କୋଷ୍ଟକାଠିନ, ଗ୍ୟାସ ପରି ଅନେକ ସମସ୍ୟାରୁ ମୁକ୍ତି ଦେଵ; ବିନା କ୍ଷୀରର କଳା ଚାହା !

Spread the love

ରୋଗମୁକ୍ତ ଶରୀର ପାଇବା ପାଇଁ କ୍ଷୀର ଚାହା ପିଇବା ଅପେକ୍ଷା କଳା ଚାହା ପିଇବା ଉଚିତ୍ । ଶରୀରକୁ ମିଳିବ ଅନେକ ଫାଇଦା, ପ୍ରତି ଚିନ୍ତାରୁ ପାଇବେ ମୁକ୍ତି ।

ଏସିଆର ଅନେକ ଦେଶର ଲୋକମାନେ ଚାହାର ସେବନ କରିଥାନ୍ତି । ଆମ ଦେଶରେ ଅନେକ ପ୍ରକାରରେ ଚାହାର ସେବନ କରା ଯାଇଥାଏ । ଗୋଟିଏ ପଟେ ଲୋକେ ଚାହାରେ କ୍ଷୀରର ବ୍ୟବହାର କରିଥିବା ବେଳେ ଅନ୍ୟପଟେ ଲୋକେ ଲୋକେ ଚାହାରେ ଲେମ୍ବୁ ଏବଂ ଗୁଡିର ବ୍ୟବହାର କରିଥାନ୍ତି । ଏହିପରି କିଛି ଲୋକ ବିନା କ୍ଷୀରରେ ଚାହା ପିଇଥାନ୍ତି ଅର୍ଥାତ କଳା ଚାହା ପିଇଥାନ୍ତି । କଳା ଚାହା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ଅଟେ ।

ହୃଦୟ ପାଇଁ ଲାଭଦାୟକ :

ହୃଦୟକୁ ସୁସ୍ଥ ରଖିବା ପାଇଁ କଳା ଚାହାର ବ୍ୟବହାର ଲାଭଦାୟକ ହୋଇଥାଏ ଏବଂ ଏହି ଚାହା ପିଇବା ଦ୍ୱାରା ହୃଦୟ ଠିକ ଭାବରେ କାର୍ଯ୍ୟ କରିଥାଏ । ଯେଉଁମାନେ ସର୍ବଦା କଳା ଚାହାର ସେବନ କରିଥାନ୍ତି, ସେମାନଙ୍କ ହୃଦୟର ଶିରା ପ୍ରଶିରା ଏକଦମ ଠିକ୍ ରହିଥାଏ ଏବଂ ତାହା ଠିକ ଭାବରେ କାର୍ଯ୍ୟ କରିଥାଏ ।

ଚିନ୍ତା ମୁକ୍ତ ହୁଅନ୍ତୁ :

ଚିନ୍ତଗ୍ରସ୍ତ ବ୍ୟକ୍ତିମାନେ କଳା ଚାହା ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଏହା ଦ୍ୱାରା ସେମାନଙ୍କ ମସ୍ତିସ୍କ ଶାନ୍ତ ରହିଥାଏ । ଯେଉଁ ବ୍ୟକ୍ତିମାନଙ୍କୁ ଚିନ୍ତା ଅତ୍ୟଧିକ ରହିଥାଏ, ସେମାନେ କଳା ଚାହା ପିଇ ଚିନ୍ତା ମୁକ୍ତ ରୁହନ୍ତୁ । ଏହି ଚାହା ପିଇବା ଦ୍ୱାରା ଆପଣ ଚିନ୍ତା ମୁକ୍ତ ହେବା ସହ ଆପଣଙ୍କ ସ୍ମୃତି ଶକ୍ତି ମଧ୍ୟ ପ୍ରଖର ହୋଇଥାଏ ।

ପାଚନକ୍ରିୟା ଠିକ ହୋଇଥାଏ :

