ଏହି ୨ଟି ଜିନିଷ ଖାଇବା ଦ୍ୱାରା ହାଡ଼ଗୁଡିକ ଭିତରରୁ ଫମ୍ପା ହୋଇଯାଏ, ପ୍ରଥମଟିକୁ ସମସ୍ତେ ଖାଆନ୍ତି ।

Spread the love

ଆଜିକାଲି ଖାଇବା ପିଇବାକୁ ନେଇ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ପ୍ରକାରର ସମସ୍ୟା ଉତ୍ପନ୍ନ ହେଉଛି । ଆପଣଙ୍କୁ କହି ରଖୁଛି ଯେ, ଆମେ ଖାଉଥିବା ଖାଦ୍ୟରେ ଏମିତି ଅନେକ ପ୍ରକାର ଜିନିଷ ରହିଛି; ଯାହା ଆମ ସ୍ୱାସ୍ଥ୍ୟକୁ ବହୁତ କ୍ଷତି ପହଞ୍ଚାଇ ଥାଏ କିନ୍ତୁ ଏବିଷୟରେ ଆମର ଜ୍ଞାନ ନ ଥିବା ଯୋଗୁଁ ଆମେ ସେହି ଜିନିଷକୁ ସବୁ ଦିନେ ବ୍ୟବହାର କରୁଛୁ । ଯାହାଫଳରେ ସେହି ଜିନିଷଗୁଡିକ ଦିନକୁ ଦିନ ଆମ ଶରୀରକୁ କ୍ଷତି ପହଞ୍ଚାଇ ଚାଲିଥାଏ । ଏହି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ସେହି ଜିନିଷ ଗୁଡ଼ିକ ବିଷୟରେ କହିବୁ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ଏବଂ ଆପଣଙ୍କୁ ସେହି ଜିନିଷ ବିଷୟରେ କିଛି ଜଣା ହିଁ ନାହିଁ । ତେବେ ଆସନ୍ତୁ ଜାଣିବା :

ଏମିତି ପରିସ୍ଥିତିରେ ଯଦି ଆପଣ ସେହି ସବୁ ଜିନିଷ ବିଷୟରେ ଜାଣିଯିବେ, ତେବେ ଆଉ ସେ ଜିନିଷକୁ କଦାପି ଖାଇବେ କରିବେ ନାହିଁ । ଆଜି ଆମେ ଆପଣଙ୍କୁ ଯେଉଁ ସବୁ ଜିନିଷ ବିଷୟରେ କହିବାକୁ ଯାଉଛୁ; ସେଗୁଡିକୁ ଖାଇଲେ ଆପଣଙ୍କ ଶରୀରର ହାଡ଼ଗୁଡିକ ଫମ୍ପା ହୋଇ ଯାଇଥାଏ । ଶରୀରର ହାଡ଼ ଫମ୍ପା ହେବ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

୧. ଯଦି ଖାଦ୍ୟରେ (ତରକାରୀ) ଲୁଣ ପଡିନଥିବା ତେବେ ଖାଦ୍ୟର ସ୍ୱାଦ ଜଣା ପଡେନାହିଁ ଏବଂ ବିନା ଲୁଣରେ କିଏ ଖାଦ୍ୟ ଖାଇପାରନ୍ତି ନାହିଁ । କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି; ଯେଉଁମାନେ କି ଖାଦ୍ୟରେ ଲୁଣ ଲାଗିଥିଲେ ମଧ୍ୟ ଉପରେ ଆହୁରି ଲୁଣ ପକେଇ ଖାଇବାକୁ ପସନ୍ଦ କରନ୍ତି । ପ୍ରକୃତରେ ଏଗୁଡିକ ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ଏମିତିରେ ସେମାନେ ଆବଶ୍ୟକତାରୁ ଅଧିକ ଲୁଣ ଖାଆନ୍ତି । ଗୋଟିଏ ଦୃଷ୍ଟିରୁ ଲୁଣ ଠିକ ପରିମାଣରେ ଖାଇବା ଲାଭବାନ ହୋଇଥାଏ ।

