ପ୍ରେମୀ ଯୁଗଳ ସାମ୍ନାସାମ୍ନି ଠିଆ ହୋଇ ଦୁହେଁ ଦୁହିଁଙ୍କୁ ଗୁଳି କରି ଆତ୍ମହତ୍ୟା କରି ନେଇଥିଲେ ।

Spread the love

ଆତ୍ମହତ୍ୟା ପୂର୍ବରୁ ଦୁହେଁ ଦେଶୀ ପିଷ୍ଟଲରେ ସୋସିଆଲ ମିଡିଆରେ ଫୋଟ ପୋଷ୍ଟ କରିଥିଲେ ।

ରାଜସ୍ଥାନର ସୀମା ଅଞ୍ଚଳର ବାଡ଼ମେର ଜିଲ୍ଲାର ଲିଲସର ଗାଁର ଏହି ଘଟଣା ।

ବାଡ଼ମେର – ଆତ୍ମହତ୍ୟା ମାମଲାରେ ବାଡ଼ମେର ଜିଲ୍ଲା ପ୍ରଦେଶର ପ୍ରଥମ ସ୍ଥାନରେ ଅଛି । ଏଠାରେ ଆତ୍ମହତ୍ୟା ଘଟଣା କୌଣସି ନୂଆ କଥା ନୁହଁ କିନ୍ତୁ ଗୁରୁବାର ଦିନ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବାର ଏକ ଚାଞ୍ଚଲ୍ୟକର ବିଷୟ ସାମ୍ନାକୁ ଆସିଥିଲା । ଯାହା ବାଡ଼ମେରରେ ପ୍ରଥମଥର ହୋଇଥିଲା । ଏହି ଘଟଣା ବାଡ଼ମେର ଜିଲ୍ଲାର ଲିଲସର ଗାଁଆର ଅଟେ, ଯେଉଁଠି ପ୍ରେମୀ ଯୁଗଳ ନିଜକୁ ଗୁଳି କରି ଆତ୍ମହତ୍ୟା କରି ନେଇଥିଲେ । ଆତ୍ମହତ୍ୟା କରିବାର ୧୦ମିନିଟ ପୂର୍ବରୁ ପ୍ରେମୀ ଯୁଗଳ ସୋସିଆଲ ମିଡିଆରେ ପରସ୍ପରର ଫୋଟ ଭାଇରଲ କରିଥିଲେ, ଯେଉଁଥିରେ ଦୁହେଁ ଦୁହିଁଙ୍କ କାନ ପାଖରେ ବନ୍ଧୁକ ରଖିଥିଲେ । ଫୋଟ ଛାଡିବାର ଠିକ ୮ ମିନିଟ ପରେ ସକାଳ ୪:୦୮ରେ ଯୁବକ ଦୁଇଟି ଅଡିଓ ମଧ୍ୟ ଛାଡିଥିଲେ । ସେଥିରେ ସେ କହିଥିଲେ ଯେ, ତାଙ୍କ ପାଇଁ ଅନ୍ୟ କାହାରିକୁ ମଧ୍ୟ ହଇରାଣ କରନ୍ତୁ ନାହିଁ । ଆତ୍ମହତ୍ୟା ପୂର୍ବରୁ ଯୁବକ ନିଜ ଭାଇକୁ ଫୋନକରି ଆତ୍ମହତ୍ୟାର ସୂଚନା ଦେବା ପରେ ଫୋନ କଲଟି କଟି ଯାଇଥିଲା । ଦ୍ଵିତୀୟଥର ଫୋନ କରିବାରୁ ଫୋନ ନ ଉଠେଇବାରୁ ଯୁବକର ଭାଇ ପୋଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ । ପରେ ପୋଲିସ ସେହି ସ୍ଥାନରେ ପହଂଚି ଦୁହିଁଙ୍କ ଶବ ପାଇଥିଲେ । ଅନ୍ୟ ପଟେ ଯୁବତୀଙ୍କ ଭାଇ ମୃତକ ଯୁବକ ସହ ଅନ୍ୟ ଦୁଇଜଣଙ୍କ ବିରୋଧରେ ବଳତ୍କାର ପରେ ହତ୍ୟା କରିବାର ମାମଲା ଲେଖିଥିଲେ ।

