ନା କେବଳ ବ୍ଲଡ଼ ଗ୍ରୁପ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଜଣାଇଥାଏ, ଏହା ଆପଣଙ୍କ ସ୍ଵଭାଵ ମଧ୍ୟ ଜଣାଇଥାଏ ।

Spread the love

ଆପଣ ଆପଣଙ୍କ ବ୍ଲଡ଼ ଗ୍ରୁପ ଜାଣିଥିବେ ନିଶ୍ଚୟ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ସହ ସ୍ଵଭାଵ ମଧ୍ୟ ଜଣାଇଥାଏ । ବ୍ଲଡ଼ ଗ୍ରୁପରୁ ଆପଣ ଜାଣି ପାରିବେ କୌଣସି ବ୍ୟକ୍ତିର ସ୍ଵଭାଵ କିପରି ଅଟେ ।

Google

ବହୁତ କମ ଲୋକ ଜାଣିଥିବେ ବ୍ଲଡ଼ ଗ୍ରୁପରୁ ବ୍ୟକ୍ତିର ବ୍ୟକ୍ତିତ୍ୱ, ପସନ୍ଦ ନାପସନ୍ଦ, କାମ, ଜୀବନ ସହ ଜଡିତ ଅନେକ କିଛି ରହସ୍ୟ । ଆମ୍ଭେମାନେ ଜାଣିଛେ, ବ୍ଲଡ଼ ଗ୍ରୁପ ଅନେକ ପ୍ରକାରର ହୋଇଥାଏ, ସେହିପରି ବ୍ୟକ୍ତିର ସ୍ଵଭାଵ ମଧ୍ୟ ଅଲଗା ଅଲଗା ହୋଇଥାଏ ।

ଜାପାନରେ ପୁଅମାନେ ନିଜ ବ୍ଲଡ଼ ଗ୍ରୁପ ଅନୁସାରେ ହିଁ ନିଜର ଜୀବନ ସାଥି ବାଛିଥାନ୍ତି । ଏସିଆର ଅନେକ ଦେଶରେ ମାନ୍ୟତା ରହିଛି, ବ୍ୟକ୍ତିର ସ୍ଵଭାଵ ବ୍ୟକ୍ତିର ବ୍ଲଡ଼ ଗ୍ରୁପରୁ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ବ୍ଲଡ଼ ଗ୍ରୁପକୁ ନେଇ କିଛି ରହସ୍ୟ ବିଷୟରେ ଅବଗତ କରାଇବୁ ।

Google

୧. A ବ୍ଲଡ୍ ଗ୍ରୁପ୍ :

ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ଭଲ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ସଫଳତା ପାଇବା ପାଇଁ ପ୍ରବଳ ଇଛାଶକ୍ତି ରହିଥାଏ । ସମସ୍ତଙ୍କୁ ଏକତ୍ରିତ କରି ଏମାନେ ପ୍ରତିଟି କାର୍ଯ୍ୟ କରିଥାନ୍ତି । ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ଶାନ୍ତ କୋମଳ ସ୍ଵଭାବର, ଭଲ ବନ୍ଧୁ ହୋଇଥାନ୍ତି । ଏହି ବ୍ଲଡ଼ ଗ୍ରୁପର ଵ୍ୟକ୍ତି ନିଜ ଅପେକ୍ଷା ଅନ୍ୟମାନଙ୍କ ବିଷୟରେ ପ୍ରଥମେ ଚିନ୍ତା କରିଥାନ୍ତି । ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତିମାନେ ନିଜ ଅପେକ୍ଷା ଅନ୍ୟଙ୍କ ବିଷୟରେ ଅଧିକ ଚିନ୍ତିତ ରୁହନ୍ତି । ଏହି ବ୍ୟକ୍ତିମାନେ ଅଧିକ ଚିନ୍ତାଗ୍ରସ୍ତ ହୋଇଥାନ୍ତି ।

୨. B ବ୍ଲଡ଼ ଗ୍ରୁପ :

ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ଶୀଘ୍ର ଅନ୍ୟମାନଙ୍କ ସହ ମିଳାମିଶା କରିନିଅନ୍ତି ମାନେ ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ଖୁବ୍ ଭଲ ବନ୍ଧୁତା ସ୍ଥାପନ କରିପାରନ୍ତି ।ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି କିଛି ମାତ୍ରାରେ ସ୍ୱାର୍ଥପର ହୋଇଥାନ୍ତି, କାରଣ ଏହି ଗ୍ରୁପର ବ୍ୟକ୍ତି ଅନ୍ୟକୁ ସାହାଯ୍ୟ କରିବାରେ ବିଶ୍ୱାସ ରଖନ୍ତି ନାହିଁ ।ଏହି ଗ୍ରୁପର ବ୍ୟକ୍ତି ଖୁବ୍ ପରିଶ୍ରମୀ ଅଟନ୍ତି । ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ନିଜ ପରିଶ୍ରମ ଫଳରେ ଜୀବନରେ ସବୁ କିଛି ହାସଲ କରିଥାନ୍ତି । ସତ୍ୟ କହିବା ଓ ଶୁଣିବା ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ପସନ୍ଦ କରିଥାନ୍ତି । ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ଖୁବ୍ ଜିଦଖୋର୍ ହୋଇଥାନ୍ତି, ସହଜରେ କୋୖଣସି କଥାକୁ ମାନି ନଥାନ୍ତି ।

Google

୩. Ab ବ୍ଲଡ଼ ଗ୍ରୁପ

ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନେ ବହୁତ ଚାଲାକ ଓ ଚତୁର ହୋଇଥାନ୍ତି । ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ସହଜରେ କାହାକୁ ମଧ୍ୟ ବିଶ୍ୱାସ କରିନ୍ତି ନାହିଁ । ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ଭଲ ବନ୍ଧୁ ହୋଇଥାନ୍ତି । ଏହି ଗ୍ରୁପର ବ୍ୟକ୍ତି ଖୋଲା ହୃଦୟର ବା ନିର୍ମଳ ହୃଦୟର ହୋଇଥାନ୍ତି । ଏମାନେ ଭିତରୁ ଓ ବାହାରୁ ଏକା ପରି ହୋଇଥାନ୍ତି ।

୪. O ବ୍ଲଡ଼ ଗ୍ରୁପ

ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ଖୁବ୍ ପଜେଟିଭି ଓ କନଫିଡେଣ୍ଟ ସ୍ୱଭାବର ହୋଇଥାନ୍ତି । ଏମାନେ ଭଲ ଲିଡ଼ର୍ ବା ନେତା ହୋଇଥାନ୍ତି । ଏହି ଗ୍ରୁପର ବ୍ୟକ୍ତି ଖୁବ୍ ପରିଶ୍ରମୀ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ସଫଳତା ପାଇବାର ଇଚ୍ଛା ପ୍ରବଳ ପରିମାଣରେ ରହିଥାଏ । ଏହି ବ୍ଳଡ଼ ଗ୍ରୁପର ବ୍ୟକ୍ତି ଅନ୍ୟକୁ ଖୁସି କରିବାରେ ଆପ୍ରାଣ ଉଦ୍ୟମ କରିଥାନ୍ତି । ଏହି ବ୍ୟକ୍ତିମାନେ ଭଲ ବନ୍ଧୁ ହୋଇଥାନ୍ତି ।