ବଲିଉଡ ଅଭିନେତା ଗୋବିନ୍ଦା ସଲମାନ ଖାନଙ୍କ ଉପରେ ଆରୋପ ଲଗାଇଛନ୍ତି । ଗୋବିନ୍ଦା କହିଛନ୍ତି ସଲମାନଙ୍କ ପାଇଁ ମୋ ଝିଅ….

Spread the love

ଖବର ଅନୁସାରେ ସଲମାନ ନିଜ ଫିଲ୍ମରେ ଗୋବିନ୍ଦାଙ୍କ ଝିଅ ଟିନା ଆହୁଜାଙ୍କୁ ଅଭିନୟ ପାଇଁ ନେବାର ଥିଲା କିନ୍ତୁ…

ଗୋବିନ୍ଦା ନିଜ ସମୟର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ । 165ଟି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇ ପାରିଥିଲେ । ନିଜର ଅଭିନୟ ସହ ନାଚ ମାଧ୍ୟମରେ ଲୋକଙ୍କ ମନ ଜିଣି ପାରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଗୋବିନ୍ଦା 12ଟି ଫିଲ୍ମଫେର ଆୱାର୍ଡରେ ସମ୍ମାନିତ ହୋଇ ସାରିଛନ୍ତି । ଗୋବିନ୍ଦା 90 ଦଶକର ଜଣେ ସୁପରଷ୍ଟାର ଥିଲେ । ସେହି ସମୟରେ ଅଭିନେତ୍ରୀମାନେ ଗୋବିନ୍ଦାଙ୍କ ସହ କାମ କରିବା ପାଇଁ ଚାହୁଁଥିଲେ । ସେହି ସମୟରେ ଗୋବିନ୍ଦା ଅନେକ ହିଟ୍ ଫିଲ୍ମର ଭେଟି ଦର୍ଶକଙ୍କୁ ଦେଇଥିଲେ । କରିସ୍ମା କପୁର ଏବଂ ରବିନାଙ୍କ ସହ ଗୋବିନ୍ଦାଙ୍କ ଯୋଡିକୁ ଲୋକେ ଖୁବ୍ ପସନ୍ଦ କରୁଥିଲେ । ଗୋବିନ୍ଦା ସୁନିତାଙ୍କ ସହ 1987 ମସିହାରେ ବିବାହ କରିଥିଲେ । ଦୁହେଁଙ୍କ ଦୁଇଜଣ ଛୁଆ ଅଛନ୍ତି, ଯାହାଙ୍କ ନାମ ଟିନା ଆହୁଜା ଏବଂ ଯଶବର୍ଦ୍ଧନ ଆହୁଜା ଅଟେ । ଷ୍ଟାରମାନଙ୍କ ଡେବ୍ୟୁର ଟ୍ରେଣ୍ଡ ଆଜିକାଲି ଚାଲିଛି । ସେହିପରି ଗୋବିନ୍ଦାଙ୍କ ଝିଅ ଟିନାଙ୍କ ଡେବ୍ୟୁକୁ ମଧ୍ୟ ଦର୍ଶକ ଚାହିଁ ବସିଥିଲେ କିନ୍ତୁ ଗୋବିନ୍ଦାଙ୍କ ଝିଅ ଟିନାଙ୍କ ଡେବ୍ୟୁ ବହୁ ପୂର୍ବରୁ ହୋଇସାରିଛି କିନ୍ତୁ ତାଙ୍କୁ କେହି ଚିହ୍ନି ପାରିନଥିଲେ । ଟିନାଙ୍କ କ୍ୟାରିୟାରର ଭାର ସଲମାନ୍ ଖାନ୍ ଉଠାଇ ଥିଲେ କିନ୍ତୁ ସଲମାନ ନିଜ ପ୍ରତିଜ୍ଞାରୁ ଓହରି ଯାଇଥିଲେ ।

ଦବଙ୍ଗ ଚଳଚିତ୍ରରେ ଟିନାଙ୍କ ଡେବ୍ୟୁ ହେବାର ଥିଲା :

ସଲମାନ୍ ନୂଆ ଚେହେରାକୁ ବଲିଉଡରେ ଲଞ୍ଚ କରିବା ପାଇଁ ଜଣାଶୁଣା ଅଟନ୍ତି । ସେ ସୋନାକ୍ଷୀ, ଜରିନ ଖାନ୍, କ୍ୟାଟ୍ରିନା କୈଫ, ଦେଜି ସାହା, ଆଥିୟା ସେଠୀଙ୍କ ପରି ଅଭିନେତ୍ରୀ ମାନଙ୍କୁ ବଲିଉଡରେ ଲଞ୍ଚ କରିଥିଲେ । ଏକଦା ସମୟ ଥିଲା, ସଲମାନ ଗୋବିନ୍ଦାଙ୍କ ଝିଅ ଟିନାଙ୍କୁ ଲଞ୍ଚ କରିବାର ଥିଲା ଏବଂ ଏହାର ପ୍ରତିଜ୍ଞା ଗୋବିନ୍ଦାଙ୍କୁ ସଲମାନ କରିଥିଲେ । କିନ୍ତୁ ଶେଷ ସମୟରେ ସଲମାନ ନିଜ ପ୍ରତିଜ୍ଞାରୁ ଓହରି ଯାଇଥିଲେ । ଶୁଣିବା ପାଇଁ ମିଳିଥିଲା, ଫିଲ୍ମ “ଦବଙ୍ଗ”ରେ ଟିନା ଆହୁଜା ଅଭିନୟ କରିବାର ଥିଲା କିନ୍ତୁ ସଲମାନ ସୋନାକ୍ଷୀଙ୍କୁ ଅଭିନୟର ସୁଯୋଗ ଦେଇଥିଲେ । ବର୍ତ୍ତମାନ ଏହି ବିଷୟରେ ଗୋବିନ୍ଦାଙ୍କ ଝିଅ ମୁହଁ ଖୋଲିଛନ୍ତି ।

