ଧୋକେବାଜ୍ ପ୍ରେମିକାକୁ ଶିକ୍ଷା ଦେବା ପାଇଁ ପ୍ରେମିକ, ପ୍ରେମର ସମସ୍ତ ସୀମା ପର କରି, ନିଆରା ଢଙ୍ଗରେ ବଦଳା ନେଇଛି ।

Spread the love

ପ୍ରେମିକକୁ ଧୋକା ଦେବା ପ୍ରେମିକାକୁ ମହଙ୍ଗା ପଡିଥିଲା । ପ୍ରେମିକ ବିଚ୍ ବଜାରରେ ପ୍ରେମିକାର ପୋଷ୍ଟର ଲଗାଇଥିଲା ।

ପ୍ରେମରେ ଅସଫଳ ହେବା ପରେ ମଧ୍ୟ ଅନେକ ଲୋକ ଆଗକୁ ବଢିଯାଆନ୍ତି ଓ ନିଜ ଜୀବନର ସେହି ପ୍ରେମକୁ ମଧ୍ୟ ଭୁଲି ଯାଇଥାନ୍ତି । କିନ୍ତୁ କିଛି ବ୍ୟକ୍ତି ଏହିପରି ଅଛନ୍ତି; ପ୍ରେମରେ ଧୋକା ପାଇବା ପରେ ସେମାନେ ହିଂସ୍ର ହୋଇଯାନ୍ତି ଓ ବଦଳା ନେବା ପାଇଁ ପଛାଇନଥାନ୍ତି । ପ୍ରେମରେ ଧୋକା ପାଇଥିବା ଏହିପରି ଜଣେ ପ୍ରେମିକ କିଛି ଏପରି କରିଛି ଓ ନିଜ ପ୍ରେମିକାକୁ ଠାରୁ ନିଆରା ଢଙ୍ଗରେ ବଦଳା ନେଇଛି । ନିଜ ପ୍ରେମିକା ଠାରୁ ଧୋକା ପାଇବା ପରେ ପ୍ରେମିକଟି ବିଚ୍ ରାସ୍ତାରେ ପ୍ରେମିକାର ପୋଷ୍ଟର ଲଗାଇଥିଲା । ସେହି ପୋଷ୍ଟରରେ ଲେଖା ହୋଇଥିଲା; ନିଜ ପ୍ରେମିକ ଠାରୁ ସେ ବ୍ରେକ୍ ଅପ୍ କରୁଛି ।

କଣ ଲେଖା ହୋଇଥିଲା ପୋଷ୍ଟରରେ ?

ଇଣ୍ଡୋନେସିଆରେ ରହୁଥିବା ଏହି ପ୍ରେମିକଟି, ବିଚ୍ ରାସ୍ତାରେ ଲାଗିଥିବା ଏକ ବିଲବୋର୍ଡକୁ ଭଡାରେ ନେଇଥିଲା ଓ ପରେ ସେହି ବିଲବୋର୍ଡରେ ନିଜ ପ୍ରେମିକାର ଫୋଟୋ ଲଗାଇଥିଲା । ସେହି ଫୋଟୋରେ ଲେଖା ହୋଇଥିଲା, “ମୁଁ ମୋ ପ୍ରେମିକା ସହ ବ୍ରେକ୍ ଅପ୍ କରୁଛି । ସେ ଲେଖିଛି ତୁମେ ମୋ ହୃଦୟ ଭାଙ୍ଗି ଦେଲ, ମୋତେ ଧୋକା ଦେଇଛ, ମୁଁ ତୁମ ସହ ବ୍ରେକ୍ ଅପ୍ କରିବା ପାଇଁ ଚାହୁଁଛି ।” ଏହି ସନ୍ଦେଶରୁ ଜଣାପଡୁଛି ଯେ, ତା ପ୍ରେମିକା ତାକୁ ଧୋକା ଦେଇଛି ଓ ସେହି ଧୋକାର ବଦଳା ପ୍ରେମିକ ଜଣକ ଏହିପରି ଭାବରେ ନେଇଛି । ପ୍ରେମିକଟି ବିଲବୋର୍ଡକୁ ବିଚ୍ ରାସ୍ତାରେ ଲଗାଇଛି ଯେଉଁଠି ବହୁ ପରିମାଣରେ ଲୋକ ଯିବା ଆସିବା କରନ୍ତି ।

