ଲିଭର୍ (ଯକୃତ) ରୋଗ ପାଇଁ ଚିନ୍ତିତ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ୫ଟି ଆୟୁର୍ବେଦିକ ଉପାୟ ।

Spread the love

ଲୋକମାନଙ୍କୁ ଆଜିକାଲିକା ସମୟରେ ଖରାପ ଖାଦ୍ୟପେୟ ଏବଂ ଅନିୟମିତ ଜୀବନଶୈଳୀ ଯୋଗୁଁ ଲିଭର୍ ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଲିଭରରେ ଏକ ଫେଟି ଲିଭରର ସମସ୍ୟା ରହିଛି, ଯଦି ଆପଣ ଫେଟି ଲିଭର୍ ସମସ୍ୟାରୁ ବଞ୍ଚିତ ରହିବାକୁ ଚାହାନ୍ତି; ତେବେ ଏଥିପାଇଁ ଆପଣଙ୍କୁ ନିଜର ଦୈନନ୍ଦିନ ଖାଦ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । କିଛି ବିଶେଷ ଖାଦ୍ୟକୁ ନିଜ ଡାଇଟରେ ସାମିଲ କରି ଫେଟି ଲିଭର୍ ସମସ୍ୟାରୁ ନିଜକୁ ସୁରକ୍ଷିତ ରଖି ପାରିବେ । ଆଜିକାର ସମୟରେ ଅଧିକାଂଶ ଲୋକ ଫେଟି ଲିଭର୍ ସମସ୍ୟାରେ ପୀଡିତ ହୁଅନ୍ତି । ଯେତେବେଳେ ଲିଭରରେ ଚର୍ବିର ମାତ୍ରା ବଢ଼ିଯାଏ, ସେତେବେଳେ ଲିଭରର କୋଷିକା ଗୁଡିକ କମ ପ୍ରଭାବିତ ହୁଏ ଏବଂ ଲିଭରର କୋଷିକା ଗୁଡିକ ଠିକ ଭାବେ କାର୍ଯ୍ୟ କରେନାହିଁ । ଫଳରେ ଲିଭରର ଆକାର ବଢ଼ିଯାଏ । ଯାହାଫଳରେ ରକ୍ତ ସଠିକ ରୂପେ ପରିଷ୍କାର ହୋଇପାରେ ନାହିଁ । ସେଥିପାଇଁ ଆପଣ ଲିଭର୍ ସମ୍ବନ୍ଧିତ ଅନେକ ରୋଗର ଶିକାର ହୋଇଥାନ୍ତି । ଫେଟି ଲିଭର୍ ଯୋଗୁଁ ମନୁଷ୍ୟର ପାଚନତନ୍ତ୍ର ମଧ୍ୟ ଖରାପ ହୋଇଯାଏ ।

ଯଦି ଆପଣ ଲିଭର୍ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି; ତେବେ ସେଥିପାଇଁ ଆପଣଙ୍କୁ ନିଜର ଦୈନନ୍ଦିନ ଖାଦ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । କିଛି ବିଶେଷ ଖାଦ୍ୟ ପଦାର୍ଥକୁ ନିଜ ଡାଇଟରେ ସାମିଲ କରି ଫେଟି ଲିଭର୍ ସମସ୍ୟାରୁ ବଞ୍ଚିତ ରହିପାରିବେ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କିଛି ଘରୋଇ ଉପାୟ କହିବୁ ଯାହାର ସହାୟତାରେ ଆପଣ ଫେଟି ଲିଭର୍ ସମସ୍ୟାରୁ ବଞ୍ଚିତ ରହିବେ ।

ଅଲସି :

