ବ୍ଲଡ଼ ପ୍ରେସର Low କିମ୍ବା High ହେଲେ ଶରୀରରେ ଦେଖାଯାଉଥିବା ସଂକେତ, ନିଶ୍ଚିତ ଜାଣି ରଖନ୍ତୁ

Spread the love

ଆମ ଶରୀରରେ ହେଉଥିବା ଯେ କୌଣସି ରୋଗର ଲକ୍ଷଣକୁ ଯଦି ଆମେ ଆରମ୍ଭରେ ଗୁରୁତ୍ୱାରୋପ ଦେବା, ତେବେ ଶରୀରରେ ରୋଗର କାୟା ବଢିବା ପୂର୍ବରୁ ଆମେ ଅଟକେଇ ପାରିବା । ରୋଗ ଠାରୁ ଦୂରେଇ ରହିବା ପାଇଁ ଆମକୁ ରୋଗଗୁଡିକ ହେବାର କାରଣ ଜାଣିବା ନିହାତି ଜରୁରୀ ହୋଇଥାଏ । ଆଜିକାଲିର ଲାଇଫ ଷ୍ଟାଇଲ୍ ରେ ହାଇ ବ୍ଲଡ୍ ପ୍ରେସର ଓ ଲୋ ବ୍ଲଡ୍ ପ୍ରେସର ପରି ରୋଗ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପୂର୍ବରୁ ଏହି ରୋଗ ସାଧାରଣତଃ ବୟସ୍କ ଲୋକଙ୍କ ଠାରେ ଦେଖିବାକୁ ମିଳୁଥିଲା ।

କିନ୍ତୁ ଆଜିକାଲି କମ୍ ବୟସର ଲୋକଙ୍କ ଠାରେ ବି ଏହି ରୋଗ ଦେଖିବାକୁ ମିଳୁଛି । ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ହାଇ ବ୍ଲଡ୍ ପ୍ରେସର ଆଉ ଲୋ ବ୍ଲଡ୍ ପ୍ରେସର ବିଷୟରେ କହିବାକୁ ଯାଉଛୁ । ଏହି ରୋଗ ଅର୍ଥାତ ବ୍ଲଡ୍ ପ୍ରେସର ଜନିତ ରୋଗ ହେବା ପୂର୍ବରୁ ଶରୀର ଦେଖା ଦେଇଥାଏ କେତେକ ଲକ୍ଷଣ । ଯଦି ଆମେ ସେହି ଲକ୍ଷଣଗୁଡିକୁ ଅଣଦେଖା କରିବା, ତେବେ ଆମ ଶରୀରକୁ ଏହା ପ୍ରଭାବିତ ପଡିବ । 

ଯାହା ଦ୍ୱାରା ଆମ ଶରୀରରେ ଲକବା , ହାର୍ଟ ଆଟାକ ପରି ଗମ୍ଭୀର ରୋଗ ଦେଖାଦେଇପରେ । ଏଥିପାଇଁ ଏହାକୁ ଅଣଦେଖା ନ କରି ଏହାର ସଂକେତ ଉପରେ ଧ୍ୟାନ ଦେବା ଜରୁରୀ ଅଟେ । ଏବଂ ଏହାକୁ ସାମାନ୍ୟ ସ୍ଥିତିରେ ରଖିବା ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ।

ତାହେଲେ ଆସନ୍ତୁ ଜାଣିବା ବ୍ଲଡ଼ ପ୍ରେସର ହାଇ କିମ୍ବା ଲୋ ହେଲେ ଶରୀରରେ ଦେଇଥାଏ ଏହି ସଂକେତ

ବ୍ଲଡ଼ ପ୍ରେସର ହାଇ ହେଲେ ଦେଇଥାଏ ଏହି ସଂକେତ:-

୧) ବ୍ଲଡ଼ ପ୍ରେସର ହାଇ ହେଲେ ବହୁତ ଜୋର ମୁଣ୍ଡ ଯନ୍ତ୍ରଣା ହୋଇ ଥାଏ ।

୨) କୌଣସି କାମ ନ କରି ମଧ୍ୟ ଥକ୍କାପଣ ଓ ଚିନ୍ତିତ ରହିବ ପରି ଅନୁଭବ ହୋଇଥାଏ ।

୩) ଛାତିରେ ଯନ୍ତ୍ରଣା ଅନୁଭଵ ହୋଇଥାଏ ।

୪) ବ୍ଲଡ଼ ପ୍ରେସର ହାଇ ହେଲେ ହଠାତ ଭୟଭୀତ ଲାଗିଥାଏ ।

୫) ନିଃଶ୍ୱାସ ପ୍ରଶ୍ଵାସ ନେବାରେ ବି ସମସ୍ୟା ହୋଇଥାଏ ।

୬) କିଛି କହିବା ଆଉ ବୁଝିବାରେ ଅସୁବିଧା ଅନୁଭବ ହୋଇଥାଏ ।

୭) ନିଜକୁ ଦୁର୍ବଳ ଅନୁଭବ କରି ଥାଉ ଓ ସ୍ୱଷ୍ଟ ଭାବରେ କିଛି ଦେଖାଯାଏ ନାହିଁ ଅର୍ଥାତ ଝାପ୍ସା ଝାପ୍ସା ଦେଖା ଦେଇଥାଏ ।

୮) ମୁହଁରେ କିମ୍ବା ହାତରେ ଅଚାନକ କାଲୁଆ ଅନୁଭବ ହୋଇଥାଏ ।

ବ୍ଲଡ଼ ପ୍ରେସର ଲୋ ହେଲେ ଶରୀର ଦେଇଥାଏ ଏହି ସଂକେତ:-

୧) ବ୍ଲଡ଼ ପ୍ରେସର ଲୋ ହେଲେ ଭୋକ ଲାଗି ନ ଥାଏ ।

୨) ଥକ୍କା ଆଉ ଡିପ୍ରେସନ ସହିତ ନିରାଶ ସବୁବେଳେ ଲାଗି ରହିଥାଏ ।

୩)  ହଠାତ ଛାତିରେ କିଛି ହେବା ଭଳିଆ ଲାଗିଥାଏ ଏବଂ ଶୋଷ ଲାଗିଥାଏ ।

୪) ତ୍ୱଚାରେ ଆସ୍ତେ ଆସ୍ତେ ହଳଦିଆପଣ ଆସିବାରେ ଲାଗିଯାଏ ।

୫) ଆଖି ଆଗରେ ଅନ୍ଧାର ଛାଇ ଯାଏ ଆଉ ଝାପ୍ସା ଝାପ୍ସା ଦେଖା ଯାଇ ଥାଏ ।

୬) ଆଖି ଲାଲି ହେବାରେ ଲାଗି ଥାଏ ।

୭) ଶ୍ୱାସ ଦ୍ରୁତ ଗତିରେ ଆସିବା ଲାଗି ଯାଇ ଥାଏ ।

୮) ହୃଦୟର ସ୍ପନ୍ଦନ ବଢି ଯାଇଥାଏ ।

ଯଦି ଶରୀରରେ ଏହି ସବୁ ସଂକେତ ଦେଖା ଯାଏ ତୋ ଆମକୁ ତୁରନ୍ତ ଡାକ୍ତର ଙ୍କର ପରାମର୍ଶ ନେବା ଉଚିତ । ଯାହା ଫଳରେ ଆମେ ଆସୁ ଥିବା ରୋଗରୁ ରକ୍ଷା ପାଇ ପାରିବୁ ।