ଏସପି ଶଶୀ ଡୋଗରା ଡୁଡି କହିଥିଲେ ଯେ, ଚୌହଟନ ଥାନା ଅନ୍ତର୍ଗତ ଲିଲସର ଗାଁରେ ଏକ ପ୍ରେମୀ ଯୁଗଳ ନିଜକୁ ପିଷ୍ଟଲ ଦ୍ଵାରା ଗୁଳି କରି ଆତ୍ମହତ୍ୟା କରି ନେଇଥିଲେ । ଲିଲସର ନିବାସୀ ଶଙ୍କର ଲାଲଙ୍କ ପୁତ୍ର ଭମ୍ବରଲାଲ ଏବଂ ମୁଢଣ ସେ ତାର ପ୍ରେମିକା ଏକ ନିଛାଟିଆ ସ୍ଥାନକୁ ଯାଇ ଗୁରୁବାର ଦିନ ଭୋର ୪:୧୫ ସମୟରେ ଦୁହେଁ ଦୁହିଁଙ୍କୁ ଗୁଳି କରି ଆତ୍ମହତ୍ୟା କରି ନେଇଥିଲେ । ଘଟଣାର ସୂଚନା ଦେଇ ଚୌହଟନ ଏସଡିଏମ, ଥାନାଅଧିକାରୀ ସହିତ ପୋଲିସ ମୃତ୍ୟୁସ୍ଥଳରେ ପହଞ୍ଚିଥିଲେ ଏବଂ ଶବ ପାଇଥିଲେ । ଶବଦ୍ଵୟକୁ ଚୌହଟନ ସିଏଚସିରେ ବ୍ୟବଛେଦ ପାଇଁ ପଠାଇ ଥିଲେ । ଶବ ବ୍ୟବଛେଦ ପରେ ଜଣା ପଡିଥିଲା ଯେ, ଗୁଳି ଯୁବକର ଗୋଟେ କାନରୁ ଅନ୍ୟ କାନକୁ ଚାଲି ଯାଇଥିବା ବେଳେ ଯୁବତୀର ମସ୍ତିଷ୍କ ଭିତରେ ଗୁଳି ଅଟକି ଯାଇଛି । ଘଟଣାରୁ ଜଣାପଡିଛି ଯୁବତୀ ଜଣଙ୍କ ବିବାହିତ ଥିଲେ ଏବଂ ଦୁଇ ମାସ ପୂର୍ବରୁ ଯୁବତୀଙ୍କର ବିବାହ ହୋଇ ଯାଇଥିଲା । ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ସମ୍ପର୍କ ଚାଲି ଆସିଥିଲା । ଏହାକୁ ନେଇ ଉଭୟଙ୍କ ପକ୍ଷରୁ ଏହାକୁ ଅଟକାଇବା ପାଇଁ ସ୍ପଷ୍ଟିକରଣ ବୁଝାମଣା ହୋଇଥିଲା ।

ଏହା ଆତ୍ମହତ୍ୟା ନୁହେଁ ବରଂ ବଳତ୍କାର ପରେ ହତ୍ୟା କରାଯାଇଛି :