ଭିଡିଓଟି ଭାଇରଲ ହୋଇଛି :

ଏହି ପ୍ରେମିକର ବ୍ରେକ୍ ଅପ୍ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଭିଡିଓରେ ଦେଖାଯାଉଥିବା ଝିଅଟି, ନିଜ ଫୋଟୋ ବିଲବୋର୍ଡରେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇପଡିଛି । ଏହି ଭିଡିଓରେ ଝିଅଟିର ଚିନ୍ତିତ ଚେହେରାରୁ ସ୍ପଷ୍ଟ ବାରି କରାଯାଇପାରୁଛି । ଚିନ୍ତାରେ ଝିଅଟି ନିଜ ପ୍ରେମିକ ସହ ଝଗଡା କରିବାରେ ଲାଗି ପଡିଛନ୍ତି । ସେହି ବାଟରେ ଯାଉଥିବା ଏକ ବ୍ୟକ୍ତି ସେମାନଙ୍କ ଝଗଡର ମୀମାଂସା କରିବା ପାଇଁ ଚେଷ୍ଠା କରି ଭିଡିଓରେ ଚାଲିଆସିଛି । କିନ୍ତୁ ଦୁଇ ପ୍ରେମିକ ଓ ପ୍ରେମିକା କାହାରି କଥାକୁ ନ ଶୁଣି ଝଗଡା କରିବାରେ ଲାଗି ରହିଛନ୍ତି ।

ପ୍ରେମିକ ଓ ପ୍ରେମିକାର ଝଗଡା ହେଉଥିବା ଭିଡିଓ ୧୫ ସେକେଣ୍ଡର ଅଟେ ଓ ଏହି ଭିଡିଓଟି ଟୁଇଟର୍ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ୯ ଲକ୍ଷରୁ ମଧ୍ୟ ଅଧିକ ଲୋକ ଦେଖି ସାରିଲେଣି ଓ ୧୮୦୦୦ରୁ ଅଧିକ ଲୋକ ଟୁଇଟ୍ କରିଛନ୍ତି । ଟୁଇଟର୍ ବ୍ୟତୀତ ଏହି ଭିଡିଓଟି ଫେକବୁକରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ଏହି ଭିଡିଓଟି ଦେଖିବା ପରେ ଏହାକୁ ଏକ ଡ୍ରାମା ସହ ତୁଳନା କରିଛନ୍ତି ଓ କିଛି ଲୋକ ଏହାକୁ ଲୋକ-ଦେଖାଣିଆ ଘଟଣାର ଆଖ୍ୟା ଦେଇଛନ୍ତି ।

ଆପଣମାନେ ଶୁଣିଥିବେ, ଏହିପରି ଅନେକ ପୁଅ କିମ୍ବା ଝିଅ ବ୍ରେକ୍ ଅପ୍ ହେବା ପରେ ନିଜ ପ୍ରେମିକ କିମ୍ବା ପ୍ରେମିକା ଠାରୁ ବଦଳା ନେବା ପାଇଁ କିଛି ଏହିପରି ଘଟଣା ଘଟାଇ ଥାନ୍ତି । କିନ୍ତୁ ବିଲବୋର୍ଡ ଉପରେ ନିଜର ଧୋକେବାଜ୍ ପ୍ରେମିକାର ଫୋଟୋ ଲଗାଇ ବ୍ରେକ୍ ଅପ୍ କରିବା ଶୈଳୀ ନିଆରା ଅଟେ । ନା କେହି କେବେ ଆଗରୁ ଏପରି କରି ନିଜ ପ୍ରେମିକା ସହ ବ୍ରକ୍ ଅପ୍ କରିଥିବ ।