ପୁଣି ଥରେ ବିବାହ କରିବେ ବଲିଉଡ ଅଭିନେତ୍ରୀ କରିସ୍ମା କପୁର ,କରିନାଙ୍କ ଜ୍ୱାଇଁ ହୋଇପାରନ୍ତି ବର ।

Spread the love

କରିସ୍ମା କପୁର 90ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ।କରିସ୍ମାଙ୍କ ପ୍ରଥମ ଫିଲ୍ମ ପ୍ରେମ କୈଦି ଥିଲା | 90ଦଶକରେ କରିସ୍ମା ପ୍ରାୟ ଫିଲ୍ମରେ ଅଭିନୟ କରିଥିଲେ । ସେହି ସମୟରେ କରିସ୍ମା କପୁର ସବୁଠୁ ସୁନ୍ଦର ଏବଂ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ପ୍ରତିଟି ଅଭିନେତା କରିସ୍ମାଙ୍କ ସହ ଅଭିନୟ କରିବା ପାଇଁ ଚାହୁଁଥିଲେ । ସେହି ସମୟରେ କରିସ୍ମା ଅନେକ ହିଟ ଫିଲ୍ମର ଭେଟି ଦର୍ଶକଙ୍କୁ ଦେଇଥିଲେ ।ଗୋବିନ୍ଦା ଏବଂ କରିସ୍ମାଙ୍କ ଫିଲ୍ମ ପ୍ରାୟତଃ ହାଉସଫୁଲ ରହୁଥିଲା । କରିସ୍ମା ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ କିନ୍ତୁ ବିବାହ କରିବା ପରେ କରିସ୍ମା ବଲିଉଡ଼ରୁ ଦୁରେଇ ଯାଇଥିଲେ କିନ୍ତୁ ନିକଟ ଅତୀତରେ କରିସ୍ମା କିଛି ଟିଭି ଶୋ ଏବଂ ଫିଲ୍ମରେ ଅଭିନୟ କରିଥିଲେ ।

2003ରେ ସଞ୍ଜୟ କପୁରଙ୍କ ସହ ବିବାହ କରିଥିଲେ ।

ଆପଣଙ୍କୁ କହିବା ପାଇଁ ଚାହୁଁଛୁ କରିସ୍ମା କପୁର ନିଜ ପତି ସଞ୍ଜୟ କପୁରଙ୍କ ସହ 2003ମସିହାରେ ବିବାହ କରିଥିଲେ । ଦିଲ୍ଲୀର ବ୍ୟବସାୟୀ ହେଉଛନ୍ତି ସଞ୍ଜୟ କପୁର କିନ୍ତୁ ଦୁହିଙ୍କ ଏହି ବିବାହ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା ଏବଂ 2012ରେ ଦୁହେଁ ଛାଡପତ୍ର ନେଇଯାଇଥିଲେ ।ବିବାହର କିଛି ବର୍ଷ ପରେ ଦୁହିଙ୍କ ମଧ୍ୟରେ ଝଗଡା ଚାଲୁଥିଲା । କରିସ୍ମା ନିଜ ପତିଙ୍କ ଉପରେ ଆରୋପ ଲଗାଇଥିଲେ ଯେ ସଞ୍ଜୟ ସର୍ବଦା କରିସ୍ମାଙ୍କୁ ମାରପିଟ କରୁଥିଲେ ଏବଂ ସଞ୍ଜୟଙ୍କ ବ୍ୟବହାର କରିସ୍ମାଙ୍କ ପ୍ରତି ଭଲ ନଥିଲା । ଛାଡପତ୍ର ପରେ କରିସ୍ମାଙ୍କ ଦୁଇ ଛୁଆ କରିସ୍ମାଙ୍କ ପାଖରେ ରହୁଛନ୍ତି ।