ଚୌହଟନ ଥାନାରେ ଯୁବତୀଙ୍କ ଭାଇ ରେପୋର୍ଟ ଲେଖାଇ କହିଥିଲେ, ତାଙ୍କର ୧୮ବର୍ଷୀୟ ଭଉଣୀକୁ ଶଙ୍କର ଲାଲଙ୍କ ପୁତ୍ର ଭମ୍ବର ଲାଲ ଏବଂ ମୁଲା ରାମଙ୍କର ପୁତ୍ର ହରଦାରାମ ଯୌନ ଶୋଷଣ କରୁଥିଲେ । ପିଷ୍ଟଲ ମୁନରେ ବାରମ୍ବାର ବଳତ୍କାର କରୁଥିଲେ । ବୁଧବାର ଦିନ ରାତିରେ ଏହି ଅପରାଧି ଆସି ତାଙ୍କ ଭଉଣୀ ଉପରେ ଅନୈତିକ ଚାପ ପକାଇ ଘରୁ ବାହାରକୁ ନେଇ ଯାଇଥିଲେ । ବାଇକରେ ବସାଇ ଘରଠାରୁ ଦୂରକୁ ନେଇ ଯାଇଥିଲେ । ଏହାପରେ ଶଙ୍କର ବ୍ୟତୀତ ଅନ୍ୟ ଦୁଇ ଯୁବକ ମଦ୍ୟପାନ କରିବାକୁ ଲାଗିଲେ । ତାଙ୍କ ଭଉଣୀକୁ ମଦ୍ୟ କିମ୍ବା ଅନ୍ୟ କୌଣସି ନିଶା ପର୍ଦାଥ ପିଆଇ ସମସ୍ତେ ବଳତ୍କାର କରିଲେ । ଏହା ପରେ ଯୁବତୀଙ୍କୁ ଗୁଳିମାରି ହତ୍ୟା କରି ଦେଇଥିଲେ । ଅନ୍ୟପଟେ ଯୁବକଙ୍କ ପିତା ଭମ୍ବରଲାଲ ପୋଲିସକୁ ରେପୋର୍ଟ ଦେଇ କହିଥିଲେ ଯେ, ତାଙ୍କୁ ଗୁରୁବାର ଦିନ ସକାଳ ସମୟରେ ତାଙ୍କ ପୁତ୍ର ଏବଂ ତା ସହିତ ଏକ ଯୁବତୀର ଶବ ଶ୍ମଶାନ ନିକଟରେ ପଡିଥିବାର ସୂଚନା ମିଳିଥିଲା । ଏହାପରେ ସେ ଯାଇ ଦେଖିଲେ ଯେ, ଉଭୟଙ୍କ ହାତରେ ପିଷ୍ଟଲ ଥିଲା । ଶଙ୍କର ଏବଂ ଯୁବତୀ ଜଣଙ୍କ ପିଷ୍ଟଲ ମାଧ୍ୟମରେ ଆତ୍ମହତ୍ୟା କରିଥିଲେ ।

ବନ୍ଧୁମାନଙ୍କ ସହ ଯୁବକଜଣଙ୍କ ବାଛଡାଉ ହୋଟେଲରେ ଖାଇଥିଲେ :

ଯୁବକ ଶଙ୍କରଲାଲ ଆତ୍ମହତ୍ୟା ପୂର୍ବରୁ ବୁଧବାର ସନ୍ଧ୍ୟାରେ ବାଛଡାଉ ଗ୍ରାମର ଏକ ହୋଟେଲରେ ନିଜ ବନ୍ଧୁମାନଙ୍କ ସହ ଭୋଜନ କରିଥିଲେ । ୯:୩୦ ରୁ ୧୦ ଭିତରେ ସେମାନେ ସେଠାରୁ ବାହରି ଯାଇଥିଲେ । ସେଠାରୁ ଶଙ୍କରଲାଲ ସିଧା ଯୁବତୀଙ୍କ ଘରକୁ ଚାଲି ଯାଇଥିଲେ । ଏଠାରୁ ସେ ଯୁବତୀଙ୍କୁ ଫୋନ କରି ବାହାରକୁ ଡାକିଥିଲେ ଏବଂ ଉଭୟ ଲିଲସର ଗ୍ରାମର ଏକ କୋଠରୀକୁ ଯାଇଥିଲେ । ସେଠାରୁ ପୋଲିସକୁ ଏକ ଚୁଡି ଏବଂ କଙ୍ଗଣ ମିଳିଥିଲା । ସେଠାରୁ ୨୦୦-୩୦୦ ମିଟର ଦୂରରେ ଥିବା ଏକ କ୍ଷେତକୁ ଗଲେ । ସେଠାରୁ ପୋଲିସକୁ ଦୁହିଁଙ୍କ ଶବ, ଦୁଇଟି ପିଷ୍ଟଲ, ମଦ ବୋତଲ ଏବଂ ପାଣି ବୋତଲ ମିଳିଥିଲା ।

