ବଲିଉଡର ଏହି ଅଭିନେତାଙ୍କୁ ଘର ଚଳାଇବା ପାଇଁ କରିବାକୁ ପଡିଲା ସିକ୍ୟୁରିଟି ଗାର୍ଡ଼….

Spread the love

ବଲିଉଡ ଜଗତରେ କେହି ଆକାଶରେ ପହଞ୍ଚି ଯାଏ ତ କାହାରିକୁ ଦାନାଟିଏ ମଧ୍ୟ ଖାଇବାକୁ ମିଳି ନ ଥାଏ । ବିଗତ ସମୟରେ ଏପରି କିଛି କଳାକାରଙ୍କୁ ଦେଖିବାକୁ ଲୋକଙ୍କର ଲମ୍ବା ଧାଡି ଲାଗି ଯାଉଥିବା ବେଳେ ବର୍ତ୍ତମାନ ସେହି କଳାକାରମାନଙ୍କ ମଧ୍ୟର କେତେକ ବଲିଉଡ ଦୁନିଆରୁ ହଜି ଗଲେଣି । ଏମିତି କିଛି କଳାକାର ଅଛନ୍ତି, ଯେଉଁମାନଙ୍କୁ ଖାଇବା ପାଇଁ ଦାନାଟିଏ ମଧ୍ୟ ମିଳି ନ ପାରିବାରୁ, ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରିଛନ୍ତି । ସେହି ଭଳି ଜଣେ କଳାକାର ଆଜି ସିକ୍ୟୁରିଟି ଗାର୍ଡ଼ର କାମ କରୁଛି । ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଏମିତି ଅଭିନେତାଙ୍କ ବିଷୟରେ କହିବୁ, ଯେ ବଲିଉଡର ଚାକଚକ୍ୟରୁ ଓହରି ଯାଇ ସିଧାସିଧା ଜୀବନ ବିତାଉଛନ୍ତି । ଏହି ଅଭିନେତାଙ୍କ ନାମ ହେଉଛି ତ୍ରିଲୋଚନ ଓରଫ ସବି ସିଧୁ ।

ସବି ସିଧୁ ନିଜ କ୍ୟାରିଆରରେ “ପାଞ୍ଚ” ନାମକ ଚଳଚିତ୍ରରୁ ଆରମ୍ଭ କରିଥିଲେ । କିନ୍ତୁ ଏହି ଚଳଚିତ୍ରଟି ବକ୍ସ ଅଫିସରେ ରିଲିଜ୍ ହୋଇନଥିଲା । ଏହା ପରେ ଏହି ଅଭିନେତା ଜଣକ ଗୁଲାଲ, ବ୍ଲାକ ଫ୍ରାଇଡେ ଓ ପଟିଆଲା ହାଉସ୍ ଭଳି ବହୁତଗୁଡିଏ ଚଳଚିତ୍ରରେ କାମ କରିଥିଲେ । କିନ୍ତୁ ବର୍ତ୍ତମାନ ଏହି ଅଭିନେତା ନିଜ ଘର ଖର୍ଚ୍ଚ କରିବା ପାଇଁ ସିକ୍ୟୁରିଟି ଗାର୍ଡ଼ କାମ କରିବାକୁ ପଡୁଛି ।

ଗୋଟିଏ ୱେବସାଇଟ୍ ରେ ସାକ୍ଷାତକର ସମୟରେ ସିଧୁ କହିଛନ୍ତି, “ଗୋଟିଏ ସମୟରେ ତାଙ୍କ ପାଖରେ ବହୁତ କାମ ଥିଲା; ସେହି ସମୟରେ ସେ ଦେହ ଅସୁସ୍ଥ ଅଛି, କହି କାମଗୁଡିକୁ ଟାଳି ଦେଉଥିଲେ ।” କିନ୍ତୁ କିଛି ବର୍ଷ ପରେ ଏହି ଅଭିନେତାଙ୍କୁ କାମ ମିଳିବା ବନ୍ଦ ହୋଇଯାଇଥିଲା । ଏହି ସମୟରେ ଏହି ଅଭିନେତାଙ୍କୁ ଆର୍ଥିକ ସଙ୍କଟ ଦେଖାଯିବାରେ ଲାଗିଲା । ଠିକ୍ ଏହି ଘଡିସନ୍ଧି ମୁହୂର୍ତ୍ତରେ ଏହି ଅଭିନେତାଙ୍କର ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାର ଠିକ୍ ଏକ ବର୍ଷ ପରେ ପିତାଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥିଲା । ପରେ ଏହି ଅଭିନେତାଙ୍କର ଶାଶୁ ଓ ଶଶୁରଙ୍କର ଦେହାନ୍ତ ହୋଇଯାଇଥିଲା । ଏହି ଅଭିନେତାଙ୍କର ଜ୍ଞାନତିକୁଟୁମ୍ବଙ୍କର ମୃତ୍ୟୁ ଫଳରେ ସେ ଦୁନିଆରେ ବର୍ତ୍ତମାନ ଏକୁଟିଆ ହୋଇଯାଇଛନ୍ତି ।

ସବି ସିଧୁଙ୍କର ଅନୁସାରେ ସିକ୍ୟୁରିଟି ଗାର୍ଡ଼ର କାମ ୧୨ ଘଣ୍ଟା ହୋଇଥାଏ, ଯାହା ଭାରି କଷ୍ଟଦାୟକ ଅଟେ । ସକାଳୁ ଉଠି ଖାଇବା ତିଆରି କରିବା ଓ ଖାଦ୍ୟ ଖାଇବା ପରେ କାମକୁ ଯିବା । ପରେ କାମରୁ ଫେରି ପୁଣି ଖାଇବା ତିଆରି କରି ଖାଦ୍ୟ ଖାଇସାରି ଶୋଇଯାଏ । ସବି କହିଛନ୍ତି; ବସ୍ ରେ ଯାଇ ନିର୍ଦ୍ଦେଶକଙ୍କ ସହ ମିଶିବାକୁ ମଧ୍ୟ ଟଙ୍କାର ଅଭାବ ରହିଛି । ଚିତ୍ରାଳୟରେ ଚଳଚିତ୍ର ଦେଖିବା ମୋ ପାଇଁ ସପ୍ନ ପାଲଟି ଯାଇଛି ।