ଯଦି ଆପଣଙ୍କ ଲିଭରରେ କୌଣସି ପ୍ରକାର ସମସ୍ୟା ଥାଏ; ତେବେ ଅଲସି ସେବନ କରିବା ଆପଣଙ୍କ ପାଇଁ ବହୁତ ଲାଭବାନ ହୋଇପାରେ । ଏହା ଲିଭର୍ ସମ୍ବନ୍ଧୀୟ ସମସ୍ୟା ପାଇଁ ଏକ ବିଶେଷ ଉପାୟ ବୋଲି ଆୟୁର୍ବେଦରେ କୁହାଯାଇଛି । ଆପଣ ପ୍ରତିଦିନ ଏକ ଚାମଚ ଅଲସି ପାଣି ସହିତ ସେବନ କରନ୍ତୁ, ଏହାଦ୍ୱାରା ଲିଭର୍ ଏବଂ ପାଚନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

କଲରା :

ଯଦି ଆପଣଙ୍କୁ ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାର ଅଛି; ତେବେ ନିଶ୍ଚିତ ଭାବେ କଲରା ଖାଆନ୍ତୁ । ଏହା ଦ୍ଵାରା ଆପଣଙ୍କର ପାଚନ କ୍ରିୟା ଠିକ ରହିବ ଏବଂ ସୁଗରର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ ରଖିବ । ଆପଣଙ୍କୁ ସପ୍ତାହକୁ ଅତିକମରେ ୨ ଥର କଲରା ନିଜ ଖାଦ୍ୟରେ ନିଶ୍ଚିତ ରୂପେ ବ୍ୟବହାର କରନ୍ତୁ ।

ଲେମ୍ବୁ :

ଆପଣ ଲେମ୍ବୁର ଉପଯୋଗ କରି ଲିଭର୍ ସମ୍ବନ୍ଧିତ ସମସ୍ୟା ଛଡା ଶରୀରର ଅନ୍ୟ ସମସ୍ୟା ଗୁଡିକରୁ ମଧ୍ୟ ମୁକ୍ତି ପାଇପାରିବେ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ । ଯଦି କୌଣସି ବ୍ୟକ୍ତି ଆଲକହଲ ସେବନ କରନ୍ତି; ତେବେ ସେହି ବ୍ୟକ୍ତିଙ୍କୁ ଲେମ୍ବୁ ନିଶ୍ଚିତ ଭାବେ ବ୍ୟବହାର କରିବା ଉଚିତ । ଆପଣ ପ୍ରତିଦିନ ସକାଳେ ଏକ ଗ୍ଲାସ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ । ଏହା ଦ୍ଵାରା ଫେଟି ଲିଭର୍ ସମସ୍ୟା ଦୂର ହୋଇଯିବ ।

ସେଓ ସିରକା ବା ସେଓର ଭିନେଗର :

ସେଓ ସିରକା ସେବନ କଲେ ଆମ ସ୍ୱାସ୍ଥ୍ୟକୁ ବିଶେଷ ଉପକରିତା ମିଳିଥାଏ । ଏହାର ସେବନ ଫଳରେ ଆମର ଲିଭର୍ ମଜବୁତ ହୁଏ ଏବଂ ଚର୍ବି ବଢେ ନାହିଁ । ସେଥିପାଇଁ ଆପଣ ପ୍ରତିଦିନ ଏକ ଗ୍ଲାସ ପାଣିରେ ଏକ ଚାମଚ ସିରକା ମିଶାଇ ପିଅନ୍ତୁ ।

ଗ୍ରୀନ ଟି :

ଯଦି ଆପଣ ଗ୍ରୀନ-ଟି ବ୍ୟବହାର କରନ୍ତି; ତେବେ ଏହା ଆପଣଙ୍କ ଲିଭର୍ ପାଇଁ ବହୁତ ଲାଭପ୍ରଦ ଅଟେ । ଗ୍ରୀନ-ଟି ପିଇବା ଦ୍ୱାରା ଲିଭରର ଚର୍ବି କମିବା ସହିତ ଚର୍ବିର ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଆପଣ ଦିନକୁ ଦୁଇ କପ୍ ଗ୍ରୀନ-ଟି ପିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଲିଭର୍ ସୁସ୍ଥ ରହିବ ।