୧୩୦୦୦ ଟଙ୍କାରେ ପୁରୁଣା ମାରୁତି ୮୦୦ କାରକୁ କିଣି ଏହି ଯୁବକଟି ବନାଇଲା ଘଣ୍ଟା ପ୍ରତି ୬୫୦ ବେଗର ସୁପରବାଇକ ।

Spread the love

୨୧ ବର୍ଷୀୟ ନାନପୁରା ନିବାସୀ ରୁଜବେ ଗାଵମାଷ୍ଟର ପୁଣିଥରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ଦ୍ଵିତୀୟ ଥର ନିଜ ନାମ ସାମିଲ କରି ନିଜ ସହରର ନାମକୁ ଉଜ୍ଜ୍ୱଳ କରିଛନ୍ତି । ଆପଣଂକୁ ଜଣାଇ ଦେଉଛୁ ଯେ, ଅଟୋ ଇଞ୍ଜିନିୟରିଙ୍ଗ୍ ପଢ଼ୁଥିବା ଏହି ଛାତ୍ର ଜଣକ ଗୋଟିଏ କାରକୁ ମୋଡ଼ିଫାଇ କରି ଏକ ସୁପରବାଇକ ବନାଇଛନ୍ତି । ରୁଜବେ ଏହି ସୁପରବାଇକର ନାମ ହେମରହେଡ଼-୮୦୦ ଦେଇଛନ୍ତି । ତାଙ୍କର ଏହି ବାଇକ ଘଣ୍ଟା ପ୍ରତି ୬୫୦ କିମି ବେଗରେ ଗତି କରୁଛି । ସେ ଏହା ବି ଦାବି କରିଛନ୍ତି ଯେ, ଏହି ବାଇକ ସହରର ଆଲି-ଭିଲ ଡ୍ରାଇଭ ଵାଲା ପ୍ରଥମ ବାଇକରେ ସାମିଲ ଅଛି ।

ଏହି ହାଇଟେକ୍ ବାଇକ ବନାଇବା ପାଇଁ ୨ ବର୍ଷ ସମୟ ଲାଗିଛି :

ରୁଜବେଙ୍କୁ ୬୩୦ କେଜି ଓଜନର ଏହି ବାଇକ ବନାଇବା ପାଇଁ ୨ ବର୍ଷ ସମୟ ଲାଗିଥିଲା । ଏହି ବାଇକ ପାଇଁ ରୁଜବେ ପାଖାପାଖି ୧ ଲକ୍ଷ ୧୩୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି ।

୮୦୦ ସିସିର ଏହି ବାଇକରେ ଚାରୋଟି ଫ୍ରଣ୍ଟ ଓ ବ୍ୟାକ୍ ଗେୟାର୍ ଅଛି । ଅର୍ଥାତ୍ ବାଇକ ରିଭର୍ସ ବି ହୋଇପାରିବ । ଜଣାଇ ଦେଉଛୁ ଯେ, ରୁଜବେ ନିଜ ବାଇକରେ ଚେନ୍ ବଦଳରେ ପ୍ରୋପ୍ଲେଟ୍ ସଫ୍ଟ ବ୍ୟବହାର କରିଛନ୍ତି । ଏହା ବ୍ୟତୀତ, ଏହି ବାଇକ ବ୍ଲ୍ୟୁତୁଥ୍ ଓ ସ୍ପିକର ଲେସ୍ ବି ଅଟେ ।

ବାଇକ ପ୍ରତି ଲିଟର ପିଛା ୩୦ କି.ମି ମଇଲେଜ ଦେଇଥାଏ । ରୁଜବେଙ୍କ କହିବା ଅନୁଯାୟୀ; ସେ ବାଇକର ଡିଜାଇନିଙ୍ଗରୁ ବିଲିଡିଂ ପର୍ଯ୍ୟନ୍ତ ସବୁ କାମ ନିଜେ ହିଁ କରିଛନ୍ତି ବିନା କାହାର ସାହଯ୍ୟ ନ ନେଇ । ତାଙ୍କର ମାଷ୍ଟର ଅଟୋ ୱର୍କ ନାମରେ ନିଜର ଏକ କମ୍ପାନୀ ଅଛି ।

ମାରୁତି ୮୦୦ କାର୍-ଟିକୁ ବାପାଙ୍କ ସାଙ୍ଗ ପାଖରୁ କିଣିଥିଲେ :

ଭଗବାନ ମହାବୀର କଲେଜ ଅଫ୍ ପୋଲିଟେକ୍ନିକରୁ ଡିପ୍ଲୋମା କରିବା ପରେ ରୁଜବେ ଅଟୋମୋବାଇଲରେ ଡିଗ୍ରୀ ହାସଲ କରିଛନ୍ତି । ସେ ଅଟୋମୋବାଇଲ କ୍ଷେତ୍ରରେ ସବୁବେଳେ କିଛି ଅଲଗା କରିବା ପାଇଁ ଚାହୁଁଥିଲେ । ସେ କହିଛନ୍ତି କି; ସେ ନିଜ ବାପାଙ୍କ ସାଙ୍ଗ ଠାରୁ ୧୩୦୦୦ ଟଙ୍କାରେ ଏକ ପୁରୁଣା ହେଣ୍ଡ ମାରୁତି ୮୦୦ କିଣିଥିଲେ, ଯାହା ଜରିଆରେ ସେ ହେମରହେଡ-୮୦୦ ସୁପର ବାଇକ ବନାଇଛନ୍ତି ।

ଆପଣଂକୁ ଜଣାଇ ଦେଉଛୁ ଯେ, ରୁଜବେ ଏହା ପୂର୍ବରୁ ସୋଲାର ବାଇକ ବି ବନାଇ ସାରିଛନ୍ତି । ସେ ନିଜର ସବୁ ଟେକନିକ୍ କୁ ପେଟେଣ୍ଟ କରି ସାରିଛନ୍ତି । ତାଙ୍କୁ ନିଜର ଏହି ନୂଆ ନୂଆ ଇନୋଭେସନ୍ ବା ଉଦ୍ଭାବନ ପାଇଁ ବହୁତ ଆୱାର୍ଡ ମିଳିଛି ।

ଆଲ-ୱିଲ ଡ୍ରାଇବ କଣ ଅଟେ ?

ଅଲ-ଭିଲ ଡ୍ରାଇବ ସବୁବେଳେ ଚାଲୁ ରହିଥାଏ । ଏଥିରେ କୌଣସି ଏକ ଚକରେ ପାୱାର ସଞ୍ଚାଳନ ହେବ । ଏହି ସବୁ ବିଷୟରେ ଜାଣିବା ପାଇଁ ଇଲେଟ୍ରୋନିକ ସେନ୍ସରର ବ୍ୟବହାର କରାଯାଏ ।