ବ୍ରହ୍ମ କମଳ ଏକ ଫୁଲ ଯାହାକୁ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଅବତାର ମଧ୍ୟ କୁହାଯାଇଥାଏ । ଏହା କେବଳ ହିମାଳୟରେ ହିଁ ମିଳିଥାଏ । ଆମର ପୌରାଣିକ ମତ ଅନୁସାରେ ଏହି ଫୁଲକୁ ଯେ କେହି ମଧ୍ୟ ଦେଖିବ ତାର ସମସ୍ତ ମନସ୍କାମନା ପୂରଣ ହୋଇପାରିବ । ଏହି ଫୁଲ ବିଷୟରେ ଏହା କୁହଯାଇ ପାରିବ, ଏହି ଫୁଲ ସମସ୍ତଙ୍କର ସମସ୍ତ ଇଚ୍ଛା ପୁରାଣ କରିଥାଏ ।

ଆପଣମାନଙ୍କୁ ଜଣାଇବା ପାଇଁ ଚାହୁଞ୍ଚୁ ଯେ, ଏହି ଫୁଲ ଦେଖିବା ପାଇଁ ଧଳା ଅଟେ । ସମସ୍ତ ପୁରାଣରେ ଏହି ଫୁଲ ବିଷୟରେ, ବିସ୍ତାରରେ କାହାଣୀ ମାଧ୍ୟମରେ ଆଲୋଚନା କରାଯାଇଛି ।

କହିବାକୁ ଚାହୁଞ୍ଚୁ, ବ୍ରହ୍ମ କମଳ ସମ୍ବନ୍ଧରେ ଏକ ପ୍ରସିଦ୍ଧ ମାନ୍ୟତା ରହିଛି, ଯେ କୌଣସି ବ୍ୟକ୍ତି ଏହି କମଳର ଦର୍ଶନ କରନ୍ତି ସେହି ବ୍ୟକ୍ତିର ସମସ୍ତ ମନୋବାଞ୍ଛା ପୁରଣ ହୋଇଥାଏ । ଏହି ଫୁଲ ଫୁଟିବା ଅବସ୍ଥାରେ ଦେଖିବା ସମ୍ଭବ ନୁହେଁ କାରଣ ଏହି ଫୁଲ ମଧ୍ୟରାତ୍ରରେ ଫୁଟେ, ଯାହା କିଛି ସମୟ ପାଇଁ ହିଁ ଫୁଟିଥାଏ । ଏହି ବ୍ରହ୍ମ କମଳ ଫୁଲ ବର୍ଷରେ କେବଳ ଗୋଟିଏ ଦିନ ହିଁ ଫୁଟିଥାଏ । ଯାହାର ଦର୍ଶନ ଅତ୍ୟନ୍ତ ଦୁର୍ଲଭ ଅଟେ । ଆମର ପୌରାଣିକ ଗ୍ରନ୍ଥ ଅନୁସାରେ ଯେଉଁ ଫୁଲରେ ସୃଷ୍ଟିକର୍ତ୍ତା ବ୍ରହ୍ମା ବିରାଜମାନ ଅଟନ୍ତି, ଏହା ସେହି ଫୁଲ ଅଟେ । ମାନ୍ୟତା ରହିଛି ଏହାକୁ ବ୍ରହ୍ମା ନିଜେ ସୃଷ୍ଟି କରିଛନ୍ତି ।

ଅନ୍ୟ ଗୋଟିଏ ପୌରାଣିକ କାହାଣୀ ଅନୁସାରେ ଯେତେବେଳେ ପାଣ୍ଡଵମାନେ ବନବାସ ଗଲେ, ଦ୍ରୌପଦୀ ମଧ୍ୟ ସାଥୀରେ ଗଲେ । କୌରବଙ୍କ ଦ୍ଵାରା ହୋଇଥିବା ଅପମାନକୁ ପାଣ୍ଡବମାନେ ଭୁଲି ନ ଥିଲେ । ଏହିପଟେ ବନବାସ ଚିନ୍ତା ପାଣ୍ଡବମାନଙ୍କୁ ଆହୁରି ଯନ୍ତ୍ରଣା ଦେଉଥିଲା । ଏକଦା ଯେତେବେଳେ ପାଣ୍ଡବ ମାନେ ପାଣିରେ ଫୁଟି ଥିବା ଏହି ଫୁଲକୁ ଦେଖିଲେ, ତାଙ୍କର ସବୁ ଦୁଃଖ ଯନ୍ତ୍ରଣା କେଉଁ ଆଡେ ଉଭେଇ ଯାଇଥିଲା । ଦ୍ରୌପଦୀଙ୍କୁ ଏକ ନୂତନ ଖୁସି ଓ ଆନନ୍ଦ ମିଳିଥିଲା ।

ଆପଣ ଯଦି ଆଉକିଛି ତଥ୍ୟ ଜାଣିଛନ୍ତି, ତେବେ Comment ଜରିଆରେ ସମ୍ୟକ ସୂଚନା ଦିଅନ୍ତୁ ।