ବଲିଉଡର ଏହି ୫ଜଣ ଅଭିନେତ୍ରୀ ଅଶିଷ୍ଟତାରେ ପ୍ରଥମ ନମ୍ବରରେ ଅଛନ୍ତି । ଏମାନଙ୍କର ପାଖରେ ସୁନ୍ଦରତା ସହ ଅହଂକାର ଭରପୁର ମାତ୍ରାରେ ରହିଛି ।

Spread the love

ମାନ୍ୟତା ଅଛି ଯେ, ବ୍ୟକ୍ତି ସଫଳାତର ଶିଖରକୁ ଛୁଇଁଲା ପରେ ତାହାର ପାଦ ସବୁବେଳେ ଭୂମିରେ ରହିବା ଦରକାର । କାରଣ ମଣିଷ ସବୁବେଳେ ଭୁଲିଯାଏ ଯେ, ଏହି ସ୍ଥାନରେ ପହଞ୍ଚିବା ପାଇଁ ତାକୁ କେଉଁ କେଉଁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଏହି କଥା ସତ୍ୟ ଅଟେ ଯେ, ମଣିଷ ନିଜର ଖରାପ ପରିସ୍ଥିତିକୁ କଦାପି ଭୁଲିବା ଠିକ ନୁହଁ । ଯଦି ତାକୁ ମନେ ଥାଏ ଯେ, ସେ କେଉଁ ପରିସ୍ଥିତି ଦେଇ ଗତି କରିଛି; ତେବେ ସେ ନିଜ କର୍ତ୍ତବ୍ୟ ସହ ସଲଗ୍ନ ରହିବ ଏବଂ ଅନ୍ୟ ମାନଙ୍କ ସହିତ କୌଣସି ଖରାପ ବ୍ୟବହାର କରିବ ନାହିଁ । ସୁଖ୍ୟାତିର ନିଶା ସବୁଠାରୁ ଖରାପ ନିଶା ଅଟେ । କିଛି ଲୋକ ଅଛନ୍ତି; ଯେଉଁମାନେ ସଫଳତା ପାଇବା ପରେ ଏକ ସାଧାରଣ ଜୀବନ ଅତିବାହିତ କରିବା ସହ ସେମାନଙ୍କ ଠାରେ ଗର୍ବ-ଅହଂକାରର କୌଣସି ଅସ୍ତିତ୍ଵ ନଥାଏ କିନ୍ତୁ ଏମିତି କିଛି ଲୋକ ଅଛନ୍ତି; ଯେଉଁମାନେ ସଫଳତା ପାଇବା ପରେ ମଧ୍ୟ ସେମାନଙ୍କର ଠାରେ ଅହଂକାର ବହୁଳ ପରିମାଣରେ ବଢି ଯାଇଥାଏ । ବଲିଉଡରେ ମଧ୍ୟ ଏହିପରି କେତେକ ଅଭିନେତ୍ରୀ ଅଛନ୍ତି; ଯେଉଁମାନେ ବହୁତ ସଫଳତା ପାଇଛନ୍ତି କିନ୍ତୁ ବେଳେବେଳେ ସେମାନଙ୍କ ଠାରେ ଗର୍ବ-ଅହଂକାର ସ୍ଵଛ ଭାବରେ ଦେଖା ଯାଇଥାଏ । ସେମାନେ ବେଳେବେଳେ ଏମିତି କିଛି କହି ଦିଆନ୍ତି କିମ୍ବା କରିଦିଅନ୍ତି, ଯାହା ତାଙ୍କୁ ଗର୍ବୀ-ଅହଙ୍କାରୀ କରି ଦେଇଥାଏ । ପରଦାରେ ନିରୀହ ଦେଖା ଯାଉଥିବା, ଏହି ଅଭିନେତ୍ରୀ ମାନେ ବାସ୍ତବ ଜୀବନରେ ବହୁତ ଗର୍ବୀ-ଅହଙ୍କାରୀ ହୋଇଥାଆନ୍ତି । ଆଜି ଆମେ ସେହିଁ ଅହଙ୍କାରୀ ଅଭିନେତ୍ରୀ ମାନଙ୍କ ବିଷୟରେ ଚର୍ଚ୍ଚା କରିବା । ଅହଙ୍କାରୀ ଅଭିନେତ୍ରୀମାନଙ୍କ ତାଲିକାରେ କେଉଁ କେଉଁ ଅଭିନେତ୍ରୀ ମାନଙ୍କ ନାମ ରହିଛି ଆସନ୍ତୁ ଜାଣିବା ।

କଟ୍ରିନା କେଫ :

