ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ବିଦ୍ୟାଙ୍କ ମୃତ୍ୟୁ ହୋଇଯାଇଛି । ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Spread the love

ପ୍ରକୃତିର ଏକ କଠୋର ନିୟମ ରହିଛି । ଏହି ଦୁନିଆରେ ଯିଏ ଜନ୍ମ ନେଇଥାଏ ଦିନେ ନା ଦିନେ ତାର ମୃତ୍ୟୁ ହୋଇଥାଏ । ସେ ସାଧାରଣ ବ୍ୟକ୍ତି ହେଉ କିମ୍ବା ପ୍ରସିଦ୍ଧ ବ୍ୟକ୍ତି । ପ୍ରତ୍ୟେକ ବ୍ୟକ୍ତି ଦୁନିଆରୁ ବିଦାୟ ନେବା ପାଇଁ ଏକ ନିଶ୍ଚିନ୍ତ ସମୟ ନିର୍ଦ୍ଧାରିତ ହୋଇଥାଏ । ବହୁତ ଦୁଃଖର ବିଷୟ ହେଉଛି, ଏହି କୋଠର ସତ୍ୟ କାରଣରୁ ଆମକୁ ଅନେକ ଭଲ ଏବଂ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ହରାଇବା ପାଇଁ ପଡିଥାଏ । ୧୫ ଅଗଷ୍ଟରେ ଯେତେବେଳେ ସାରା ଦେଶ ରାକ୍ଷୀ ପୂର୍ଣ୍ଣିମା ଏବଂ ସ୍ୱାଧୀନତା ଦିବସ ପାଳନ କରୁଥିଲେ, ଅନ୍ୟପକ୍ଷରେ ବଲିଉଡର ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ବିଦ୍ୟା ସିହ୍ନ ଦୁନିଆକୁ ଅଳବିଦା କରି ଚାଲିଯାଇଛନ୍ତି । ବିଦ୍ୟାଜି ୭୧ ବର୍ଷ ବୟସରେ ଦୁନିଆ ଛାଡ଼ି ଆରପରିକୁ ଚାଲିଯାଇଛନ୍ତି । ସୂଚନା ଅନୁସାରେ ୧୫ ଅଗଷ୍ଟ ମଧ୍ୟାହ୍ନ ୧୨ଟାରେ ବିଦ୍ୟାଜି ମୁମ୍ବାଇର ଜୁହୁ ସ୍ଥିତ କ୍ରିଟିକେୟାର ଡାକ୍ତରଖାନାରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିଲେ ।

ମିଡ଼ିଆ ରିପୋର୍ଟସ ଅନୁସାରେ ବିଦ୍ୟାଜିଙ୍କ ସ୍ୱାସ୍ଥ୍ୟ ବିଗତ କିଛି ସମୟରୁ ଅସୁସ୍ଥ ଥିଲା । ଏହା ବ୍ୟତୀତ ତାଙ୍କୁ କାର୍ଡିଏକ ଦିସଅଡ଼ରର ସମସ୍ୟା ଥିଲା । ଏହି ବିଷୟରେ ବିଦ୍ୟାଙ୍କୁ ତିନି ମାସ ପୂର୍ବରୁ ଗୋଟିଏ ଯାଞ୍ଚ ସମୟରେ ଜଣାପଡିଥିଲା । ଗତ ସପ୍ତାହରେ ତାଙ୍କର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା । ଯାହାଫଳରେ ବିଦ୍ୟାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ଭେଣ୍ଟିଲେଟରରେ ରଖାଯାଇଥିଲା । ମିଡ଼ିଆ ପୋଟଳ ସ୍ପଷ୍ଟବଏର ଏକ ରିପୋର୍ଟ ଅନୁସାରେ ଡାକ୍ତର ବିଦ୍ୟାଙ୍କୁ ଏନ୍ଜିଓଗ୍ରାଫି କରିବା ପାଇଁ କହିଥିଲେ କିନ୍ତୁ ବିଦ୍ୟାଙ୍କ ପରିଜନ ଏଥିରେ ସହମତି ଜଣାଇ ନ ଥିଲେ ।

