ବବି ଦେବଲ ତାନ୍ୟାଙ୍କ ପାଇଁ ନୁହଁ ବରଂ ଏହି ଅଭିନେତ୍ରୀଙ୍କ ପାଇଁ ପାଗଳ ଥିଲେ ! ଏହି କାରଣ ଯୋଗୁଁ ବିବାହ ଭାଙ୍ଗି ଯାଇଥିଲା ।

Spread the love

ବଲିଉଡ ଦୁନିଆରୁ ସବୁଦିନେ କିଛି ନା କିଛି ଖବର ସାମ୍ନାକୁ ଆସିଥାଏ । ନାୟକ ନାୟିକାଙ୍କ ମଧ୍ୟରେ ପ୍ରେମ ବିଚ୍ଛେଦ ହେବା ଏକ ସାଧାରଣ କଥା ଅଟେ । ଫିଲ୍ମ ସେଟରେ ଅଭିନେତା ଏବଂ ଅଭନେତ୍ରୀଙ୍କ ମଧ୍ୟରେ ପ୍ରେମ ହେବା, ପୁନଃଶ୍ଚ କିଛି ଦିନ ପରେ ଏହି ପ୍ରେମ ବିଚ୍ଛେଦରେ ପରିଣତ ହେବା, ଏହି ସବୁ ଏକ ସାଧାରଣ କଥା ଅଟେ । ହାଇ ପ୍ରୋଫାଇଲରେ ଏପରି ହେଉଥାଏ । ବେଳେବେଳେ ଆପଣ ମାନେ ଶୁଣୁଥିବେ ଯେ, ଏହି କଳାକାର ପ୍ରେମ ବିଚ୍ଛେଦ ହୋଇଛି ତ ଏହି ଦିନମାନଙ୍କରେ ସେମାନଙ୍କର ମିଳାମିଶା ବଢିବାକୁ ଲାଗିଛି । ଏହା ଗ୍ଲାମରସର ଜୀବନ, ଏଠାରେ କେତେବେଳେ କିଛି ମଧ୍ୟ ହୋଇପାରେ । ଆମର ଆଜିର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ଚାଲନ୍ତୁ ଜାଣିବା ?

ଆଜି ଆମେ ବବି ଦେବଲଙ୍କ ବିଷୟରେ ଚର୍ଚ୍ଚା କରିବା । ୯୦ ଦଶକର ଏହି ସୁପରଷ୍ଟାର, ବହୁତ ସମୟ ପର୍ଯ୍ୟନ୍ତ ନିଜର ପରିଚୟ ବଜାୟ ରଖିପାରିଲେ ନାହିଁ । କିନ୍ତୁ ଆଜି ମଧ୍ୟ ତାଙ୍କର ବିଷୟ ଲୋକଙ୍କୁ ମୁଖରେ ଅଛି । “ଚୋର୍ ମଚାଏ ଶୋର୍” ଭଳି ସୁପରହିଟ ଫିଲ୍ମ ବବି କରିଥିଲେ । ସେ ନିଜ କ୍ୟାରିୟରରେ କଦାପି ପଛକୁ ବୁଲି ଚାହିଁ ନାହାନ୍ତି । କିନ୍ତୁ ନିଜକୁ ସେ ବଲିଉଡରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରଖି ପାରିଲେ ନାହିଁ । ଆଜି ଆମେ ତାଙ୍କର ପ୍ରେମ କାହାଣୀ ବିଷୟରେ ଜାଣିବା ।

ବବି ଦେବଲ ନିଲମ ନାମକ ଏକ ଅଭିନେତ୍ରୀଙ୍କୁ ବହୁତ ପ୍ରେମ କରୁଥିଲେ । ନିଲମ ସେ ସମୟର ଏକ ଉଚ୍ଚ ଶ୍ରେଣୀର ଅଭିନେତ୍ରୀ ଥିଲେ । ଅନେକ ଫିଲ୍ମରେ ବବିଙ୍କ ସହିତ ସେ ଦେଖା ଦେଇଥିଲେ । ଉଭୟଙ୍କ ପ୍ରେମର ଚର୍ଚ୍ଚା ବହୁତ ଥିଲା । ଦୁହେଁ ଅନେକ ଉତ୍ସବକୁ ମଧ୍ୟ ଏକାଠି ଯିବାର ଦେଖା ଯାଉଥିଲା ।

ଉଭୟଙ୍କର ପ୍ରେମ କାହାଣୀ ବହୁତ ଉତ୍ତମ ଥିଲା । ଏହା ସତ୍ତ୍ୱେ ମଧ୍ୟ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ପାରିଲେ ନାହିଁ, ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଜି ଆମେ ଆପଣଙ୍କୁ ତାଙ୍କର ପ୍ରେମ ବିଚ୍ଛେଦର କାରଣ ଜଣାଇବୁ ।

ଇଛାଥାଇ ମଧ୍ୟ ବିବାହ କରିପାରିଲେ ନାହିଁ :

ଉଭୟ ସେହି ସମୟରେ ପରସ୍ପରର ପ୍ରେମରେ ପାଗଳ ଥିଲେ । ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା । ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ ମଧ୍ୟ କରିଥିଲେ । ଯେତେବେଳେ ପ୍ରେମ ଶିଖର ଚଢ଼ିବାକୁ ଲାଗିଲା, ସେତେବେଳେ ସେମାନେ ବିବାହ ବିଷୟରେ ଚିନ୍ତା କଲେ । ଉଭୟ ବିବାହ ପାଇଁ ରାଜି ହୋଇ ଯାଇଥିଲେ । କିନ୍ତୁ ଏଠାରେ ପରିବାର ପ୍ରଶ୍ନ ଆସି ଯାଇଥିଲା । ବବିଙ୍କ ପିତା ଧର୍ମେନ୍ଦ୍ରଙ୍କ ଇଛା ନଥିଲା ଯେ, ଏକ ଅଭିନେତ୍ରୀ ତାଙ୍କର ବୋହୂ ହେଉ । ଧର୍ମେନ୍ଦ୍ରଙ୍କ ଏହି ଜିଦି ଯୋଗୁଁ ବବି ଏବଂ ନିଲମଙ୍କୁ ଅଲଗା ହେବାକୁ ବାଧ୍ୟ ହୋଇଥିଲେ । ବବି ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେ ସଫଳ ହୋଇ ପାରିନଥିଲେ ।

ନିଲମଙ୍କ ସହ ସମ୍ପର୍କ ବିଚ୍ଛେଦ ପରେ ଧର୍ମେନ୍ଦ୍ର ବବିଙ୍କ ବିବାହ ତାନ୍ୟାଙ୍କ ସହ କରି ଦେଇଥିଲେ । ବିବାହର କିଛି ଦିନ ପର୍ଯ୍ୟନ୍ତ ବବି, ନିଲମଙ୍କୁ ଭୁଲି ପାରିନଥିଲେ । କିନ୍ତୁ ସମୟ ସହ ଦୁହିଁଙ୍କ ସମ୍ପର୍କ ବଳିଷ୍ଟ ହେବାକୁ ଲାଗିଲା ଏବଂ ଆଜି ବବି ଏବଂ ତାନ୍ୟାଙ୍କ ପ୍ରେମ କାହାଣୀ ହିଟ ହୋଇଗଲା । ଆପଣମାନେ ଜାଣନ୍ତୁ ଯେ, ବବିଙ୍କ ବିବାହ ଏରେଞ୍ଜ ମେରେଜ ଥିଲା ଏବଂ ବର୍ତ୍ତମାନ ଉଭୟ ବହୁତ ଖୁସିରେ ଅଛନ୍ତି ।