ବଲିଉଡର ଏହି ଅଭିନେତାଙ୍କୁ ପସନ୍ଦ ଆସିଛନ୍ତି ବିଗ-ବିଙ୍କ ସୁନ୍ଦରୀ ନାତୁଣୀ ନବ୍ୟା ନବେଲି । ନବ୍ୟାଙ୍କୁ ନିଜର ଜୀବନସାଥି କରିବାକୁ ଚାହୁଁଛନ୍ତି ।

Spread the love

ବର୍ତ୍ତମାନ ନିକଟରେ ହିଁ ଗୋଟିଏ ଅଭିନେତା ନବ୍ୟା ନବେଲି ନନ୍ଦାଙ୍କ ସହ ବିବାହ ପ୍ରସ୍ତାବ ଦେଇ ବଲିଉଡରେ ହାହାକାର କରିଦେଲେ ।

ବଲିଉଡ଼ରେ ଯେବେ ମଧ୍ୟ ବଡ଼ ବଡ଼ ହସ୍ତୀ ଓ କଳାକାରଙ୍କ କଥା ଆଲୋଚନା କରାଯାଏ, ତେବେ ଅମିତାଭ ବଚ୍ଚନଙ୍କ ନାମ ସବୁଠାରୁ ଉପରେ ରହିଥାଏ । ଅମିତାଭଙ୍କୁ ବଲିଉଡ଼ର ମହାନାୟକ ଓ ସେହେଂଶା ମଧ୍ୟ କୁହାଯାଇଥାଏ । ସେ ନିଜର ଅଭିନୟର ଛାପ ତାଙ୍କର ସବୁ ଚଳଚ୍ଚିତ୍ର ଗୁଡ଼ିକରେ ଛାଡି ଯାଆନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅସଂଖ୍ୟ ଚଳଚ୍ଚିତ୍ରରେ କାମ କରି ସାରିଥିବା ଅମିତାଭ ବଚ୍ଚନ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଆଜି ବିଦେଶରେ ତାଙ୍କର ବହୁତ ସମର୍ଥକ ରହିଛନ୍ତି ।

ଅମିତାଭ ଅଧିକାଂଶ ସମୟରେ ନିଜ ନାତୁଣୀ ନବ୍ୟା ନବେଲି ନନ୍ଦା ଏବଂ ଆରାଧ୍ୟା ବଚ୍ଚନଙ୍କ ସହିତ ସୋସିଆଲ ମିଡ଼ିଆରେ ଫୋଟୋଗୁଡିକ ସେୟାର କରନ୍ତି । ଏହି ଫୋଟୋ ଗୁଡ଼ିକରୁ ସ୍ପଷ୍ଟ ଭାବେ ଜଣାପଡ଼େ ଯେ, ସେ ଏମାନଙ୍କୁ କେତେ ଭଲ ପାଆନ୍ତି । ଆପଣଙ୍କୁ କହିବା ପାଇଁ ଚାହୁଁଛୁ ଯେ, ନବ୍ୟା ନବେଲି ନନ୍ଦା ସୋସିଆଲ ମିଡ଼ିଆର ପ୍ରାୟତଃ ସକ୍ରିୟ ରୁହନ୍ତି ଓ ସେ ଅଧିକାଂଶ ସମୟରେ ଇଂଷ୍ଟଗ୍ରାମରେ ନିଜର ହଟ ବା ଆକର୍ଷଣୀୟ ଫୋଟୋଗୁଡିକ ପୋଷ୍ଟ କରନ୍ତି ।

ସୋସିଆଲ ମିଡିଆରେ କୌଣସି କଳାକାରଙ୍କ ଠାରୁ ନବ୍ୟାଙ୍କ ଅନୁସରଣକାରୀଙ୍କ ସଂଖ୍ୟା କମ ନୁହେଁ :

ନବ୍ୟା ଚଳଚ୍ଚିତ୍ର ଜଗତରେ ଆଗମନ କରି ନଥିଲେ ମଧ୍ୟ ତାଙ୍କର ଫ୍ୟନ ଫୋଲୋଇଂଗ କୌଣସି କଳାକାର ଠାରୁ କମ ନୁହେଁ । ଗ୍ଲେମର ଇଣ୍ଡଷ୍ଟ୍ରିରୁ ଦୂର ରହି ମଧ୍ୟ ନବ୍ୟା ନିଜ ଫିଟନେସର ବହୁତ ଧ୍ୟାନ ରଖନ୍ତି । ନବ୍ୟା ବଲିଉଡରେ ନଥିଲେ ମଧ୍ୟ ତାଙ୍କର ସୁନ୍ଦରତାରେ ଲକ୍ଷ ଲକ୍ଷ ଲୋକ ଦିୱାନା ଅଛନ୍ତି । ଚଳଚ୍ଚିତ୍ର ଜଗତର କଳାକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟକୁ ବହୁତ ଭଲ ପାଆନ୍ତି । ଏମିତିରେ ବଲିଉଡ଼ ଚଳଚ୍ଚିତ୍ର ‘ମଲାଲ’ରୁ ଡେବ୍ୟୁ କରିବାକୁ ଯାଉଥିବା ଅଭିନେତା ନବ୍ୟାଙ୍କୁ ନେଇ ଏମିତି କିଛି କଥା କହିଛନ୍ତି, ଯାହାକୁ ଶୁଣି ଅମିତାଭ ବଚ୍ଚନଙ୍କୁ କ୍ରୋଧ ଆସି ପାରେ ।