କିନ୍ତୁ ଆବଶ୍ୟକ ଠାରୁ ଅଧିକ ଲୁଣ ବ୍ୟବହାର କଲେ ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ । ପ୍ରକୃତରେ ଯେଉଁମାନେ ଖାଦ୍ୟ ଉପରେ ଲୁଣ ବ୍ୟବହାର କରନ୍ତି, ସେମାନଙ୍କ ଶରୀରରୁ କ୍ୟାଲସିୟମ ପରିସ୍ରାରେ ଚାଲିଯାଏ । ତେଣୁ ଲୁଣ ସଠିକ ମାତ୍ରରେ ବ୍ୟବହାର କରିବା ଲାଭବାନ ହୋଇଥାଏ ।

୨. ଯେଉଁମାନେ ମାଂସ ଖାଆନ୍ତି; ସେମାନଙ୍କୁ ଛେଳି ମାଂସ ଅଧିକ ପସନ୍ଦ ଏବଂ ଅନେକ ଲୋକ ଭାବନ୍ତି ଛେଳି ମାଂସ ଶରୀର ପାଇଁ ବହୁତ ଉପଯୋଗୀ । କିନ୍ତୁ ଶାସ୍ତ୍ର ଅନୁସାରେ କହିବା ଯଦି ଜୀଵ ହତ୍ୟା କରିବା ମହାପାପ । ଏମିତି ତ ଯଦି ଆପଣ ଛେଳି ମାଂସ ଖାଉଛନ୍ତି; ତେବେ ସଂକ୍ରମଣ ହେବାର ଭୟ ଥାଏ ଏବଂ ଆପଣଙ୍କ ହାଡ଼କୁ ମଧ୍ୟ ଦୁର୍ବଳ କରିଦିଏ ।

ଯାହାଫଳରେ ଆପଣଙ୍କ ଶରୀର ଧୀରେ ଧୀରେ ଦୁର୍ବଳ ହୋଇଯିବ । କାରଣ ମନୁଷ୍ୟର ଶରୀର ହାଡ଼ର ସାହାରରେ ଗଢ଼ା ହୋଇଥାଏ ଏବଂ ଯେତେବେଳେ ହାଡ଼ ହିଁ ଦୁର୍ବଳ ହୋଇଯିବ; ତେବେ ଆପଣଙ୍କ ଶରୀର କେଉଁ କାମ ପାଇଁ ରହିବ । ଏହାଛଡା ଧୂମ୍ରପାନ ଓ ତମ୍ବାଖୁ ଇତ୍ୟାଦି ଖାଇବା ଦ୍ୱାରା ମଧ୍ୟ ଶରୀରର ହାଡ଼ ଦୁର୍ବଳ ହୋଇଯାଇଥାଏ ଏବଂ ଏହା ସହିତ ଫୁସଫୁସରେ କ୍ୟାନସର ହେବା ଯୋଗୁଁ ମୃତ୍ୟୁ ହେବାର ଭୟ ମଧ୍ୟ ରହିଥାଏ ।

ସେଥିପାଇଁ ଯଦି ଆପଣ ଏହିସବୁ ଉତ୍ପାଦକୁ ବ୍ୟବହାର କରୁଛନ୍ତି; ତେବେ ଆଜିଠାରୁ ଏସବୁକୁ ତ୍ୟାଗ କରିଦିଅନ୍ତୁ । କାରଣ ଜୀବନ ଓ ଶରୀର ଠାରୁ ଆଉ କିଛି ବଡ଼ ନାହିଁ ।ଏହାଛଡା ଯେତେ ସମ୍ଭବ ତମ୍ବାଖୁ ଠାରୁ ସେତେ ଦୂରରେ ରୁହନ୍ତୁ ।