ବଲିଉଡ଼ର ସବୁଠାରୁ ହଟ ଷ୍ଟାର କିଡ ହେଉଛନ୍ତି ଭାଗ୍ୟଶ୍ରୀଙ୍କ ଝିଅ ଅବନ୍ତିକା, ବୟଫ୍ରେଣ୍ଡଙ୍କ ସହିତ ଫସି ଯାଇଥିଲେ ବିବାଦରେ ।

Spread the love

ଭାଗ୍ୟଶ୍ରୀଙ୍କ ଝିଅ ଅବନ୍ତିକାଙ୍କ ଗୋପନୀୟ କଥା ବିଷୟରେ ଆପଣମାନେ ଜାଣି ନଥିବେ ।

“ମେନେ ପ୍ୟାର କିୟା” ଚଳଚ୍ଚିତ୍ରରୁ ଦର୍ଶକ ମାନଙ୍କ ହୃଦୟରେ ଘର କରିଥିବା ଭାଗ୍ୟଶ୍ରୀ ୯୦ ଦଶକର ଜଣେ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ଭାଗ୍ୟଶ୍ରୀ କମ ଚଳଚ୍ଚିତ୍ରରେ ନଜର ଆସିଥିଲେ ତଥାପି ତାଙ୍କୁ ବେଶି ଲୋକପ୍ରିୟତା ମିଳିଥିଲା । କିନ୍ତୁ ଆଜି ଆମେ ଆପଣଙ୍କୁ ଭାଗ୍ୟଶ୍ରୀ ବିଷୟରେ ନୁହେଁ ବରଂ ତାଙ୍କ ଝିଅ ଅବନ୍ତିକା ଦସାନୀଙ୍କ ବିଷୟରେ କହିବାକୁ ଯାଉଛୁ । ଭାଗ୍ୟଶ୍ରୀ ୧୯୯୦ ମସିହାରେ ତେଲୁଗୁ ଚଳଚ୍ଚିତ୍ରର ଅଭିନେତା ହିମାଳୟ ଦସାନୀଙ୍କ ସହିତ ବିବାହ କରିଥିଲେ । ଏହି ବିବାହରୁ ତାଙ୍କର ଦୁଇଟି ଶିଶୁ ଜାତ ହେଲେ ସେମାନଙ୍କ ମଧ୍ୟରୁ ତାଙ୍କ ପୁଅଙ୍କ ନାମ ଅଭିମନ୍ୟୁ ଓ ଝିଅଙ୍କ ନାମ ଅବନ୍ତିକା ଅଟେ । ଅବନ୍ତିକା ତାଙ୍କ ମାଆ ଭାଗ୍ୟଶ୍ରୀଙ୍କ ପରି ହିଁ ବହୁତ ସୁନ୍ଦର ଦେଖାଯାନ୍ତି । ମିଡିଆ ସୂତ୍ରରୁ ଜଣାପଡ଼ିଛି ଯେ, ଆଗାମୀ ସମୟରେ ସେ ଶୀଘ୍ର ହିଁ ଚଳଚ୍ଚିତ୍ର ଜଗତରେ ପାଦ ରଖିବାକୁ ଯାଉଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଭାଗ୍ୟଶ୍ରୀଙ୍କ ଗେହ୍ଲା ଝିଅଙ୍କ ବିଷୟରେ କିଛି କଥା କହିବାକୁ ଯାଉଛୁ ।

ଭାଗ୍ୟଶ୍ରୀଙ୍କ ଝିଅ ଅବନ୍ତିକା କିଛି ଏପରି ଅଟନ୍ତି :

ଅବନ୍ତିକାଙ୍କ ଜନ୍ମ ୧୯୯୫ ମସିହା ଜାନୁୟାରୀରେ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କୁ ୨୪ ବର୍ଷ ହୋଇଛି । ଅବନ୍ତିକାଙ୍କ ଉଚ୍ଚତା ୫ ଫୁଟ ୬ ଇଞ୍ଚ ଅଟେ ଓ ଓଜନ ୫୦ କିଲୋ ଅଟେ । ଅବନ୍ତିକାଙ୍କ ଫିଗର ୨୮-୨୪-୩୦ ଅଟେ । ଅବନ୍ତିକା ଗୋଟିଏ ସାଧାରଣ ପରିବାରର ଅଟନ୍ତି । ତାଙ୍କୁ ନାଚିବା ଓ ବୁଲିବାକୁ ବହୁତ ଭଲ ଲାଗେ ।

ଶିକ୍ଷା ବିଷୟରେ ଆଲୋଚନା କରିବାକୁ ଗଲେ, ସେ ଲଣ୍ଡନର କାସ ବିଜନେସ ସ୍କୁଲରେ (Cass Business School) ମାର୍କେଟିଂ ଓ ବିଜନେସର ଡିଗ୍ରୀ ହାସଲ କରିଛନ୍ତି । ଏହା ଲଣ୍ଡନର ସବୁଠାରୁ ବଡ଼ ଓ ପ୍ରସିଦ୍ଧ ବିଜନେସ ସ୍କୁଲ ଅଟେ । ଅବନ୍ତିକାଙ୍କ ପ୍ରିୟ ଖାଦ୍ୟ କପ କେକ ଅଟେ ଓ ତାଙ୍କର ପ୍ରିୟ ରଙ୍ଗ ଧଳା ଏବଂ ହଳଦିଆ ଅଟେ । ତାଙ୍କୁ ଫ୍ରାନ୍ସ ଓ ପ୍ୟାରିସରେ ଛୁଟି କାଟିବାକୁ ବହୁତ ଭଲ ଲାଗେ । ସୂତ୍ରରୁ ଜଣାପଡ଼ିଛି ଯେ, ସେ ଅନୁ ମଲ୍ଲିକଙ୍କ ପୁଅ ଅରମାନ ମଲ୍ଲିକଙ୍କୁ ଡେଟ କରୁଛନ୍ତି ।