ମିଜାନ ଜାଫ୍ରି କରିବାକୁ ଯାଉଛନ୍ତି ବଲିଉଡରେ ଡେବ୍ୟୁ :

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଚଳଚ୍ଚିତ୍ର ‘ମଲାଲ’ରୁ ଜାବେଦ ଜାଫ୍ରିଙ୍କ ପୁଅ ମିଜାନ ଜାଫ୍ରି ବଲିଉଡ଼ରେ ଆଗମନ କରିବାକୁ ଯାଉଛନ୍ତି । ଶୁକ୍ରବାର ୫ ଜୁଲାଇରେ ତାଙ୍କର ଚଳଚ୍ଚିତ୍ରଟି ସିନେମା ହଲରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ସଞ୍ଜୟ ଲୀଳା ବଂଶାଳୀଙ୍କ ଭାଣଜୀ ଶାରମିନ ସେହଗଲ ମଧ୍ୟ ନଜର ଆସିଛନ୍ତି । ଏହା ଶାରମିନଙ୍କ ପ୍ରଥମ ଡେବ୍ୟୁ ଚଳଚ୍ଚିତ୍ର ଅଟେ । ଚଳଚ୍ଚିତ୍ରର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏମିତିରେ ମିଜାନ ଜାଫ୍ରି ମିଡ଼ିଆ ସମ୍ମୁଖରେ ଏପରି ଏକ କଥା କହିଛନ୍ତି ଯାହା ପରେ ସେ ଚର୍ଚ୍ଚାରେ ଆସି ଯାଇଥିଲେ ।

ନବ୍ୟା ସହିତ ବିବାହ କରିବାକୁ ଚାହଁନ୍ତି ମିଜାନ :

ବର୍ତ୍ତମାନ ନିକଟରେ ଯେବେ ମିଜାନ ନିଜ ଚଳଚ୍ଚିତ୍ରର ପ୍ରଚାର କରିବା ପାଇଁ ଯାଇଥିଲେ, ତେବେ ସେ ଅମିତାଭଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କୁ ବିବାହ କରିବା ଇଚ୍ଛା ପ୍ରକାଶ କରିଥିଲେ । ଏହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଗତବର୍ଷ ମିଜାନ ଓ ନବ୍ୟାଙ୍କୁ ସାଥିରେ ମଧ୍ୟ ଦେଖାଯାଇଥିଲା, ଯାହା ପରେ ଦୁଇଜଣଙ୍କ ନାମ ମଧ୍ୟ ଜୁଡିବାକୁ ଲାଗିଲା । ଏଥିପାଇଁ ମିଜାନ ଯେଉଁ ସ୍ଥାନ ମଧ୍ୟ ଗଲେ ଲୋକେ ତାଙ୍କୁ ନବ୍ୟା ଓ ତାଙ୍କ ବିଷୟରେ ପ୍ରଶ୍ନ ପଚାରିଥାନ୍ତି ।

କହିଲେ- ପରସ୍ପର ବହୁତ ଭଲ ବନ୍ଧୁ ଅଟନ୍ତି :

ମିଡ଼ିଆ ଖବର ଅନୁସାରେ, ବର୍ତ୍ତମାନ ନିକଟରେ ମିଜାନ ଗୋଟିଏ ସୋ’ରେ ପହଞ୍ଚିଥିଲେ, ଯେଉଁଠାରେ ଗୋଟିଏ ଖେଳ ଖେଳିବା ସମୟରେ ତାଙ୍କୁ ପଚରା ଗଲା ଯେ ନବ୍ୟା, ସାରା ଓ ଅନନ୍ୟାଙ୍କ ମଧ୍ୟରୁ ସେ କାହାକୁ କିଲ୍ଲ ବା ମାରିବା, କାହାକୁ ବିବାହ ଓ କାହା ସହିତ ହୁକ୍ ଅପ୍ କରିବାକୁ ଚାହଁନ୍ତି । ଏହା ଉପରେ ମିଜାନ ଉତ୍ତର ଦେଲେ ଯେ, ସେ ନବ୍ୟାଙ୍କ ସହିତ ବିବାହ, ସାରାଙ୍କ ସହିତ ହୁକ୍ ଅପ୍ ଓ ଅନନ୍ୟାଙ୍କୁ କିଲ୍ଲ କରିବାକୁ ଚାହଁନ୍ତି । ମିଜାନ ଏହା ମଧ୍ୟ କହିଲେ ଯେ, ନବ୍ୟା ଓ ସେ ଦୁହେଁ ପରସ୍ପରର ବହୁତ ଭଲ ସାଙ୍ଗ ଅଟନ୍ତି ।