ଏହି ମହିଳା ବିଧାୟକଙ୍କ ପାଖରେ ବାଲିଉଡ଼ ଅଭିନେତ୍ରୀ ମାନେ ଫେଲ ମାରିଛନ୍ତି । ସୋସିଆଲ ମିଡିଆରେ ଏହି ବିଧାୟକଙ୍କ ବିଶେଷରେ ଚର୍ଚ୍ଚା ଖୁବ ଚାଲିଛି ।

Spread the love

ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି । ଏହି ସୁନ୍ଦର ମହିଳା ବିଧାୟକଙ୍କ ନାମ ହେଉଛି ନବନିତ କୌର ରାଣା ।

ଦିନେ ସମୟ ଥିଲା ଲୋକେ ସୁନ୍ଦରତା ଏବଂ ଗ୍ଲାମର ଦେଖିବା ପାଇଁ ଚଳଚିତ୍ର ଅଭିନେତ୍ରୀଙ୍କ ପଛରେ ଲମ୍ବା ଧାଡି ଲଗାଉଥିଲେ । ଧୀରେ ଧୀରେ ସମୟ ବଦଳିବାରେ ଲାଗିଲା । ଆଜି ସେହି ସବୁ ମହିଳାଙ୍କ ଚର୍ଚ୍ଚା ହେଉଛି ଯେଉଁମାନେ ସତରେ ସୁନ୍ଦର ଅଟନ୍ତି । ସେ ଶିକ୍ଷକ ହୁଅନ୍ତୁ କିମ୍ବା କୌଣସି ଅଫିସ କର୍ମଚାରୀ କିମ୍ବା କୌଣସି ରାଜନୈତିକ ଦଳର ନେତ୍ରୀ । ଲୋକେ ଏହି ସୁନ୍ଦର ମହିଳାଙ୍କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି । ଆଜିକାଲି ସମସ୍ତେ ନିଜକୁ ଫିଟ୍ ରଖି ସୁନ୍ଦର ଦେଖାଯିବା ପାଇଁ ଚେଷ୍ଠା କରିଥାନ୍ତି । କିନ୍ତୁ ରାଜନୀତିରେ ପାଦ ରଖିବା ପରେ କିଛି ମହିଳା ନିଜ ଫିଟ୍ ରଖି ସୁନ୍ଦର ଦେଖା ଯିବା ପାଇଁ ଚେଷ୍ଟା କରିଥାନ୍ତି । ଏପରି ଜଣେ ମହିଳା ବିଧାୟକ ଅଛନ୍ତି; ଯାହାଙ୍କ ସୁନ୍ଦରତା ଆଗରେ ବାଲିଉଡ଼ ଅଭିନେତ୍ରୀ ମାନେ ମଧ୍ୟ ଫେଲ୍ ମାରିବେ ।

ଏହି ମହିଳା ବିଧାୟକଙ୍କ ସୁନ୍ଦରତା ଆଗରେ ଫେଲ ମାରିଛନ୍ତି ବାଲିଉଡ଼ର ଅଭିନେତ୍ରୀ ମାନେ :

ଯେଉଁ ମହିଳାଙ୍କ ଚିତ୍ର ଆପଣ ଦେଖୁଛନ୍ତି; ଆଜିକାଲି ସେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି । ଏହି ସୁନ୍ଦର ମହିଳା ବିଧାୟକଙ୍କ ନାମ ହେଉଛି ନବନିତ କୌର ରାଣା । ଏହି ବିଧାୟିକା ଏନସିପି ଟିକଟ ପାଇ ଲୋକସଭା ନିର୍ବାଚନ ଲଢ଼ିଛନ୍ତି ଏବଂ ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ ଭଲ ମଡେଲ ମଧ୍ୟ ଥିଲେ । ସେ ପଞ୍ଜାବୀ ଚଳଚିତ୍ରରେ ଅଭିନୟ କରିବା ପାଇଁ ଛାହିଁଥିଲେ କିନ୍ତୁ ଭାଗ୍ୟ ତାଙ୍କୁ ରାଜନୀତିକୁ ଟାଣି ଆଣି ଥିଲା ।

ନବନିତ କୌର ଅନେକ ତେଲୁଗୁ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି ଏବଂ ସେ ମହାରାଷ୍ଟ୍ରର ବିଧାୟକ ରବି ରାଣାଙ୍କ ସହ ବିବାହ କରିଛନ୍ତି ଏବଂ ବିବାହ ପରେ ସେ ଚଳଚିତ୍ରରୁ ଦୁରେଇ ଯାଇ ରାଜନୀତିକୁ ଆସି ଯାଇଥିଲେ । ନିଜ ସୁନ୍ଦରତା ପାଇଁ ଅନେକ ଚର୍ଚ୍ଚା ସାଉଁଟୁଛନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ସେ ଖୁବ୍ ଯତ୍ନବାନ ଅଟନ୍ତି । ତେଣୁ ନିୟମିତ ରୂପେ ଯୋଗ କରିଥାନ୍ତି । ବାବା ରାମଦେବଙ୍କ ବହୁତ ବଡ଼ ପ୍ରଶଂସକ ଅଟନ୍ତି ନବନିତ କୌର ଏବଂ ତାଙ୍କ ସହ ଅନେକ ଥର ଭେଟି ସାରିଛନ୍ତି ।

ଅନେକ ଥର ବାବା ରାମଦେବଙ୍କ ଶିବିରରେ ଉପସ୍ଥିତ ରହିଛନ୍ତି ନବନିତ କୌର । ଏହି ପ୍ରରିପେକ୍ଷିରେ ମୁମ୍ବାଇ ବିଧାୟକ ରବି ରାଣାଙ୍କ ସହ ତାଙ୍କର ଭେଟ ହୋଇଥିଲା ପରେ ସେମାନେ ବିବାହ କରି ବାବା ରାମଦେବଙ୍କ ଆଶିଷ ଲାଭ କରିଥିଲେ । ଯେତେବେଳେ ରବି ରାଣା ନବନିତଙ୍କୁ ରାମଦେବଙ୍କ ଶିବିରରେ ଦେଖିଥିଲେ; ସେହି ସମୟରେ ସେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ ଏବଂ ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଯାଇ ଥିଲା ଏବଂ ଦୁହିଁଙ୍କ ଚିନ୍ତାଧାରା ମିଳିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ଏହି ଦୁହିଁଙ୍କ କାହାଣୀ ଶୁଣିବା ପରେ ବାବା ରାମଦେବ ଖୁସି ହୋଇ ଯାଇଥିଲେ ।