ବାଲ୍ୟ କାଳରେ ଦେଖା ଯାଉଥିଲେ ମାଆଙ୍କ ଭଳି :

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବାଲ୍ୟ କାଳରେ ଭାଗ୍ୟଶ୍ରୀ ଓ ଅବନ୍ତିକା ଦୁହେଁ ସମ୍ପୂର୍ଣ୍ଣ ଏକା ପରି ଦେଖା ଯାଉଥିଲେ । ଏହା ଦୁଇ ଜଣଙ୍କ ଛୁଆ ବେଳର ଫୋଟୋ ଅଟେ ଯେଉଁଠାରେ କି ଦୁହେଁ ସମ୍ପୂର୍ଣ୍ଣ ଏକା ପରି ଦେଖା ଯାଉଥିଲେ । ଅବନ୍ତିକା ଓ ଭାଗ୍ୟଶ୍ରୀଙ୍କ ସମ୍ପର୍କ ଦୁଇ ବନ୍ଧୁ ଭଳି ଅଟେ । ଏହି ଦୁଇଜଣଙ୍କୁ ଏକା ସାଥିରେ ବୁଲିବାକୁ ବହୁତ ଭଲ ଲାଗେ ।

ଅବନ୍ତିକା ନିଜ ମାଆଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଅନେକ ଥର ଦୃଶ୍ୟମାନ ହୋଇଛନ୍ତି । କେତେଲୋକ ତାଙ୍କୁ ଏବେଠାରୁ ବଲିଉଡ଼ର ସବୁଠାରୁ ହଟ ଷ୍ଟାର କିଡ ବୋଲି ମଧ୍ୟ କହୁଛନ୍ତି । ଜଣାଇ ଦେଉଛୁ ଯେ, ଅବନ୍ତିକାଙ୍କ ବଡ଼ ଭାଇ ଅର୍ଥାତ ଭାଗ୍ୟଶ୍ରୀଙ୍କ ପୁଅ ‘ମର୍ଦ କୋ ଦର୍ଦ ନହିଁ ହୋତା’ ଜରିଆରେ ବଲିଉଡ଼ରେ ଆଗମନ କରି ସାରିଛନ୍ତି । ଏବେ ଏମିତିରେ କୁହାଯାଉଛି ଯେ, ଅବନ୍ତିକା ମଧ୍ୟ ଶୀଘ୍ର ହିଁ ଆଗାମୀ ସମୟରେ ଚଳଚ୍ଚିତ୍ରରେ ନଜର ଆସି ପାରନ୍ତି । ଲୁକ ଓ ଫିଗର ବିଷୟରେ କହିବାକୁ ଗଲେ ସେ ଚଳଚ୍ଚିତ୍ର ଗୁଡ଼ିକ ପାଇଁ ପୂରାପୂରି ଫିଟ ରହିଛନ୍ତି ।

ଏହି ଫୋଟୋଗୁଡ଼ିକ ପାଇଁ ସେ ଘେରି ଯାଇଥିଲେ ବିବାଦରେ :

୨୦୧୬ ମସିହାରେ ଅବନ୍ତିକାଙ୍କ ଗୋଟିଏ ଫୋଟୋରୁ ବହୁତ ବିବାଦ ଉପୁଜିଥିଲା । କାରଣ ଏହି ଫୋଟୋରେ ସେ ଅନୁ ମଲ୍ଲିକଙ୍କ ପୁଅ ଅରମାନ ମଲ୍ଲିକଙ୍କ ସହିତ ଆଲିଙ୍ଗନ କରିଥିବାର ନଜର ଆସିଥିଲେ । ବିବାଦ ପରେ ଅବନ୍ତିକା ଏହି କଥା ସ୍ଵୀକାର କଲେ ଯେ, ସେ ଅରମାନ ମଲ୍ଲିକକୁ ଡେଟ କରୁଛନ୍ତି । କିନ୍ତୁ ପରେ ତାଙ୍କ ମାଆ ଭାଗ୍ୟଶ୍ରୀ ଏହି ମାମଲାକୁ ଥଣ୍ଡା କରିବାକୁ ଚେଷ୍ଟା କରିଥିଲେ । ସେ କହିଥିଲେ ଯେ, ଅବନ୍ତିକା ନିଜ ସାଙ୍ଗମାନଙ୍କ ସହିତ ମଜା କରୁଥିଲେ । କିନ୍ତୁ ଅବନ୍ତିକାଙ୍କ ପିତା ଏହି ଫୋଟୋ ଗୁଡ଼ିକ ଭାଇରଲ ହେବା ପରେ ବହୁତ ରାଗିଯାଇ ଥିଲେ ।