ବଲିଉଡର ସବୁଠାରୁ ମହଙ୍ଗା ବିବାହ ବିଛେଦ, ୨ ନମ୍ବରକୁ ୪୦୦ କୋଟି ଟଙ୍କା ଦେବାକୁ ପଡିଥିଲା ।

Spread the love

ବିବାହ ଠାରୁ ମଧ୍ୟ ଅଧିକ ମହଙ୍ଗା ବିବାହ ବିଛେଦ ହୋଇଥିଲା, କୋଟି କୋଟି ଟଙ୍କାର କ୍ଷତିଭରଣ କରିବାକୁ ପଡିଥିଲା ।

ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରେମ, ବିବାହ ଏବଂ ଛାଡ଼ପତ୍ର ଏପରି ଜିନିଷ ରହିଛି, କେଉଁ ବି କଳାକାରକୁ ଭୋଗିବା ପାଇଁ ବହୁତ ସମୟ ଲାଗିନଥାଏ । ବଲିଉଡର ଏପରି ବହୁତ ଯୋଡ଼ି ବିଷୟରେ ଆମେ ଆପଣଙ୍କୁ କହିଥିଲୁ, ଯେଉଁମାନେ ପ୍ରେମ କରନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ବିବାହ ଏବଂ କିଛି ବର୍ଷ ପରେ ପରସ୍ପରକୁ ଛାଡ଼ପତ୍ର ଦେଇଥାନ୍ତି । ଏହି ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଲୋକ ଅଛନ୍ତି; ଯେଉଁମାନେ ନିଜର ବହୁ ବର୍ଷ ପୁରୁଣା ସମ୍ପର୍କକୁ ଭାଙ୍ଗି ଦେଇଥାନ୍ତି । ଯଦି ଆମେ ବର୍ତ୍ତମାନ ଦିନ ମାନଙ୍କରେ ଚର୍ଚ୍ଚାରେ ଥିବା ଆରବାଜ ଏବଂ ମଲାଇକା ଆରୋଡାଙ୍କ ଯୋଡି ବିଷୟରେ କଥା ହେବା ତାହା ହେଲେ ସେମାନେ ନିଜ ବିବାହର ୧୩ବର୍ଷ ପରେ ପରସ୍ପର ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।

ଆମେ ଆପଣଙ୍କୁ ଆମର ଏକ ରିପୋର୍ଟରେ କହିଥିଲୁ ଯେ, ଟିଭି କଳାକାର ବିବିୟନ ଡିସେନା ଏବଂ ତାଙ୍କ ପତ୍ନୀ ବାହବୀଜ ଦୋରାବାଜି ମଧ୍ୟ ପରସ୍ପର ଠାରୁ ଛାଡ଼ପତ୍ର ନେଉଛନ୍ତି । ସେମାନେ ଅଳ୍ପ ସମୟ ପାଇଁ ଏକାଠି ଥିଲେ କିନ୍ତୁ ଏପରି ଖବର ଆସିଛି ଯେ, ବାହବୀଜ ଛାଡ଼ପତ୍ର ନେବା ବାବଦରେ ବିବିୟନଙ୍କ ଠାରୁ ଦୁଇ କୋଟିର କ୍ଷତିଭରଣ ମାଗିଥିଲେ ବୋଲି ତାଙ୍କର ଖବର ଅଧିକ ଚର୍ଚ୍ଚାରେ ଅଛି । ଯେତେବେଳେ ଏହି ଖବର ମିଡ଼ିଆରେ ଆସିଲା, ସେତେବେଳେ ଏହି ବିଷୟ ଉପରେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ, ‘ଏକ ପତ୍ନୀର ଅଧିକାର ଥାଏ ଯେ, ସେ ନିଜ ପତିର ସମ୍ପତ୍ତିରୁ ୨୦ ପ୍ରତିଶତ ଭାଗ ମାଗିପାରିବ । ମୁଁ କଣ ମାଗିଛି ଏହି ବିଷୟରେ କିଛି କହିବାକୁ ଚାହେଁ ନାହିଁ । ମୁଁ ଏହି ପ୍ରକାରର ରି-ଏକ୍ସନ ପାଇଁ ଆଶ୍ଚର୍ଯ୍ୟ ଅଟେ ଯେପରି ଛାଡ଼ପତ୍ର ନେବାରେ ଆମେ ପ୍ରଥମ ସେଲିବ୍ରିଟି ଅଟୁ । ଲୋକେ କ୍ଷତିଭରଣକୁ ନେଇ ଏତେ ଆଶ୍ଚର୍ଯ୍ୟ କାହିଁକି ? ଏହି ସମୟ ଆମ ଦୁହିଁଙ୍କ ପାଇଁ କଷ୍ଟକର ଅଟେ ।”