୧୫ଟି ଫୋଟ, ୬ଟି ଭିଡ଼ିଓ ଏବଂ ୩ଟି ଅଡ଼ିଓ ଭାଇରଲ କରିଥିଲେ :

ଶଙ୍କର ଘଟଣାକୁ ସଂପୂଣ୍ଣ କରିବା ପୂର୍ବରୁ ୧୫ଟି ଫୋଟ, ୬ଟି ଭିଡ଼ିଓ ଏବଂ ୩ଟି ଅଡ଼ିଓ ଏକ ଗ୍ରୁଫରେ ଭାଇରଲ କରିଥିଲେ । ଏହି ଗ୍ରୁଫରେ ଶଙ୍କରର ଭାଇ ମଧ୍ୟ ଥିଲେ । ୩:୫୮ରେ ଫୋଟ ଏବଂ ଭିଡ଼ିଓ ଛାଡିଲେ, ୪:୦୬ରେ ୧୨ସେକେନ୍ଟର ଏକ ଅଡ଼ିଓ ସହ ଏକସେକେନ୍ଟର ଦ୍ଵିତୀୟ ଅଡ଼ିଓ ଏବଂ ତୃତୀୟଟି ୪ସେକେଣ୍ଡର ଅଡ଼ିଓକୁ ୪:୦୭ରେ ଛାଡିଥିଲେ ।

ଭାଇକୁ ଫୋନ କରି କହିଲେ, ଆମେ ଆତ୍ମହତ୍ୟା କରିବାକୁ ଯାଉଛୁ :

ଯେଉଁ ଗ୍ରୁଫରେ ଆତ୍ମହତ୍ୟା ପୂର୍ବରୁ ଶଙ୍କର ଫୋଟ, ଭିଡ଼ିଓ ଏବଂ ଅଡ଼ିଓ ଛାଡିଥିଲେ, ସେହି ଗ୍ରୁଫରେ ଶଙ୍କରଙ୍କ ଭାଇ ଧର୍ମାଲଲ ମଧ୍ୟ ଥିଲେ । ଧର୍ମାଲଲ ଗାଡି ଚଳାନ୍ତି । ଯେତେବେଳେ ଶଙ୍କର ଗ୍ରୁଫରେ ଫୋଟ ଛାଡିଥିଲେ, ତାଙ୍କ ଭାଇ ଏକ ଅଡ଼ିଓ ଛାଡି ଏପରି କରିବାକୁ ମନା କରିଥିଲେ । ଏହାପରେ ଶଙ୍କର ଧର୍ମାରାମଙ୍କୁ ଫୋନ କରି ଆତ୍ମହତ୍ୟା କରିବାର ସୂଚନା ଦେଲେ ଏବଂ ପରେ ଶଙ୍କର ଫୋନ ଉଠାଇଲେ ନାହିଁ ।

ଜାଲୋରରୁ ଶଙ୍କର ଦଶ ଦିନ ପୂର୍ବରୁ ଘରକୁ ଆସିଥିଲା, ସେ ଏକ କମଠା ଠିକାଦାର ଥିଲା :

ଶଙ୍କର କମଠା ଠିକାଦାର ଥିଲା । ସିମେଣ୍ଟ, ପ୍ଲାଷ୍ଟର ଏବଂ ରାଜମେସ୍ତ୍ରୀ କାମ କରୁଥିଲା । ଜାଲୋରରେ ଠିକାଦାରୀ କାମ କରୁଥିଲା । ଦୁଇ ମାସ ପର୍ଯ୍ୟନ୍ତ ସେ ସେଠାରେ ଥିଲା ଏବଂ ଦଶ ଦିନ ପୂର୍ବରୁ ଲିଲସରକୁ ଆସିଥିଲା ।