ସଲମାନଙ୍କ ସହ ଡେବ୍ୟୁ କରିବାର କଥା ମିଛ ଥିଲା :

ନିକଟର ଏକ ଆୱାର୍ଡ ଉତ୍ସବରେ ଟିନା କହିଛନ୍ତି; ତାଙ୍କ ପିତା ଗୋବିନ୍ଦା କଦାପି ସଲମାନଙ୍କୁ କହି ନାହାଁନ୍ତି ଯେ ମୋତେ ବଲିଉଡ଼ରେ ଲଞ୍ଚ କରିବା ପାଇଁ । 2007ରେ ଟିନା ଆଇଫା ଆୱାର୍ଡରେ ସଲମାନଙ୍କ ସହ ନଜରକୁ ଆସିଥିଲେ । ଯାହାପରେ ମିଛ କଥା ପ୍ରସାରିତ ହେବାରେ ଲାଗିଥିଲା ଯେ ସଲମାନଙ୍କ କୌଣସି ଫିଲ୍ମରେ ଟିନା ଡେବ୍ୟୁ କରିପାରନ୍ତି । ପରେ ଖବର ଆସିଥିଲା, ସଲମାନ ଟିନାଙ୍କୁ ନିଜର “ଦବଙ୍ଗ” ଚଳଚିତ୍ରରେ ଡେବ୍ୟୁ କରାଇଥାନ୍ତେ । କିନ୍ତୁ ସଲମାନ ସୋନାକ୍ଷୀଙ୍କୁ ଲଞ୍ଚ କରାଇଥିଲେ । ଆଜିକାଲି ମିଛ ସମ୍ବାଦ ପ୍ରସାରିତ ହେବାରେ ଲାଗିଛି ଯେ, ସଲମାନ ଗୋବିନ୍ଦାଙ୍କ ଝିଅଙ୍କୁ ଲଞ୍ଚ କରାଇବାର ଥିଲା କିନ୍ତୁ ଏପରି କିଛି ହୋଇନଥିଲା । ଏହି କାରଣରୁ ଦୁହେଁଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । ଖବର ଏହା ମଧ୍ୟ ଆସିଥିଲା, ଗୋବିନ୍ଦା ସଲମାନଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ ସଲମାନ ଗୋବିନ୍ଦାଙ୍କ ଝିଅଙ୍କ କ୍ୟାରିଅର ବର୍ବାଦ କରିଦେଇଛନ୍ତି । ଶେଷରେ ଏହି ଖବର ଏକ ମିଥ୍ୟା ଅଟେ ବୋଲି ପ୍ରମାଣିତ ହୋଇଥିଲା । ଟିନା ନିଜେ ଏକ ସାକ୍ଷାତକାର ସମୟରେ ଏହି ରହସ୍ୟ ଖୋଲିଛନ୍ତି ।

ବହୁତ ସୁନ୍ଦର ଅଟନ୍ତି ଗୋବିନ୍ଦାଙ୍କ ଝିଅ :

ଗୋବିନ୍ଦାଙ୍କ ଝିଅ ଟିନାଙ୍କ ଜନ୍ମ 16 ଜୁଲାଇ 1989ରେ ହୋଇଥିଲା । ଟିନାଙ୍କ ଏଣ୍ଟ୍ରି ବଲିଉଡରେ 2015ରେ ହୋଇଥିଲା । ତାଙ୍କର ପ୍ରଥମ ଫିଲ୍ମ “ସେକେଣ୍ଡ ହେଣ୍ଡ ହଜବେଣ୍ଡ” ଅଟେ । ଏହି ଚଳଚ୍ଚିତ୍ର ପାଇଁ ଟିନାଙ୍କୁ ଆୱାର୍ଡ ମିଳିଛି । ପରେ 2017ରେ ସେ “ଜିନ୍ଦେଗି କା ରହସ୍ୟ-2″ରେ ନଜରକୁ ଆସିଥିଲେ । ଟିନା ବଲିଉଡରେ ଅଳ୍ପ କିଛି ଚଳଚିତ୍ରରେ କାର୍ଯ୍ୟ କରିଛନ୍ତି କିନ୍ତୁ ସଫଳତା ପାଇ ପାରିନାହାନ୍ତି ।