ଖବର ଅନୁସାରେ ବଲିଉଡରେ ଏହା ପୂର୍ବରୁ ମଧ୍ୟ କ୍ଷତିଭରଣ ପାଇଁ ଅତ୍ୟଧିକ ଟଙ୍କା ଦେବାକୁ ପଡିଥିଲା । ଆମେ ଆଜି ବଲିଉଡର ସବୁଠାରୁ ମହଙ୍ଗା ବିବାହ ବିଚ୍ଛେଦ ବିଷୟରେ ଆପଣଙ୍କୁ ଜଣାଇବୁ ।

ସେଫ ଅଲ୍ଲୀ ଖାନ ଓ ଅମୃତା ସିଂ :

ସେଫ ଏବଂ ଅମୃତାଙ୍କର ପ୍ରେମ ବିବାହ ହୋଇଥିଲା । ଅମୃତାଙ୍କ ବୟସ ସେଫଙ୍କ ଠାରୁ ବଡ଼ ଥିବା ଯୋଗୁଁ ନିଜ ପରିବାର ଅନିଚ୍ଛା ସତ୍ତ୍ୱେ ସେ ବିବାହ କରିଥିଲେ, ଯାହା ଲୋକଙ୍କ ପାଇଁ ବହୁତ ଅସାମାନ୍ୟ ଲାଗୁଥିଲା । କିନ୍ତୁ ସେଫ, ଅମୃତାଙ୍କ ପ୍ରେମରେ ସମ୍ପୂର୍ଣ ରୂପେ ପାଗଳ ଥିଲେ ଯାହା ଫଳରେ ସେଫ ୧୯୯୧ ମସିହାରେ ଅମୃତାଙ୍କ ସହ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇଥିଲା କିନ୍ତୁ ବିବାହର ୧୩ବର୍ଷ ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଖବର ଅନୁସାରେ ସେଫ କ୍ଷତିଭରଣ ପାଇଁ ଅମୃତାଙ୍କୁ ପାଞ୍ଚ କୋଟି ଦେଇଥିଲେ ।

ହ୍ରିତିକ ରୋଶନ ଏବଂ ସୁଜେନ :

ହ୍ରିତିକ ରୋଶନ ଏବଂ ସୁଜେନଙ୍କର ପ୍ରେମ ବିବାହ ହୋଇଥିଲା । ରିତିକ ଏକ ପାର୍ଟିରେ ସୁଜେନଙ୍କୁ ଦେଖି ନିଜ ହୃଦୟ ଦେଇଥିଲେ । ଯାହା ପରେ ୨୦୦୦ ମସିହାରେ ଉଭୟ ବିବାହ କରିଥିଲେ । କିନ୍ତୁ ବିବାହର ୧୩ବର୍ଷ ପରେ ଉଭୟ ପରସ୍ପର ଠାରୁ ଅଲଗା ହେବାର ନିଷ୍ପତ୍ତି ନେଲେ ଏବଂ ୨୦୧୩ ମସିହାରେ ଉଭୟ ଛାଡ଼ପତ୍ର ନେଲେ । ଖବର ଅନୁସାରେ ହ୍ରିତିକ କ୍ଷତିଭରଣ ପାଇଁ ସୁଜେନଙ୍କୁ ୪୦୦ କୋଟି ଦେଇଥିଲେ ।

ପ୍ରଭୁ ଦେବା ଏବଂ ରାମଳତା :