କହିବା ପାଇଁ ଚାହୁଁଛୁ ବିଦ୍ୟା ସିହ୍ନ ନିଜ ସମୟରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ନିଜ ଫିଲ୍ମ କ୍ୟାରିୟର ସମୟରେ ଛୋଟିସି ବାତ, ରାଜନିଗନ୍ଧା, ପତିପତ୍ନୀ ଅର ବୋ, ତୁମହାରେ ଲିଏ, ମୁକ୍ତି, ଇନକାର, ସ୍ଵୟମ୍ବର, ମଗରୁର ଏବଂ ସଫେଦ ଝୁଟ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ସୁନ୍ଦରତା ସହ ଅଭିନୟରେ ମଧ୍ୟ ସେ ଖୁବ ପରିଚିତ ଥିଲେ । ନିଜର କର୍ମକ୍ଷେତ୍ର ସହ ନିଜସ୍ୱ ଜୀବନକୁ ନେଇ ବିଦ୍ୟା ବହୁତ ଚର୍ଚ୍ଚିତ ଥିଲେ । ୯ ଜାନୁଆରୀ ୨୦୦୯ରେ ସେ ନିଜର ଦ୍ଵିତୀୟ ପତିଙ୍କ ବିରୁଦ୍ଧରେ ପୋଲିସରେ ଏଫଆଇଆର ଦେଇଥିଲେ । ବିଦ୍ୟା ଆରୋପ ଲଗାଇଥିଲେ ଯେ, ତାଙ୍କର ପତି ବିଦ୍ୟାଙ୍କୁ ଶାରୀରିକ ଏବଂ ମାନସିକ ପ୍ରତାଡନା କରନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ, ବିଦ୍ୟାଙ୍କ ଦ୍ଵିତୀୟ ପତିଙ୍କ ନାମ ନେତାଜୀ ଭୀମରାଵ ସୌଲାଙ୍କି ଥିଲା । ଏହି ଦୁହିଙ୍କ ବିବାହ ୨୦୦୧ରେ ହୋଇଥିଲା ଏବଂ ଛାଡପତ୍ର ୨୦୦୯ରେ ହୋଇଥିଲା । ବିଦ୍ୟାଙ୍କ ପ୍ରଥମ ପତିଙ୍କ ନାମ ହେଉଛି ଭେଙ୍କେଟେଶ୍ୱର ଆୟର ଥିଲା । ସେ ବିଦ୍ୟାଙ୍କ ସହ ୧୯୬୮ରେ ବିବାହ କରିଥିଲେ ଏବଂ ୧୯୯୬ରେ ଛାଡପତ୍ର ହୋଇଥିଲା ।

ବିଦ୍ୟାଙ୍କ ନିଧନର ଖବର ଶୁଣି ବଲିଉଡ ଏବଂ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଶୋକର ବାତାବରଣ ଖେଳି ଯାଇଥିଲା । ତାଙ୍କର ଅନ୍ତିମ ସଂସ୍କାରରେ ଟିଭି ଏବଂ ଫିଲ୍ମ ଦୁନିଆର ଅନେକ ପ୍ରସିଦ୍ଧ କଳାକାରଙ୍କୁ ଦେଖିବା ପାଇଁ ମିଳିଥିଲା । ଛୋଟିସି ବାତ ଏବଂ ରଜନୀ ଗନ୍ଧା ବିଦ୍ୟାଙ୍କ କ୍ୟାରୀୟରର ଦର୍ଶକଙ୍କ ପସନ୍ଦିୟ ଫିଲ୍ମ ଥିଲା । ଏହି ଫିଲ୍ମରେ ଅମୋଲ ପାଲେକରଙ୍କ ସହ ବିଦ୍ୟାଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।ଫିଲ୍ମ ବ୍ୟତୀତ ଟିଭିରେ ମଧ୍ୟ ବିଦ୍ୟା ଅଭିନୟ କରିଛନ୍ତି । ବିଦ୍ୟାଙ୍କ ଅନ୍ତିମ ଧାରାବାହିକ କୁଲଫି କୁମାର ବାଜେବାଲା ଥିଲା । ଯେତେବେଳେ ଗୁରୁବାର ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା, ସେହି ସମୟରେ ଏହି ଧାରାବାହିକ ସହ ଜଡିତ ତାରକାଙ୍କ ଆଖି ମଧ୍ୟ ଲୁହରେ ଭରି ଯାଇଥିଲା । ଏହି ସମୟ ବିଦ୍ୟାଙ୍କ ପରିବାର ଏବଂ ପ୍ରସଂସକଙ୍କ ପାଇଁ ଦୁଃଖର ସମୟ ଥିଲା । ଆମେ ବିଦ୍ୟାଙ୍କ ଆମର ଆତ୍ମା ପାଇଁ ଶାନ୍ତି ପ୍ରାର୍ଥନା କରୁଛୁ ।