ପୁଣିଥରେ କରିସ୍ମା କନ୍ୟା ବେଶ ଧାରଣ କରିପାରନ୍ତି ।

ବର୍ତ୍ତମାନ ଖବର ଶୁଣିବା ପାଇଁ ମିଳୁଛି ଖୁବ ଶୀଘ୍ର କରିସ୍ମା ବିବାହ କରିପାରନ୍ତି ।ଖବର ଅନୁସାରେ ବର୍ତ୍ତମାନ କରିସ୍ମା ସନ୍ଦୀପ ତୋଷନିବାଲଙ୍କୁ ଡେଟ କରୁଛନ୍ତି ଏବଂ ଖୁବ ଶୀଘ୍ର ଦୁହେଁ ବିବାହ କରିପାରନ୍ତି । ସନ୍ଦୀପ ତୋଷନିବାଲ ଜଣେ ବଡ଼ ବ୍ୟବସାୟୀ ଅଟନ୍ତି ଏବଂ ଖୁବ ଶୀଘ୍ର ଦୁହେଁ ବିବାହ କରିପାରନ୍ତି । ସଞ୍ଜୟ କପୁରଙ୍କ ଭଳି ସନ୍ଦୀପ ତୋଷନିବାଲ ମଧ୍ୟ ଛାଡପତ୍ର ଧାରୀ ଅଟନ୍ତି । ସନ୍ଦୀପ ନିକଟରେ ହିଁ ନିଜ ପତ୍ନୀ ହର୍ଷିତାଙ୍କ ଠାରୁ ଛାଡପତ୍ର ନେଇଥିଲେ । ଅନେକ ସ୍ଥାନରେ ସନ୍ଦୀପ ଏବଂ କରିସ୍ମା ଏକତ୍ର ଦେଖିବା ପାଇଁ ମିଳୁଛନ୍ତି ।

ଲୋଲୋ ଖୋଲିଥିଲେ ବେବୋଙ୍କ ରହସ୍ୟ ।

ନିକଟରେ କରିସ୍ମା କପୁର ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଶୋରେ ଜର୍ଜ ରୂପରେ ପହଞ୍ଚିଥିଲେ ସେଥରେ କରିସ୍ମା ଭଉଣୀ କରିନା ଏବଂ ନିଜ ବିଷୟରେ କିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣାର ରହସ୍ୟ ଖୋଲିଥିଲେ । କରିସ୍ମା କପୁର କହିଥିଲେ ଛୋଟବେଳେ ମୁଁ ବହୁତ ବିନମ୍ର ଥିଲି ମୋତେ ସମସ୍ତେ ଭଲ ଗୁଣ ଧାରୀ ଝିଅ ରୂପରେ ଜାଣୁଥିଲେ । ମୁଁ ଅନୁଶାସିତ ଝିଅ ଥିଲି କିନ୍ତୁ କରିନା ବହୁତ ଦୁଷ୍ଟାମି କରୁଥିଲେ । ମୁଁ ସମ୍ପୂର୍ଣ୍ଣ ସିଧାସଧା ଥିଲି ଏବଂ କରିନା ମୋ ଠାରୁ ସମ୍ପୂର୍ଣ୍ଣ ବିପରୀତ ଥିଲେ । କରିସ୍ମା କହିଥିଲେ ବିପରୀତ ଗୁଣ ଧାରୀ ଲୋକେ ସର୍ବଦା ଆକୃଷ୍ଟ ହୋଇଥାନ୍ତି | ଏହି କାରଣରୁ ଆମେ ଦୁହେଁ ନିକଟତର ହୋଇଥିଲୁ ।

ଫିଲ୍ମରୁ ଦୁରେଇଯିବା ପରେ ପ୍ରାୟତଃ କରିସ୍ମା ନିଜ ଫିଟନେସ ଯୋଗୁଁ ଚର୍ଚ୍ଚାରେ ରୁହଁନ୍ତି । କରିସ୍ମା ନିଜକୁ ଏହିପରି ଫିଟ ରଖିଛନ୍ତି ଯେ 45ବର୍ଷ ବୟସରେ ମଧ୍ୟ ସେ ଯୁବତୀ ଦେଖାଯାଉଛନ୍ତି । ସେ ପ୍ରାୟତଃ ନିଜର ସୁନ୍ଦରତାର ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଯାହାକୁ କରିସ୍ମାଙ୍କ ପ୍ରଶଂସକ ବହୁତ ପସନ୍ଦ କରନ୍ତି ।

ବନ୍ଧୁଗଣ ଆଶା କରୁଛୁ, ବଲିଉଡ ସମ୍ବନ୍ଧିତ ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !

ସୌଜନ୍ୟ : https://www.newstrend.news