ପ୍ରଭୁଦେବା ବଲିଉଡର ଟପ କୋରିଓଗ୍ରାଫର ଅଟନ୍ତି । ଖବର ଅନୁସାରେ ପ୍ରଭୁଦେବା ମଧ୍ୟ ନିଜର ପ୍ରେମ ଜୀବନ ପାଇଁ ଚର୍ଚ୍ଚାରେ ଥିଲେ । ଖବର ଅନୁଯାୟୀ ପ୍ରଭୁଦେବାଙ୍କର ଦକ୍ଷିଣ ଭାରତୀୟ ଫିଲ୍ମର ମାନ୍ୟଗଣ୍ୟ ଅଭିନେତ୍ରୀ ନାୟନ ତାରାଙ୍କ ସହ ଅବୈଧ ସମ୍ପର୍କ ଚାଲିଥିଲା, ଉଭୟ ଏକାଠି ରହୁଥିଲେ । ଏପରିକି ନାୟନ ତାରା ପ୍ରଭୁଦେବାଙ୍କ ପ୍ରେମରେ ପଡି ଇସାଇ ପରିବର୍ତ୍ତନ କରି ହିନ୍ଦୁ ହୋଇ ଯାଇଥିଲେ । କିନ୍ତୁ କୌଣସି କାରଣ ହେତୁ ସେମାନଙ୍କର ବିବାହ ହୋଇପାରିଲା ନାହିଁ ଏବଂ ୧୯୯୫ ମସିହାରେ ପ୍ରଭୁଦେବାଙ୍କ ବିବାହ ରାମଲତାଙ୍କ ସହ ହୋଇଥିଲା । ଖବର ଅନୁସାରେ ଯେତେବେଳେ ରାମଲତାଙ୍କୁ ପ୍ରଭୁଦେବା ଏବଂ ନାୟନତାରାଙ୍କ ସମ୍ପର୍କ ବିଷୟରେ ଜଣା ପଡିଲା, ସେତେବେଳେ ରାମଲତା ପ୍ରଭୁଦେବାଙ୍କ ଠାରୁ ୨୦୧୧ରେ ବିବାହ ବିଚ୍ଛେଦ କରିଥିଲେ । ପ୍ରଭୁଦେବାଙ୍କୁ କ୍ଷତିଭରଣ ପାଇଁ ରାମଲତାଙ୍କୁ ୨୦ ରୁ ୨୫ କୋଟି ଦେଇଥିଲେ ।

ସଞ୍ଜୟ ଡତ୍ତ ଏବଂ ରିହା ପିଲ୍ଲଇ :

ବଲିଉଡର ସଞ୍ଜୁ ବାବା ତିନୋଟି ବିବାହ କରିଥିଲେ । ସଂଜୟଙ୍କ ପ୍ରଥମ ବିବାହ ୧୯୮୭ରେ ରିଚା ଶର୍ମାଙ୍କ ସହ ହୋଇଥିଲା କିନ୍ତୁ ୧୯୯୬ରେ ତାଙ୍କର ମୃତ୍ୟୁ ବ୍ରେନ ଟ୍ୟୁମରରେ ହୋଇଥିଲା । ଏହାପରେ ସେ ୧୯୯୮ରେ ରିହା ପିଲ୍ଲଇଙ୍କ ସହ ବିବାହ କରିଥିଲେ କିନ୍ତୁ ଏମାନଙ୍କର ଏହି ବିବାହ ବହୁତ ସମୟ ପର୍ଯ୍ୟନ୍ତ ତିଷ୍ଟି ରହିପାରି ନଥିଲା । ୨୦୦୫ରେ ଉଭୟ ଅଲଗା ହୋଇଯାଇଥିଲେ । ଖବର ଅନୁସାରେ ସଞ୍ଜୟ ଡତ୍ତ କ୍ଷତିଭରଣ ପାଇଁ ରିହା ପିଲ୍ଲଇଙ୍କୁ ୮ କୋଟି ଦେଇଥିଲେ ।

କରିସ୍ମା କପୁର ଏବଂ ସଞ୍ଜୟ :

ବଲିଉଡ ଅଭିନେତ୍ରୀ କରିସ୍ମା କପୁର ୨୦୦୩ରେ ବ୍ୟବସାୟୀ ସଞ୍ଜୟଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ୧୧ବର୍ଷ ପରେ ସେ ସଞ୍ଜୟଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । ଖବର ଅନୁସାରେ ସଞ୍ଜୟ କ୍ଷତିଭରଣ ପାଇଁ କରିସ୍ମାଙ୍କୁ ୭ କୋଟି ଦେଇଥିଲେ ।