କଟ୍ରିନାଙ୍କ ନାମ ବିଶ୍ଵର ସବୁଠାରୁ ସୁନ୍ଦର ଏବଂ ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଗଣତି କରାଯାଏ । କଟ୍ରିନା କେଫଙ୍କୁ ବଲିଉଡରେ ବଡ଼ ସଫଳତା ସଲମାନ ଖାନ ଦେଇଥିଲେ । ସେ ବର୍ତ୍ତମାନ ବଲିଉଡର ସର୍ବଶ୍ରେଷ୍ଠ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅହଙ୍କାରୀ ଅଭିନେତ୍ରୀ ମାନଙ୍କ ତାଲିକାରେ ସର୍ବ ପ୍ରଥମ ନାମ କଟ୍ରିନା କେଫଙ୍କ ଆସେ । କିଛିଦିନ ତଳେ ସେ ଏକ ଉଡାଜାହାଜରେ ଏକ ଛୋଟ ପିଲା ଉପରେ ରାଗି ଯାଇଥିଲେ, କାରଣ ସେହି ପିଲାଟି ତାଙ୍କୁ ଅଟଗ୍ରାଫ ମାଗୁଥିଲା ।

ଶ୍ରଦ୍ଧା କପୁର :

ଶ୍ରଦ୍ଧା କପୁର ଆଜିର ଇଣ୍ଡଷ୍ଟ୍ରିରେ ଏକ ନାମିଦାମୀ ଅଭିନେତ୍ରୀ ଅଟନ୍ତି କିନ୍ତୁ ସେ ବେଳେବେଳେ ନିଜର କ୍ରୋଧକୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ । ନିଜର କ୍ରୋଧ ସକାଶେ ସେ ଅନେକ ଥର ମିଡ଼ିଆ ଏବଂ ଫୋଟଗ୍ରାଫରଙ୍କ ଉପରେ ମଧ୍ୟ ରାଗି ଯାଇଥାନ୍ତି । ସେଥିପାଇଁ ତାଙ୍କର ନାମ ଏହି ତାଲିକାରେ ରହିଛି ।

ଅନୁଷ୍କା ଶର୍ମା :

ବଲିଉଡର ଅଭିନେତ୍ରୀ ଏବଂ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ନାମ ମଧ୍ୟ ଅହଙ୍କାରୀ ଅଭିନେତ୍ରୀ ମାନଙ୍କ ତାଲିକାରେ ରହିଛି । ତାଙ୍କୁ ଅନେକ ଥର ମିଡ଼ିଆ ଉପରେ କ୍ରୋଧିତ ହେବାର ଦେଖା ଯାଇଛି । କିଛି ଦିନ ତଳେ ଏକ ଶୋ’ରୁମର ଉଦ୍-ଘାଟନ ପାଇଁ ଯାଇଥିଲେ, ସେଠାରେ ସେ ପ୍ରବନ୍ଧକଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଫଳରେ ସେଠାରେ ଉପସ୍ଥିତ ଜନତା ତାଙ୍କୁ ଗର୍ବୀ କହିବାକୁ ଲାଗିଲେ ।

ହେମା ମାଲିନି :

ହେମା ମାଲିନି ମଧ୍ୟ ଅହଙ୍କାରୀ ଅଭିନେତ୍ରୀମାନଙ୍କ ତାଲିକାରେ ଆସୁଛନ୍ତି । ତାଙ୍କୁ ଅନେକ ଥର ମିଡ଼ିଆ ଉପରେ କ୍ରୋଧିତ ହେବାର ଦେଖାଯାଇଛି । ସେ ଅନେକଥର ଏପରି ଉତ୍ତର ଦେଇଛନ୍ତି, ଯାହା ଶୁଣିବାକୁ ବହୁତ ରୁକ୍ଷ ଲାଗୁଥାଏ । କିଛିଦିନ ତଳେ ଯେତେବେଳେ ହେମା ମାଲିନୀଙ୍କୁ ବିମାନ ବନ୍ଦରରେ କିଛି ମିଡିଆ ରେପୋର୍ଟସ୍ ପ୍ରଶ୍ନ କଲେ, ଆପଣ କେଉଁଠାରୁ ଆସୁଛନ୍ତି ? ଏହି ସାମାନ୍ୟ ପ୍ରଶ୍ନରେ ସେ ରୁକ୍ଷ ଭାବରେ ଉତ୍ତର ଦେଇଥିଲେ ।

ଜୟା ବଚ୍ଚନ :

ଜୟା ବଚ୍ଚନଙ୍କ ନାମ ମଧ୍ୟ ଅହଙ୍କାରୀ ଅଭିନେତ୍ରୀ ମାନଙ୍କ ତାଲିକାରେ ଆସୁଛି । ଜୟା ମଧ୍ୟ ଅନେକଥର ମିଡ଼ିଆ ସହିତ ଅଶିଷ୍ଟତାରେ କଥା ହୋଇଥିଲେ । କେତେଥର ତାଙ୍କର ବ୍ୟବହାର ଦେଖି ମିଡ଼ିଆ ସହ ସାଧାରଣ ଲୋକେ ମଧ୍ୟ ଆଚମ୍ବିତ ହୋଇଯାଆନ୍ତି । ଆପଣ ୟୁ-ଟୁବରେ ଜୟା ମିଡ଼ିଆଙ୍କ ସହ ଦୁର୍ବ୍ୟବହାର କରୁଥିବାର ଅନେକ ଭିଡ଼ିଓ ଦେଖି ପାରିବେ ।