କଳା ଚାହା ପିଇବା ଦ୍ୱାରା ଆପଣଙ୍କ ପାଚନକ୍ରିୟା ଠିକ ହୋଇଥାଏ ଏବଂ ଏହି ଚାହା ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଯେଉଁମାନଙ୍କୁ କୋଷ୍ଟକାଠିନ୍ୟ ସମସ୍ୟା କିମ୍ବା ଗ୍ୟାସ ଜନିତ ସମସ୍ୟା ରହିଥାଏ, ସେମାନଙ୍କୁ ଏହି ଚାହାର ସେବନ କରିବା ନିହାତି ଆବଶ୍ୟକ ଅଟେ ।

ଶରୀରକୁ ଶକ୍ତି ମିଳିଥାଏ :

କଳା ଚାହା ପିଇବା ଦ୍ୱାରା ଆପଣଙ୍କ ଶରୀରକୁ ଉର୍ଜା ମିଳିଥାଏ । ବିନା କ୍ଷୀରର ବ୍ୟବହାର କରି କରିଥିବା ଚାହାରେ କେଫିନ, କଫିରୁ ମିଳୁଥିବା କେଫିନ ଠାରୁ ଅଧିକ ଲାଭଦାୟକ ଅଟେ ଏବଂ ପ୍ରତ୍ୟହ କଳା ଚାହାର ସେବନ ଫଳରେ ମସ୍ତିସ୍କ ସୁସ୍ଥ ରହିବା ସହ ଆପଣଙ୍କ ସ୍ମୃତିଶକ୍ତି ପ୍ରଖର ହୋଇଥାଏ ।

କୋଲଷ୍ଟ୍ରଲ :

ଶରୀରରେ ଅତ୍ୟଧିକ କୋଲଷ୍ଟ୍ରଲ ହେବା ଫଳରେ ଅନେକ ରୋଗର ସମସ୍ୟା ଉପୁଜି ଥାଏ । ଏଥିପାଇଁ ଆବଶ୍ୟକ ହୋଇଥାଏ, ଶରୀରରେ କୋଲଷ୍ଟ୍ରଲର ମାତ୍ରାକୁ ନିୟନ୍ତ୍ରଣ ରଖିବା । ଶରୀରର କୋଲଷ୍ଟ୍ରଲର ପରିମାଣକୁ ନିୟନ୍ତ୍ରଣ ରଖିବା ପାଇଁ କଳା ଚାହା ଲାଭଦାୟକ ଅଟେ ଏବଂ ଏହାକୁ ପିଇବା ଦ୍ୱାରା ଶରୀରର କୋଲଷ୍ଟ୍ରଲ ସ୍ତର ନିୟନ୍ତ୍ରତି ହୋଇଥାଏ । ଏହି ଚାହାର ସେବନ ଫଳରେ ଓଜନ ମଧ୍ୟ ବଢ଼ି ନ ଥାଏ ।

ମୁହଁରେ ଧାର ଆସିନଥାଏ :

କଳା ଚାହା ଚେହେରା ପାଇଁ ଲାଭଦାୟକ ଅଟେ ଏବଂ ଏହାର ବ୍ୟବହାର ଫଳରେ ମୁହଁରେ ଧାର ଆସିନଥାଏ । ଏହା ବ୍ୟତୀତ କଳା ଚାହାରୁ ମିଳୁଥିବା ଏଣ୍ଟିଅକ୍ସିଡେଣ୍ଟ ତତ୍ତ୍ଵ କର୍କଟ ରୋଗରୁ ମୁକ୍ତି ଦେଇଥାଏ ।

କିପରି ପ୍ରସ୍ତୁତ ହୋଇଥାଏ କଳା ଚାହା :

କ୍ଷୀରର ବ୍ୟବହାର ନ କରି କଳା ଚାହା ପ୍ରସ୍ତୁତ ହୋଇଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ହେଲେ ପାଣିରେ ଚାହା ପତି ପକାଇ କିଛି ଚିନି ପକାଇ ଭଲ ରୁପେ ଗରମ କରି ଦିଅନ୍ତୁ । ପାଣି ଯେତେବେଳେ ଭଲ ରୂପେ ଫୁଟିଯାଏ, ତାକୁ ଛାଣି ନିଅନ୍ତୁ । ଏହିପ୍ରକାରରେ ଆପଣଙ୍କ କଳା ଚାହା ପ୍ରସ୍ତୁତ ହୋଇ ଯାଇଥାଏ ।